• ବେତାର ଷ୍ଟାଫ ଲେଖକ

ଏହି କାରଣରୁ ଲଦାଖରେ ହାତାହାତି ହୋଇଥିଲେ ଚୀନ-ଭାରତ ସୈନ୍ୟ


(ବେତାର ବ୍ୟୁରୋ) ଭାରତୀୟ ସୈନ୍ୟମାନଙ୍କ ଉପରେ ଛଡ ଓ କଣ୍ଟା ବାଡ ସାହାଯ୍ୟରେ ଆକ୍ରମଣ କରିଥିବା ଚୀନ ସୈନ୍ୟମାନେ ଏବେ ଉକ୍ତ ସ୍ଥାନ ଛାଡି ପଳାଇଛନ୍ତି । ତେବେ ନିକଟରେ ସେମାନେ କାହିଁକି ଆକ୍ରମଣ କରିଥିଲେ ସେ ନେଇ ଘଟଣା ସାମ୍ନାକୁ ଆସିଛି ।

ତମ୍ବୁ ପାଇଁ ବିବାଦ

ଲଦାଖ ସୀମାରେ ସଂଘର୍ଷ ହେବା ଆଗରୁ ଭାରତୀୟ  ଓ ଚୀନ ସେନାବାହିନୀର ଅଧିକାରୀବର୍ଗଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ଚୀନ ତରଫରୁ ସେମାନେ ସ୍ଥାପନ କରିଥିବା ତମ୍ବୁ ହଟାଇନେବାକୁ ସେଠାକାର ସେନା ଜୁନ 6 ତାରିଖରେ ରାଜି ହୋଇଥିଲା ।

ହେଲେ ଏହାର କିଛି ଦିନ ପରେ ମଧ୍ୟ ଚୀନର ସୈନ୍ୟ ମାନେ ଉକ୍ତ ସ୍ଥାନ ଛାଡି ନ ଯିବାରୁ ଭାରତୀୟ ସେନାର ବିହାର ରେଜିମେଣ୍ଟର ଏକ ଦଳ ଭୂମି ପତ୍ତନରୁ 15,000 ଫୁଟ ଉଚ୍ଚରେ ଥିବା ଉକ୍ତ ସ୍ଥାନକୁ ଯାଇଥିଲେ ଓ ତମ୍ବୁ ହଟାଇବାକୁ ଚୀନ ସୈନ୍ୟମାନଙ୍କୁ କହିଥିଲେ ।

ହେଲେ ଭାରତୀୟ ସୈନ୍ୟଙ୍କ କଥା ନ ଶୁଣି ଓଲଟା ଚୀନ ସୈନ୍ୟମାନେ ବିହାର ରେଜିମେଣ୍ଟ ଦଳର ନେତୃତ୍ଵ ନେଉଥିବା ସନ୍ତୋଷ ବାବୁଙ୍କ  ଉପରେ କଣ୍ଟା ବାଡ  ଓ ଲାଠି ସାହାଯ୍ୟରେ ଆକ୍ରମଣ କରିଥିଲେ । ଏହାପରେ ସନ୍ତୋଷଙ୍କ ସହିତ ଯାଇଥିବା ସୈନ୍ୟମାନଙ୍କ ଉପରେ ଆକ୍ରମଣ କରିଥିଲେ ।

ନଦୀକୁ ଗଳିପଡିଲେ

ସନ୍ତୋଷଙ୍କ ଉପରେ ଆକ୍ରମଣ ପରେ ଉଭୟ ଭାରତ ଓ ଚୀନ ସେନାର ପ୍ରାୟ ଦୁଇଶହ ସଦସ୍ୟ ସେଠାରେ ପହଞ୍ଚିଥିଲେ ଓ ଉଭୟଙ୍କ ମଧ୍ୟ ଧସ୍ତାଧସ୍ତି ହୋଇଥିଲା ।

ଯେହେତୁ ସମୁଦ୍ରପତ୍ତନ ଠାରୁ ବହୁ ଉଚ୍ଚରେ ଏକ ଅଣଓସାରିଆ ସ୍ଥାନରେ ଧସ୍ତାଧସ୍ତି, ମୁଥ ମରାମରି ଓ ଲାଠିମାଡ ଚାଲିଥିଲା , ସେଥିପାଇଁ ଭାରତୀୟ ସେନାର ପ୍ରାୟ 17 ଜଣ ସଦସ୍ୟ ଗଲୱାନ  ନଦୀଗର୍ଭକୁ ଗଳି ପଡିଥିଲେ । ଭୀଷଣ ରାତି ଓ ଅନ୍ଧକାର ହୋଇଥିବାରୁ ସେହି ସମୟରେ ନଦୀକୁ ଖସି ପଡିଥିବା ସୈନ୍ୟମାନଙ୍କ ଉଦ୍ଧାର କାର୍ଯ୍ୟ ସେହି ସମୟରେ ବାଧାପ୍ରାପ୍ତ ହୋଇଥିଲା ।

ଅତ୍ୟଧିକ ଶୀତଳ ନଦୀରେ ପଡି ଭାରତୀୟ ସେନାର  ସମସ୍ତ ସଦସ୍ୟ ମୃତ୍ୟୁବରଣ କରିଥିଲେ ।

ଚୀନ ସେନାର ମଧ୍ୟ ଅନେକ ସଦସ୍ୟ ଏହି ଧସ୍ତାଧସ୍ତିରେ ମୃତାହତ ହୋଇଥିଲେ ।

ଚୀନ ନଛୋଡବନ୍ଧା

ଏତେ ସଂଖ୍ୟକ ସୈନ୍ୟ ମୃତାହତ ହେବା ପରେ  ମଧ୍ୟ ଚୀନ ସରକାର ଓ ସେନା ନିଜର ସ୍ଥିତିରେ ଅଟଳ ରହିଛନ୍ତି । ବୁଧବାର ଏ ନେଇ ଭାରତୀୟ ବିଦେଶମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ବେଳେ ଚୀନ ବିଦେଶ ମନ୍ତ୍ରୀ କହିଥିଲେ ଯେ ଭାରତୀୟ ସେନାର ଯିଏ ବି ଏହି ଭୁଲ କରିଛନ୍ତି ସେମାନଙ୍କୁ ଭାରତ ତୁରନ୍ତ ଦଣ୍ଡଦେବା ଉଚିତ ।



©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon