• ବେତାର ବ୍ୟୁରୋ

ଏୟାରସିଆ ଭୁବନେଶ୍ବରରୁ ଗାଙ୍ଗଟକ, ଦିଲ୍ଲୀ ଆଦି 6 ସ୍ଥାନକୁ ନୂଆ ବିମାନ


ଭୁବନେଶ୍ଵର- ଏୟାରଏସିଆ ଇଣ୍ଡିଆ ନିଜର ନୂତନ ନେଟୱାର୍କ ସମ୍ପ୍ରସାରଣ ଏବଂ ଉଡାଣର ଘୋଷଣା କରି ଉକ୍ତ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିପାରିଛି । ଭାରତରେ ଏୟାରଏସିଆ ନିଜ ସୂଚୀରେ ଭୁବନେଶ୍ୱରକୁ ସଂଯୋଗ କରିଥିବାବେଳେ ୬ଟି ନୂତନ ପଥ ନୂଆଦିଲ୍ଲୀ, ଜୟପୁର, ବାଗଡ଼ୋଗ୍ରାରୁ କଲିକତା ପର୍ଯ୍ୟନ୍ତ ସାମିଲ କରାଯାଇଛି ।

ନିର୍ଦ୍ଧାରିତ ରଣନୀତିକୁ ମେଳ କରିବା ପାଇଁ ଏୟାରଏସିଆ ଇଣ୍ଡିଆ ନିଜର ଭିଟି-ଏମଓଡି ରେଜିଷ୍ଟର ମାଧ୍ୟମରେ ୧୧ତମ ଏୟାରବସ ଏ୩୨୦ ଏୟାରକାଫ୍ଟକୁ ସାମିଲ କରିଛି ।

ଏହି ଅଭିବୃଦ୍ଧି ପରିପ୍ରେକ୍ଷୀରେ ଏୟାରଏସିଆ ଇଣ୍ଡିଆର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ ପରିଚାଳନା ଅଧିକାରୀ, ଶ୍ରୀଯୁକ୍ତ ଅମର ଅବରୋଲ କହିଛନ୍ତି ଯେ, “ଭୁବନେଶ୍ୱରରୁ ସଞ୍ଚାଳନ ହେଉଥିବାରୁ ଆମ ଗ୍ରୁପ ସହିତ ଆମ୍ଭେମାନେ ଏୟାରଏସିଆ ଇଣ୍ଡିଆର ଉନ୍ନତିକୁ ପରିଲକ୍ଷିତ କରିଛୁ ଏବଂ ବିଭିନ୍ନ ନୂତନ ରୁଟ୍କୁ ସଂଯୁକ୍ତ କରୁଥିବାରୁ ଆମ୍ଭେମାନେ ଖୁବ ଉତ୍ସାହିତ । ଏହା ସମସ୍ତ ବର୍ଗର ଭାରତୀୟ ମାନଙ୍କୁ ଉଡାଣ ପାଇଁ ସାମର୍ଥ୍ୟ ପ୍ରଦାନ କରିଥାଏ ।

ଏହାର ୧୬ତମ ଗନ୍ତବ୍ୟ ସ୍ଥାନର ଶୁଭାରମ୍ଭ ସହିତ, ଆମ୍ଭେମାନେ ଅନ୍ୟ ୬ଟି ନୂତନ ରୁଟ୍ର ଶୁଭାରମ୍ଭ କରିଛୁ ଯାହାକି କେବଳ କନେକଟିଭିଟି ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥାଏ ତାହା ନୁହେଁ ବରଂ ଏହା ସମସ୍ତଙ୍କ ପାଇଁ ବ୍ୟୟସାପେକ୍ଷ ଯାତ୍ରାର ସୂଯୋଗ ପ୍ରଦାନ କରିଥାଏ । ୪ ଜୁଲାଇ ୨୦୧୭ ମଙ୍ଗଳବାରଠାରୁ ଏହାର ନୂତନ ସେକ୍ଟର ପାଇଁ ବୁକିଙ୍ଗ ଆରମ୍ଭ ହେବାକୁ ଯାଉଛି ।

ଏହାର ନୂତନ ରୁଟ୍ ୧ ଅଗଷ୍ଟ୨୦୧୭ ଠାରୁ କାର୍ଯ୍ୟକାରୀ ହେବ । ଗ୍ରାହକମାନେ www.airasia.com ୱେବସାଇଟ ମାଧ୍ୟମରେ କିମ୍ବା ଏୟାର ଏସିଆ ମୋବାଇଲ ଆପ୍ ମାଧ୍ୟମରେ ଫ୍ଲାଇଟ ବୁକ କରିପାରିବେ ଏବଂ ଏହାର ମୂଲ୍ୟ କଲିକତା- ଭୁବନେଶ୍ୱର, ଟ.୯୯୦, ଭୁବନେଶ୍ୱର- ବାଙ୍ଗାଲୁର, ଟ. ୨,୩୯୦, କଲିକତା- ଜୟପୁର, ଟ. ୨,୯୯୦, କଲିକତା- ବାଗଡ଼ୋଗ୍ରା, ଟ. ୯୯୦, କଲିକତା-ନୂଆଦିଲ୍ଲୀ, ଟ. ୨,୯୯୦ ଏବଂ ବାଙ୍ଗାଲୁର- କଲିକତା, ଟ. ୨,୯୯୦ ରହିଛି । ଏହାର ପ୍ରମୋସନାଲ ଫେୟାର ୪ ଜୁଲାଇରୁ ୯ ଜୁଲାଇ ପର୍ଯ୍ୟନ୍ତ ଉପଲବ୍ଧ ହେବ ।

#city

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon