• ବେତାର ବ୍ୟୁରୋ

ମୋଟୋର ଦୀର୍ଘ ବେଟେରୀଯୁକ୍ତ ନୂଆ ଇ-ସିରିଜ ଦେଖନ୍ତୁ


ଭୁବନେଶ୍ୱର- ମୋଟୋରୋଲା ପକ୍ଷରୁ ନୂତନ ମୋଟୋ ଇ ଏବଂ ଇ ପ୍ଲସର ଶୁଭାରମ୍ଭ କରାଯାଇଛି । ଏହାର ସାର୍ପର ଲୁକ ଏବଂ ମେଜର ଅପଗ୍ରେଡ ଦ୍ୱାରା ଗ୍ରାହକ ମାନଙ୍କୁ ସଠିକ ମୂଲ୍ୟରେ ସମ୍ପୁର୍ଣ୍ଣ ଦିନବ୍ୟାପି ବ୍ୟାଟେରୀ, ଅସାଧାରଣ ଡିସପ୍ଲେ ଏବଂ ଉନ୍ନତ କ୍ୟାମେରା କ୍ଷମତା ପ୍ରଦାନ କରାଯାଉଛି ।

ମୋଟୋଇ୪ ପ୍ଲସ କେବଳ ଫ୍ଲିପକାର୍ଟରେ ମାତ୍ର ୯,୯୯୯ ଟଙ୍କାରେ ୧୨ଜୁଲାଇ, ରାତି୧୧.୫୯ଠାରୁ ଉପଲବ୍ଧ ହେଉଛି । ମୋଟୋ ଇ କେବଳ ୮,୯୯୯ଟଙ୍କାରେ ଅଗ୍ରଣୀ ମୋବାଇଲ ଷ୍ଟୋର ଏବଂ ରିଟେଲ ସପ୍ ତଥା ରିଲାଏନ୍ସ ଜିଡିଟାଲ, ହଟସ୍ପଟ, ପୁଅରଭିକା, ୟୁନିଭରସେଲରେ ଉପଲବ୍ଧ ହେଉଛି ।

ଏହାର ଉତ୍ତମ ଗୁଣବତ୍ତା ଗୁଡିକ ମଧ୍ୟରେ ରହିଛି ଏଚଡି ଡିସପ୍ଲେ ଏବଂ ବର୍ଦ୍ଧିତ ବ୍ୟାଟେରୀ ଲାଇଫ । ମୋଟୋ ଇ ୪ ପ୍ଲସରେ ରହିଛି ୧୩.୯୭ ସେମି(୫.୫ ଇଞ୍ଚ)ର ସ୍ମୁଥ ମେଟାଲ ଡିସପ୍ଲେ । ଏହାର ୫୦୦୦ ଏମଏଏଚର ବ୍ୟାଟରୀ ଲାଇଫ ସହିତ ୪୮ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜିଙ୍ଗର ଅସୁବିଧା ନାହିଁ । ମୋଟୋ ଇ ୪ ପ୍ଲସରେ ଏକ ୧୦ ୱାଟର ଚାର୍ଜର ମଧ୍ୟ ରହିଛି ଯାହା ଏକ ମିନିଟର ଚାର୍ଜ ମଧ୍ୟରେ ଆପଣଙ୍କୁ ବ୍ୟାଟେରି ଲାଇଫ ପ୍ରଦାନ କରିଥାଏ । ମୋଟୋ ଡସପ୍ଲେ ସହିତ ଗ୍ରାହକମାନେ ବ୍ୟାଟେରୀର ପାୱାରକୁ ବଞ୍ଚାଇ ପାରିବେ ଏବଂ ଲକ ହୋଇଥିବା ସ୍କ୍ରିନରୁ ମଧ୍ୟ ନୋଟିଫିକେସନ ପାଇପାରିବେ ।

ମୋଟୋ ଇ ୪ ପ୍ଲସର ଶୁଭାରମ୍ଭରେ ଆର୍କଷଣୀୟ ଅଫର ଗୁଡ଼ିକ ମଧ୍ୟରେ ରହିଛି, ଆଇଡିଆ ୪ଜି ଡାଟା ଅଫର- ୮୪ ଜିବିର ଡାଟା ୮୪ ଦିନ ପାଇଁ କେବଳ ଟ.୪୪୩ରେ, ହଟଷ୍ଟାର ପ୍ରମିୟମରେ ୨ମାସର ମାଗଣା ସବସ୍କ୍ରିପସନ, ୧୫୯୯ ଟଙ୍କାର ମୋଟୋରୋଲା ହେଡସେଟ କେବଳ ୭୪୯ ଟଙ୍କାରେ, ସ୍ୱତନ୍ତ୍ର ଏକ୍ସଚେଞ୍ଜ ଅଫର- ପୂରୂଣା ଫୋନ ଏକ୍ସଚେଞ୍ଜରେ ଟ.୯,୦୦୦ର ରିହାତି, ଫ୍ଲିପକାର୍ଟ ସ୍ମାର୍ଟ କ୍ରୟ- ଫ୍ଲିପକାର୍ଟ ମାଧ୍ୟମରେ କିଣିବା ଦ୍ୱାରା ୨୦ ପ୍ରତିଶତ ରହାତି, ଫ୍ଲିପକାର୍ଟ ବାଏ ବ୍ୟାକ ଗ୍ୟାରେଣ୍ଟି- ମୋଟୋ ଇ୪ ପ୍ଲସରେ ଟ.୪୦୦୦ର କ୍ରୟ ବ୍ୟାକର ଗ୍ୟାରେଣ୍ଟି ମଧ୍ୟ ଉପଲବ୍ଧ ।

#mobile

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon