• ବେତାର ବ୍ୟୁରୋ

ଭାରତ- ନ୍ୟୁଜିଲାଣ୍ଡ T20 ମୁକାବିଲା ବାରବାଟୀରେ


ଚଳିତବର୍ଷ ନଭେମ୍ବରରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ T20 ମୁକାବିଲା ଆୟୋଜିତ ହେବାକୁଯାଉଛି ।

ଏ ସମ୍ପର୍କରେ ସୂଚନା ଦେଇ ଓଡିଶା କ୍ରିକେଟ ଆସୋସିଏସନ ସଭାପତି ଧୀରେନ ପଳେଈ କହିଛନ୍ତି ଯେ ନ୍ୟୁଜିଲାଣ୍ଡ ଦଳ ଚଳିତ ବର୍ଷ ଅକ୍ଟୋବର 22 ରୁ ନଭେମ୍ବର 7 ମଧ୍ୟରେ ଭାରତ ଗସ୍ତ କରିବେ ଓ ସେହି ସମୟ ଭିତରେ ତିନୋଟି T20 ମ୍ୟାଚ ଖେଳା ହେବାର ଯୋଜନା ରହିଛି । ଗୋଟିଏ ମ୍ୟାଚ ବାରବାଟୀରେ ଖେଳା ହେବାକୁଥିବା ବେଳେ ଅନ୍ୟ ଦୁଇଟି ଦିଲ୍ଲୀ ଓ ରାଜକୋଟରେ ଖେଳାଯିବ ।

ତିନୋଟି T20 ମ୍ୟାଚ ବ୍ୟତୀତ ଭ୍ରମଣକାରୀ ଦଳ ତିନିଟି ଏକ ଦିବସୀୟ ମ୍ୟାଚ ମଧ୍ୟ ଖେଳିବାର ଯୋଜନା ଅଛି। ଏହି ମ୍ୟାଚ ଗୁଡିକ ମୁମ୍ବାଇ , ପୁଣେ ଓ କାନପୁର ଠାରେ ଖେଳାଯିବ ।

ନ୍ୟୁଜିଲାଣ୍ଡ ଦଳ ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତ କରି ଉଭୟ ଦିନିକିଆ ଓ T20 ମ୍ୟାଚ ଖେଳିବାର ଯୋଜନା ପ୍ରସ୍ତୁତ ହେଇଛି ।

#city

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon