• ବେତାର ବ୍ୟୁରୋ

ହ୍ୱାଟସ୍‌ ଅପ୍‌ର ନୂଆ ଫିଚର ପଢନ୍ତୁ


ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର କିଛି ନୂଆ ଫିଚର ଆଣୁଛି ହ୍ୱାଟସ୍‌ ଅପ୍‌ । ଏହାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ କମ୍ପାନୀ ପକ୍ଷରୁ ଧ୍ୟାନ ଦିଆଯାଇଛି। ମୁଖ୍ୟତଃ ୟୁଟ୍ୟୁବ୍‌ ଭିଡିଓକୁ ଦେଖିବା ପାଇଁ ସରଳୀକରଣ କରାଯାଛି।

ଏଥିପାଇଁ ios-beta-versionକୁ ଡେଭଲପ୍‌ କରାଯାଛି। ସେହିପରି ଟଙ୍କା କାରବାର ପାଇଁ Unified Payments Interface (UPI) ବ୍ୟବସ୍ଥା ରହିବ। ସେହିପରି ମେସେଜ୍‌ ରିକଲ ବା ପ୍ରତ୍ୟାହାର ବ୍ୟବସ୍ଥା ମଧ୍ୟ ରହିବ। ସେହିପରି ଚାଟିଂ ବେଳେ ଆପଣ ନିଜ ନିଜ ମଧ୍ୟରେ ଲୋକେଶନ ମଧ୍ୟ ଜାଣିପାରିବେ। ସେହିପରି ପଠାଯାଇଥିବା ମେସେଜକୁ ମଧ୍ୟ ଏଡିଟ୍ କରିପାରିବେ।

ହ୍ୱାଟସ୍‌ ଅପ୍‌ରେ ବଡ ସାଇଜର ଫୋଟୋ, ଅଡିଓ ମେସେଜ ଇତ୍ୟାଦି ପଠାଇବାର ବ୍ୟବସ୍ଥା ମଧ୍ୟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏବେ ଅଳ୍ପ ସାଇଜର ଫୋଟୋ, ଅଡିଓ ଛଡା ଯାଇପାରୁଛି । ନୂତନ ବ୍ୟବସ୍ଥାରେ 100 MB ପର୍ଯ୍ୟନ୍ତ ଫାଇଲ ପଠାଯାଇପାରିବ ।

ଏତଦ୍ବ୍ୟତୀତ ନିଜ ନମ୍ବର ବଦଳାଇବାକୁ ଥିଲେ , ଏଣିକି ହ୍ୱାଟସ୍‌ ଅପ୍‌ ଆପଣଙ୍କ ବନ୍ଧୁ ବାନ୍ଧବଙ୍କୁ ଏ ବିଷୟରେ

ସୂଚିତ କରିପାରିବ ।

ନିଜର ଅନ୍ତରଙ୍ଗ ମୂହୁର୍ତ୍ତର କଥାବାର୍ତ୍ତାକୁ ବାହାରେ ଅନ୍ୟକେହି ଯେପରି ଦେଖି ନ ପାରେ ସେଥିପାଇଁ ହ୍ୱାଟସ୍‌ ଅପ୍‌ ବହୁ ଆଗରୁ ଏନକ୍ରିପ୍ଟେଡ ବ୍ୟବସ୍ଥା ଲାଗୁ କରି ସାରିଛି ।

#socialmedia #whatsapp

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon