• ବେତାର ବ୍ୟୁରୋ

ସହିଦନଗର ଟ୍ରାଫିକ ଛକ ରୂପ ବଦଳିବ


ବିଏମସି ତରଫରୁ ହେଇଥିବା ଏକ ବୈଠକରେ ନିଷ୍ପତ୍ତି ନିଆ ହେଇଛି ଯେ, ରାସ୍ତାରେ ଲୋକମାନଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରେଇବା ଲାଗି ରୂପାଲୀ ଛକ ଟ୍ରାଫିକ ର ଚାରିପଟରେ ବିଭିନ୍ନ ଚିତ୍ର କରାଯିବ ।

ଏହାଛଡା ରାସ୍ତାରେ ଦୁଇ ଚକିଆ, ଚାରି ଚକିଆ, ଶିଶୁ ତଥା ଦିବ୍ୟାଙ୍ଗମାନେ ଚାଲି ଚାଲି ଯିବା ପାଇଁ ଚିତ୍ର ଓ ସଂକେତ ଦର୍ଶାଯିବ । ଏହାପରେ ଟ୍ରାଫିକ ଅଧିକାରୀମାନେ ଛକ ପାଖରେ ଛିଡା ହେଇ ରାସ୍ତାରେ ପଥଚାରୀ ମାନଙ୍କ ପ୍ରତିକ୍ରିୟା ଅନୁଧ୍ୟାନ କରିବେ । ଏହି ବ୍ୟବସ୍ଥା ସଫଳ ହେଲେ, ଶିଶୁଭବନରୁ ବାଣୀବିହାର ଯାଏଁ ଏହିପରି ବ୍ୟବସ୍ଥା ଲାଗୁ କରାଯିବାକୁ ବିଏମସି ବୈଠକ ରେ ନିଷ୍ଫତ୍ତି ହେଇଛି ।

ଅନ୍ୟ ଏକ ସୂଚନାକ୍ରମେ ଜାତୀୟ ରାଜପଥର ଖଣ୍ଡଗିରିଠାରେ ସୃଷ୍ଟି ହେଉଥିବା ଟ୍ରାଫିକ୍‌ ସମସ୍ୟା ଦୂର କରିବାପାଇଁ ଆସନ୍ତା ଅଗଷ୍ଟମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଭରବ୍ରିଜ୍‌ କାର୍ଯ୍ୟାଦେଶ ଦିଆଯିବ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ଓଡ଼ିଶା ମହାପ୍ରବନ୍ଧକ ଧର୍ମାନନ୍ଦ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

ଦୈନିକ ଖଣ୍ଡିଗରିଠାରେ ଉପୁଜୁଥିବା ଟ୍ରାଫିକ୍‌ ସମସ୍ୟାକୁ ନେଇ ପୁଲିସ ପ୍ରଶାସନ ଚିନ୍ତାରେ ଥିବାବେଳେ ବାରମ୍ବାର ଦୁର୍ଘଟଣା ଘଟି ପ୍ରାଣହାନି ଘଟୁଛି । ଏହାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ପରେ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ଅଗଷ୍ଟ ୧୫ ତାରିଖ ସୁଦ୍ଧା କାର୍ଯ୍ୟାଦେଶ ଦିଆଯିବ ସହିତ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ କରିବା ପାଇଁ କୁହାଯିବ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।

ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ପ୍ରସ୍ତାବରେ ରହିଥିବା ଓଭରବ୍ରିଜ୍‌ ନିର୍ମାଣ ଲାଗି ପ୍ରାୟ ୮୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ ଏକ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ଅନୁମୋଦନ ଲାଭ କରିଛି । ଓଭରବ୍ରିଜ୍‌ ଲାଗି ନିର୍ମାଣକାରୀ ସଂସ୍ଥା ସହିତ ଲେଟର ଅଫ୍‌ ଆସେପ୍ଟାନ୍ସ(ଏଲ୍‌ଏ) ଓ ଧାର୍ଯ୍ୟ ସମୟସୀମା ନେଇ ଚୁକ୍ତିନାମା କରାଯିବ ।

ଏହା ସହିତ ଜାତୀୟ ରାଜପଥର ଯାଁଳାର ଗୋହିରାଛକଠାରେ ମଧ୍ୟ ଆଉ ଏକ ଓଭରବ୍ରିଜ୍‌ର ପ୍ରସ୍ତାବ ରହିଛି । ଏଥିପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଇତିମଧ୍ୟରେ ୯୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇଥିବାବେଳେ ଅବଶିଷ୍ଟ ପ୍ରକ୍ରିୟା ଆସନ୍ତା ମାସ ସୁଦ୍ଧା ଶେଷ ହେବ । ଏହାପରେ ଯାଇ ଟେଣ୍ଡର ପ୍ରକ୍ରିୟାକୁ ଯିବ ବୋଲି ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି ।

#city

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon