• ବେତାର ବ୍ୟୁରୋ

ଟାଟା ମୋଟର୍ସର ନୂଆ ACE କାର୍ଗୋ ଗାଡି


ଭୁବନେଶ୍ୱର: ଭାରତର ଅଗ୍ରଣୀ ବ୍ୟବସାୟିକ ଗାଡି ପ୍ରସ୍ତୁତକାରୀ କମ୍ପାନୀ ଟାଟାମୋର୍ଟସ ପକ୍ଷରୁ ଗ୍ରାହକଙ୍କୁ ଅଦ୍ଭୁତ ଅନୁଭୂତି ପ୍ରଦାନ କରିବା ପାଇଁ ନୂତନ ରେଞ୍ଜର ବ୍ୟବସାୟିକ କାର୍ଗୋର ଶୁଭାରମ୍ଭ କରିଛନ୍ତି ।

ଉକ୍ତ କାରରେ ଗ୍ରାହଙ୍କ ଅନୁଭୂତିକୁ ବୃଦ୍ଧି କରିବା ପାଇଁ ବିଏସ-ଆଇଭିର ଏକ୍ସଏଲ ରେଞ୍ଜ ସହିତ ୧୫ ପ୍ରତିଶତ ଲମ୍ବା ଲୋଡ ଧରିବାର କ୍ଷମତା ଏବଂ ଟ୍ରାନ୍ସପୋର୍ଟେସନ ପାଇଁ ଏହା ଉତ୍ତମ ଅନୁଭୂତି ପ୍ରଦାନ କରିଥାଏ । ଏହି ଏକ୍ସଏଲ ରେଞ୍ଜରେ ଏସିିଇ ମେଗା ଏକ୍ସଏଲ, ଏସିଇ ଜିପ ଏକ୍ସଏଲ ଏବଂ ଏସିଇ ଏକ୍ସଏଲ ରହିଛି ।

ଏସିଇ ପ୍ଲାଟଫର୍ମରେ ୨ ଲକ୍ଷ ଯାନ ସହିତ ଟାଟା ମୋର୍ଟସ ବଜାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି । ଏହି ଶକ୍ତିଶାଳୀ ଏକ୍ସଏଲ ରେଞ୍ଜର ଛୋଟ ବ୍ୟବସାୟିକ କାର୍ଗୋ ଯାନ ସମଗ୍ର ଭାରତର ଡିଲରସିପରେ ଉପଲବ୍ଧ ହେବ । ଏହି ନୂତନ ଏକ୍ସଏଲ ରେଞ୍ଜ ଅଧିକ ଜିନିଷ ପାଇଁ ଜାଗା ଏବଂ ଉପଭୋକ୍ତାକୁ ଭଲ ପ୍ରର୍ଦଶନ ପ୍ରଦାନ କରିଥାଏ । ଉପଭୋକ୍ତାମାନଙ୍କୁ ସେମାନଙ୍କ ବ୍ୟବସାୟକୁ ବୃଦ୍ଧି କରିବା ସହିତ ଲମ୍ବା ଦୂରତା ପାଇଁ ସମସ୍ତ କାର୍ଯ୍ୟ ପୂରଣ କରିବା ପାଇଁ ଏହି ଯାନର ଜ୍ଞାନକୌଶଳ ପ୍ରସ୍ତୁତ କରାଯାଇଛି ।

ଏହି ନୂତନ ଉଦ୍ଭାବନରେ ଟାଟା ମୋଟର୍ସ ଲିଃ.ର ବ୍ୟବସାୟିକ ଯାନର ବିକ୍ରି ଏବଂ ବ୍ୟବସାୟିକ ମୁଖ୍ୟ ଆର.ଟି ୱାସନ କହିଛନ୍ତି ଯେ, “ବ୍ୟବସାୟିକ ଯାନ ପ୍ରସ୍ତୁତରେ ଟାଟାମୋର୍ଟସ ଅଗ୍ରଣୀ ସ୍ଥାନ ଗ୍ରହଣ କରିଛି । ବଜାରରେ ଅଗ୍ରଣୀ ସ୍ଥାନ ଗ୍ରହଣ କରିଥିବାର ଲାଭ ସହିତ ଆମ୍ଭେ ଆମ୍ଭର ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖିଛୁ ଏବଂ ଆମ୍ଭର ଏହି ନୂତନ ଏକ୍ସଏଲ ରେଞ୍ଜ ଏକ ଉତ୍ପାଦ ଯାହା ଆମ୍ଭର ଗଭୀର ଜ୍ଞାନ ଏବଂ ଗ୍ରାହକଙ୍କ ଅର୍ନ୍ତଦୃଷ୍ଟିରୁ ପ୍ରସ୍ତୁତ ହୋଇଛି । ବିଏସ-ଆଇଭିର ଶୁଭାରମ୍ଭ ସହିତ ଏକ୍ସଏଲ ରେଞ୍ଜ ଆମ୍ଭେ ଲମ୍ବା ଦୂରତ୍ୱର ଡେଲିଭରି ସମାଧାନ ପ୍ରଦାନ କରୁଛୁ ଯାହା ଗ୍ରାହକଙ୍କୁ ସୁରକ୍ଷିତ ଯାତ୍ରା, ଆର୍ଥିକ ଏବଂ ସୁବିଧାଜନକ ବ୍ୟବସାୟ ଟ୍ରାନ୍ସପୋର୍ଟର ସୁବିଧା ପ୍ରଦାନ କରାଯାଉଛି । ଏହି ବ୍ୟବହାର ଯୁକ୍ତ ଅଫର ଏବଂ ଅତ୍ୟାଧୁନିକ ସୁବିଧା ସହିତ ଟାଟା ମୋର୍ଟସର ବର୍ଦ୍ଧିତ ସେବା ନେଟୱର୍କର ସୁବିଧା ଏବଂ ଏକ ସ୍ଥାୟୀ ବ୍ୟବସାୟ ମଡେଲ ପାଇଁ ଆମ୍ଭେ ଗ୍ରାହକମାନଙ୍କୁ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରୁଛୁ ।”

ଏହି ସମ୍ବନ୍ଧରେ ଟାଟା ମୋର୍ଟସ ଲିଃ.ର ବିକ୍ରି ଏବଂ ବ୍ୟବସାୟିକ ମୁଖ୍ୟ ଶ୍ରୀଯୁକ୍ତ ଅନୁରାଗ ଦୁବେ କହିଛନ୍ତି ଯେ, “ନୂତନ ଏକ୍ସଏଲ ରେଞ୍ଜ ତଥା ଏସିଇ ମେଗା ଏକ୍ସଏଲ, ଏସିଇ ଜିପ ଏକ୍ସଏଲ ଏବଂ ଏସିଇ ଏକ୍ସଏଲର ଶୁଭାରମ୍ଭ ସହିତ ଟାଟା ମୋର୍ଟସ ପକ୍ଷରୁ ବର୍ଦ୍ଦିତ ରେଞ୍ଜର ଛୋଟ ବ୍ୟବସାୟିକ କାର କାର୍ଗୋ ଯାନର ଶୁଭାରମ୍ଭ କରାଯାଇଛି । ବର୍ତ୍ତମାନ ସେଠାରେ ଯକୌଣସି ରାସ୍ତା ଏବଂ ଯେକୌଣସି ଲୋଡ ପାଇଁ ଏସିଇ କାର ପ୍ରସ୍ତୁତା”


©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon