• ବେତାର ବ୍ୟୁରୋ

ବର୍ଷା ଦିନରେ କେମିତି ମେକଅପ୍ କରିବେ ଜାଣନ୍ତୁ


ବର୍ଷା ଦିନେ ବାହାରକୁ ଯିବା ସମୟରେ ମେକଅପ ଖରାପ ହେବାର ଖୁବ ସମ୍ଭାବନା ଥାଏ । ଏହି ମେକଅପ ସମସ୍ୟାରୁ କିପରି ଦୂରରେ ରହିବେ । ଆସନ୍ତୁ ଜାଣିବା କିଛି ଦରକାରି ଟିପ୍ସ ।

୧. ଆପଣ ଯଥା ସମ୍ଭବ ବର୍ଷା ଦିନେ ଫାଉଣ୍ଡେସନର ବ୍ୟବହାର କମ କରନ୍ତୁ କିମ୍ବା ଆପଣ ୱାଟର ପ୍ରୁଫ ଫାଉଣ୍ଡେସନ କିମ୍ବା ଫେସ ପାଉଡର ବ୍ୟବହାର କରିପାରିବେ ।

୨. ଭଲ ଲୁକ ପାଇଁ ଖାଲି ପାଉଡର ମଧ୍ୟ ବ୍ୟବହାର କରିପାରିବେ ।

୩. ବ୍ଲସ- ବ୍ଲସ ମଧ୍ୟରେ ଆପଣ ବର୍ଷା ଦିନେ ପାଉଡର ବ୍ଲସ ବ୍ୟବହାର କରନ୍ତୁ ଯାହା ଆପଣଙ୍କୁ ଭଲ ଲୁକ ଦେବା ସହିତ ଅଧିକ ସମୟ ପର୍ଯ୍ୟନ୍ତ ରହିବ । କେବଳ ଆପଣ ଏକ ରବର ପ୍ୟାଡ ମାଧ୍ୟମରେ ବ୍ଲସକୁ ଥାପି ଦିଅନ୍ତୁ ।

୪. ଆଇ ସ୍ୟାଡୋ- ବର୍ଷା ଦିନେ ଆଇ ସ୍ୟାଡୋ ଏପରି ବ୍ୟବହାର କରନ୍ତୁ ଯାହା ଆପଣଙ୍କୁ ଆକର୍ଷଣୀୟ ଲୁକ ପ୍ରଦାନ କରିବ । ଏଥିପାଇଁ ଆପଣ ମାଟିଆ, ପିଙ୍କ , ହାଲକା ନାଲି ପରି କିଛି ରଙ୍ଗ ବ୍ୟବହାର କରିପାରିବେ । କ୍ରିମ ଆଇ ସ୍ୟାଡୋ ବଦଳରେ ପାଉଡର ଆଇ ସ୍ୟାଡୋ ବ୍ୟବହାର କରନ୍ତୁ ଯାହା ବର୍ଷା ପାଣିରେ ଧୋଇବ ନାହିଁ।

୫. ମସ୍କାରା- ବର୍ଷା ଦିନେ ମସ୍କାରାର ବ୍ୟବହାରକୁ କମ କରନ୍ତୁ ଯଦି ଏହା ଅତ୍ୟନ୍ତ ଆବଶ୍ୟକ ନାହିଁ ।

୬. ଲିପଷ୍ଟିକ- ମ୍ୟାଟ ଲିପଷ୍ଟିକ ବର୍ଷା ଦିନ ପାଇଁ ଖୁବ ଭଲ । ଏହା ବର୍ଷାରେ ଅଧିକ ସମୟ ରହିବା ସହିତ ଆକର୍ଷଣୀୟ ଲୁକ ପ୍ରଦାନ କରିଥାଏ । ଗାଢ ରଙ୍ଗର ଲିପଷ୍ଟିକ ବ୍ୟବହାର କରନ୍ତୁ ଯାହା ଦ୍ୱାରା ଆପଣ ଷ୍ଟାଇଲିସ ଦେଖାଯିବେ ଏବଂ ଆପଣଙ୍କ କମ୍ପେ୍ଲକ୍ସ ଏହା ବର୍ଦ୍ଦିତ କରିବ ।

୭. କେଶ ଷ୍ଟାଇଲ- ବର୍ଷା ଦିନେ କେଶ କୁ ଖୋଲା ଛାଡନ୍ତୁ ନାହିଁ । ଖୁବ କମ ମାତ୍ରାରେ ଜେଲ ବ୍ୟବହାର କରନ୍ତୁ ଏବଂ ତେଲ ଭଲ ଭାବରେ ବ୍ୟବହାର କରନ୍ତୁ ଯାହା ଆପଣଙ୍କ କେଶକୁ ଡ୍ରାଏ କରିବାରୁ ରକ୍ଷା କରିବ ।

୮. ମଶ୍ଚରାଇଜର- ବର୍ଷା ଦିନେ ମଶ୍ଚରାଇଜରର ବ୍ୟବହାର ଖୁବ ଉପଯୋଗୀ । ଏହା ଉଭୟ ମୁହଁ ଏବଂ ଗୋଡ ହାତରେ ବ୍ୟବହାର କରନ୍ତୁ ଯାହା ତ୍ୱଚା ଶୁଷ୍କ କରିବାରୁ ରକ୍ଷା କରିବ ।

#makeup #fashion

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon