• ବେତାର ବ୍ୟୁରୋ

ଭଲଭୋ ପକ୍ଷରୁ ନୂତନ ଭି୯୦ର ଶୁଭାରମ୍ଭ


ଭୁବନେଶ୍ୱର: ସମଗ୍ର ଦେଶରେ ଭଲଭୋ ପକ୍ଷରୁ ନୂତନ ଭି୯୦ର ଶୁଭାରମ୍ଭ ପରେ ଏକ ନୂତନ ସ୍ତର ସୃଷ୍ଟି କରିପାରିଛି । ଏହି ଭଲଭୋ କାର ୨୦ ବର୍ଷ ପୂର୍ବେ ବିଶ୍ୱସ୍ତରରେ ଆରମ୍ଭ ହୋଇଥିବା ବେଳେ ଏହାର ଉତ୍ପାଦର ଗୁଣବତ୍ତା ବଢିବା ସହିତ ଏହା ଏକ ଅଭିନ୍ନ ଅଙ୍ଗ ହୋଇପାରିିଛି ।

ଭାରତର ଏକ୍ସ-ସୋରୁମଠାରେ ଭି୯୦ କାର ଉପଲବ୍ଧ ହେବ ଏବଂ ଏହାର ମୂଲ୍ୟ ଟ.୬୦ଲକ୍ଷ ରଖାଯାଇଛି । ଗ୍ରାହକମାନେ ଏହି କାର ପାଇଁ କାରୱାଲା ଅନଲାଇନ ଆପ ମାଧ୍ୟମରେ ଅନଲାଇନ ବୁକିଙ୍ଗ ମଧ୍ୟ କରିପାରିବେ। ଅତ୍ୟଧିକ ତଥ୍ୟ ପାଇଁ ଆପଣ ୱେବସାଇଟ www.volvocars.in ରେ ଲଗଇନ କରିପାରିବେ। ଉକ୍ତ ନୂତନ କାରର ଶୁଭାରମ୍ଭ ସହିତ ଦିଲ୍ଲୀରେ ନୂତନ ବ୍ରାଣ୍ଡ ଡିଲରସିପ ସ୍କାନଡିଆ ମୋଟରକାରସର ମଧ୍ୟ ଶୁଭାରମ୍ଭ କରାଯାଇଛି ।

ଏହା ଏନସିଆର କ୍ଷେତ୍ରର ଚତୁର୍ଥ ସୁବିଧା ଏବଂ ଦେଶରେ ୧୮ତମ । ଦେଶରେ ଥିବା ଗ୍ରାହକ ଏବଂ ନୂତନ ଗ୍ରାହକଙ୍କ ପାଇଁ ଲକ୍ସୁରି ସ୍ତର ପ୍ରସ୍ତୁତ କରିବା ଏହି ନୂତନ ଡିଲରସିପ ସହିତ ଏହାର ଏକ ପ୍ରୟାସ ।

ଏହି ପରିପ୍ରେକ୍ଷୀରେ ଭଲଭୋ ଅଟୋ ଭାରତର ପରିଚାଳନା ନିର୍ଦ୍ଦେଶକ ଟମ ଭନ ବନସଡର୍ଫ କହିଛନ୍ତି ଯେ, “ନୂତନ ଭି୯୦ ସମଗ୍ର ଦେଶରେ ପରିପୂର୍ଣ୍ଣ ଅବଦାନ । ଏହି କାରରେ ଉଲ୍ଲେଖନୀୟ ଅଫ ରୋଡିଙ୍ଗ ପ୍ରଦର୍ଶନ, ରୋଡରେ ଆରାମଦାୟକ ଏବଂ ବିଳାସପୂର୍ଣ୍ଣ ଯାତ୍ରା ପ୍ରଦାନ କରିଥାଏ । ଏହା ଭାରତୀୟ ରାସ୍ତାକୁ ଏବଂ ବିଳାସପୂର୍ଣ୍ଣ ଗ୍ରାହକଙ୍କ ଜୀବନକୁ ସୁହାଇଲା ପରି ପ୍ରସ୍ତୁତ କରାଯାଇଛି । ଏହି କାର ସ୍ତର ଅଦ୍ୱିତୀୟ ସୁବିଧା ସହିତ ସୁସଜ୍ଜିତ କରାଯାଇଛି ଏବଂ ଉତ୍ପାଦ ଗୁଣବତ୍ତା ସହିତ ଉଚ୍ଚ ଗୁଣବତ୍ତାର ଉପକରଣ ପ୍ରଦାନ କରାଯାଉଛି । ଦେଶରେ ଏହି ଭି୯୦ର ଭଲ ବଣ୍ଟନ ପାଇଁ ଆମ୍ଭେ ଆଶା ରଖୁଛୁ । ଦିଲ୍ଲୀଠାରେ ସ୍କାନଡିଆ ମୋଟରକାରସର ଶୁଭାରମ୍ଭରେ ଭାରତୀୟ ବଜାରରେ ସର୍ବବୃହତ ବିଳାସପୂର୍ଣ୍ଣ କାର ମଧ୍ୟରେ ଏକ ଏବଂ ଏହା ଗୁରୁତ୍ୱପୂର୍ଣ୍ଣ ବିଳାସପୂର୍ଣ୍ଣ କାର ଭାବେ ପରିଚୟ ସୃଷ୍ଟି କରିପାରିବ ବୋଲି ଆଶାକରୁଛୁ ।”

#automobile #cars

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon