- ବେତାର ବ୍ୟୁରୋ
ଭୁବନେଶ୍ୱରରେ ଅଭିନୟ, ଆଙ୍କରିଙ୍ଗ୍ ଶିଖେଇବ ଡ୍ରିମସ୍ ଅନଲିମିଟେଡ୍
ଓଡିଶାର ପ୍ରତିଭା ମାନଙ୍କୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ କରିବା ତଥା ରାଜ୍ୟ ବାହାରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଓଲିଉଡ ଜଗତର କିଛି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପ୍ରଚେଷ୍ଠାରେ ଭୁବନେଶ୍ୱରରେ ପ୍ରଥମଥର ପାଇଁ ଏକ ଏଣ୍ଟରଟେନ୍ମେଣ୍ଟ ପ୍ରଶିକ୍ଷଣ କେନ୍ଦ୍ର ‘ଡ୍ରିମ୍ସ ଅନ୍ଲିମିଟେଡ’ ର ଶୁଭାରମ୍ଭ କରାଯାଇଛି ।

ଏଠାରେ ପିଲାମାନଙ୍କୁ ମଡେଲିଂ, ମ୍ୟୁଜିକ, ଡ୍ୟାନ୍ସ, ଫଟୋଗ୍ରାଫି, ଆଙ୍କରିଂ, ଡିଜେ, ଆର.ଜେ ପ୍ରମୁଖ ବର୍ଗରେ ତାଲିମ ପ୍ରଦାନ କରାଯିବା ସହ ସେମାନଙ୍କୁ ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ କରାଯିବ ।
ଏହି ଶୁଭାରମ୍ଭ ଅବସରରେ ଡ୍ରିମ୍ସ ଅନ୍ଲିମିଟେଡର ଅନ୍ୟତମ ନିର୍ଦ୍ଦେଶକ, ରାଜଦୀପ ଦାସ କହିଛନ୍ତି ଯେ, “ଏହା ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ପିଲାମାନେ ସେମାନଙ୍କ ସ୍ୱପ୍ନ ସାକାର କରିବାର ଭରପୁର ସୁଯୋଗ ପାଇପାରିବେ । ଏହି ପ୍ରଶିକ୍ଷଣ ପିଲାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଦକ୍ଷ ପ୍ରଶିକ୍ଷକଙ୍କ ଦ୍ୱାରା ଟ୍ରେନିଂ ପ୍ରଦାନ କରାଯିବା ସହ ପ୍ରଶିକ୍ଷଣ ଶେଷ କଲାପରେ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ପ୍ରଦାନ କରାଯିବ ।”
ଏହି ଅବସରରେ ଡ୍ରିମ୍ସ ଅନ୍ଲିମିଟେଡର ଅନ୍ୟତମ ନିର୍ଦ୍ଦେଶକ, ଓଲିଉଡ ମ୍ୟୁଜିକ କମ୍ପୋଜର, ଗୁଡୁଲି ରଥ କହିଛନ୍ତି,ଏଠାରେ ଆମେ ପିଲାମାନଙ୍କୁ ଆଡଭାନ୍ସ ମ୍ୟୁଜିକ ଟ୍ରେନିଂ ପ୍ରଦାନ କରିବୁ । ଏହାଛଡା ଆମେ ଭବିଷ୍ୟତରେ ଟ୍ରିନିଟି ସ୍କୁଲ ଅଫ ଲଣ୍ଡନ ସହ ସହବନ୍ଧନ କରିବାର ଯୋଜନା କରୁଛୁ ଯଦ୍ୱାରା ପିଲାମାନେ ଟ୍ରିନିଟି ସ୍କୁଲର ସାର୍ଟିଫିକେଟ ପାଇପାରିବେ । ଏଠାରେ ଭଏସ କଲଚର ଣିକ୍ଷା ପ୍ରଦାନ କରାଯିବା ସହ ଗୀଟାର, ଡ୍ରମ୍ପ୍ସ ଏବଂ ପିଆନୋ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ ବୋଲି ଶ୍ରୀ ରଥ କହିଛନ୍ତି । ଏହି ଇନଷ୍ଟିଚ୍ୟୁଟ ର ଅନ୍ୟାନ୍ୟ ନିର୍ଦ୍ଦେଶକ ମାନଙ୍କ ମଧ୍ୟରେ ରହିଛନ୍ତ ଭାନୁ ପ୍ରକାଶ ଦାସ, ରୋଜାଲିନ ଏବଂ ଶୁଭେନ୍ଦୁ ମହାନ୍ତି ।