• ବେତାର ବ୍ୟୁରୋ

ଅଡିର ମନଲୋଭା “ଅନବିଟେବଲ୍” ଅଫର


ଦେଶର ଅଗ୍ରଣୀ ବିଳାସପୂର୍ଣ୍ଣ କାର କଂପାନୀ ଅଡି ପକ୍ଷରୁ ଅଡି ଏ୩, କ୍ୟୁ୩ ଏଂବ ଏ୪ ପାଇଁ ଅନବିଟେବଲ ଅଫର ଘୋଷଣା କରାଯାଇଛି ।

ଏହି ଅଫରରେ ଆକର୍ଷଣୀୟ EMI ୨୪,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ପ୍ରଥମ ବର୍ଷ ପାଇଁ କମ୍ପ୍ଲିମେଣ୍ଟାରି ବୀମା,ତିନି ବର୍ଷ ସର୍ଭିସ ପ୍ଲାନ ଏବଂ ଅତିରିକ୍ତ ଦୁଇ ବର୍ଷର ବର୍ଦ୍ଧିତ ୱାରେଣ୍ଟି ପ୍ରଦାନ କରାଯାଉଛି । ଏହି ଅଫରରେ ଗ୍ରାହକମାନେ ୭.୯୯% ସୁଧରେ ଋଣ ପାଇପାରିବେ ଏବଂ ୧ଲକ୍ଷ ଟଙ୍କାର ଏକ୍ସଚେଞ୍ଜ ବୋନସ ମଧ୍ୟ ପାଇପାରିବେ ।

ଏହି ଅଫର ବିଷୟରେ ଅଡି ଇଣ୍ଡିଆର ମୁଖ୍ୟ ରାହୁଲ ଅନସାରୀ କହିଛନ୍ତି ଯେ, ଆମେ ଭାରତରେ କାରବାରର ୧୦ବର୍ଷ ପୂର୍ତ୍ତି ପାଳନ କରୁଛୁ ଏବଂ ଅନବିଟେବଲ୍ ଅଫର ସହିତ ଏହି ଉତ୍ସବ ପାଳନ କରିବା ପାଇଁ ଆମେ ସବୁ ଅଡିପ୍ରେମୀଙ୍କୁ ଆହ୍ୱାନ ଦେଉଛି । ଆମର ଅଧିକ ବିକ୍ରି ହେଉଥିବା କାର ଗୁଡିକ ଏବେ ବିରଳ ଲାଭ ସହିତ ଉପଲବ୍ଧ ହେଉଛି ବୋଲି ସେ କହିଛନ୍ତି । ଲକଜୁରି କାର ଉପରେ ସେସ୍ ପରିମାଣ ବଢିଥିବା ବେଳେ ଏହି ସୁବିଧାର ଫାଇଦା ଉଠେଇ ଅଡି ମାଲିକା ହେବା ପାଇଁ ଗ୍ରାହକ ନିମନ୍ତେ ଏହା ଶ୍ରେଷ୍ଠ ସୁଯୋଗ ବୋଲି ସେ କହିଛନ୍ତି ।

#automobile

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon