• ବେତାର ବ୍ୟୁରୋ

ଓଡିଶାରେ ଜାଗୁଆର ଲ୍ୟାଣ୍ଡ ରୋଭର ଡ଼ିସ୍କଭରିର ବୁକିଂ ଆରମ୍ଭ


ନାମୀ କାର ନିର୍ମାତା ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ନୂତନ ଡ଼ିସ୍କଭରିର ବୁକିଂ ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହୋଇଯାଇଛି । ଏହା ଚଳିତ ବର୍ଷ ନଭେମ୍ବର ୨୦୧୭ରୁ ବିକ୍ରୟ ପାଇଁ ଉପଲବ୍ଧ ହେବ ।

ଗ୍ରାହକମାନେ www.findmeasuv.in ରେ ଲଗଇନ କରି କିମ୍ବା ଲ୍ୟାଣ୍ଡ ରୋଭରର ୨୫ଟି ରିଟେଲର ମଧ୍ୟରୁ ଯେକୌଣସି ସ୍ଥାନରେ ବୁକିଂ କରିପାରିବେ ।

ଏହି ନୂତନ ଡ଼ିସ୍କଭରିର ପ୍ରାରମ୍ଭିକ ମୂଲ୍ୟ ୬୮.୦୫ଲକ୍ଷ ରହିଛି । ଏହି ଡ଼ିସ୍କଭରି ଆଧୁନିକ ଜ୍ଞାନକୌଶଳଯୁକ୍ତ ହୋଇଥିବାବେଳେ, ସବୁଠାରୁ ଶ୍ରେଷ୍ଠ ଫ୍ୟାମିଲି ଏସୟୁଭି ମଧ୍ୟରୁ ଅନ୍ୟତମ । ୩ଲିଟର ଟିଡିଭି୬ ୧୯୦କେଡବ୍ଲ୍ୟୁ ଡିଜେଲ ଏବଂ ୩ଲିଟର ଏସଆଇ୬ ୨୫୦କେଡବ୍ଲ୍ୟୁ ଏହି ଡିସ୍କୋଭରି ଯେକୌଣସି ସ୍ଥାନରେ ଚଳନକ୍ଷମ ହୋଇପାରିବ ।

ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଛନ୍ତି ଯେ, “ଆଜିର ସମୟରେ ଅଧିକାଂଶ ଗ୍ରାହକ, ନୂତନ ଅନୁଭବ ଏବଂ ରୋମାଞ୍ଚ ପାଇଁ ପରିବାର ତଥା ସାଙ୍ଗସାଥୀ ମାନଙ୍କ ସହିତ ପାଶ୍ଚାତ୍ୟ ଜୀବନଶୈଳୀ ବଞ୍ଚିବାକୁ ପସନ୍ଦ କରିଥାନ୍ତି । ନୂତନ ଲ୍ୟାଣ୍ଡ ରୋଭର ଡ଼ିସ୍କଭରି ସେମାନଙ୍କର ଏହି ଆଶାକୁ ପୂରଣ କରିବାରେ ସାହାଯ୍ୟ କରିଥାଏ ।”

#automobile #jaguar

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon