• ବେତାର ବ୍ୟୁରୋ

ନୂଆ ନୋକିଆ 5 ସ୍ମାର୍ଟଫୋନ ବିକ୍ରି ଆରମ୍ଭ


ଚଳିତବର୍ଷ ସ୍ଵାଧୀନତା ଦିବସଠାରୁ ଏଚଏମଡି ଗ୍ଲୋବାଲ (ନୋକିଆ ଫୋନ୍ ର ନୂଆ ମାଲିକାନା କମ୍ପାନୀ) ଭାରତରେ ଏହାର ବିକ୍ରି ଆରମ୍ଭ କରିଛି ।


ନୋକିଆ ୫ ଭାରତର ସମସ୍ତ ରିଟେଲ ଷ୍ଟୋର୍ ରେ ୧୨,୪୯୯ ଟଙ୍କାରେ ବିଭିନ୍ନ ରଙ୍ଗ ଯଥା ମ୍ୟାଟ ବ୍ଲାକ, ସିଲଭର, ଟେମ୍ପର୍ଡ ବ୍ଲୁ , କପର ସହିତ ଉପଲବ୍ଧ । ଏହି ଫୋନ୍ ରେ ୬୦୦୦ ଶ୍ରେଣୀର ଆଲୁମିନିୟମ ବ୍ୟବହାର କରାଯାଇଛି, ଯାହାକି ଏକ ସୁନ୍ଦର ଫୋନ ବଡ଼ିର ପ୍ରତିଫଳନ କରିବାରେ ସହାୟକ ହୋଇଥାଏ । ଏହା ସହିତ ଏଥିରେ ୫.୨ ଇଞ୍ଚ ଆଇପିଏସ ଏଚଡି ଡିସପ୍ଲେ ସହିତ ଶକ୍ତିଶାଳୀ ଗରିଲା ଗ୍ଲାସ ସ୍କ୍ରୀନ ରହିଛି ।

ନୂତନ ନୋକିଆ ୫ ସ୍ମାର୍ଟଫୋନର ସର୍ବୋତ୍ତମ ବିଶେଷତ୍ୱ ମଧ୍ୟରେ ରହିଛି ଆଣ୍ଟିନା ଡିଜାଇନ, ଉଚ୍ଚ କ୍ଷମତାଶାଳୀ କ୍ୱାଲକୋମ ସ୍ନାପଡ୍ରାଗନ ୪୩୦ ପ୍ରୋସେସର, ୩୦୦୦ MAH ଅସାଧାରଣ ବ୍ୟାଟେରୀ ଲାଇଫ, ପ୍ରତିଦିନର ବ୍ୟବହାରରେ ସନ୍ତୁଳନ ରକ୍ଷା କରିବା ପାଇଁ ଗ୍ରାଫିକ୍ସରେ ଉନ୍ନତି, ୧୩ ମେଗାପିକ୍ସଲ ଅଟୋଫୋକସ କ୍ୟାମେରା ସହିତ ୮ ମେଗାପିକ୍ସଲ ଫ୍ରଣ୍ଟ କ୍ୟାମେରା, ୨ ଜିବି ଇନଷ୍ଟାଣ୍ଟ ମେମୋରୀ ଏବଂ ୩୨ ଜିବି ଷ୍ଟୋରେଜ, ଅତ୍ୟାଧୁନିକ ଆଣ୍ଡ୍ରଏଡ ସଂସ୍କରଣ ୭.୧.୧ ଏବଂ ନିଜ ଫୋନକୁ ନିଜ ନିୟନ୍ତ୍ରଣରେ ବ୍ୟବହାର କରିବାର ସୁଯୋଗ ପ୍ରଦାନ କରୁଛି ।


ଏହାର ଶୁଭାରମ୍ଭ ଅବସରରେ ଭୋଡ଼ାଫୋନ୍ ଗ୍ରାହକମାନେ ସେମାନଙ୍କା ନୋକିଆ ୫ ଫୋନରେ ୧୪୯ ଟଙ୍କାରେ ପ୍ରତି ମାସରେ ୫ଜିବି ଡ଼ାଟା ୩ ମାସ ପର୍ଯ୍ୟନ୍ତ ପାଇପାରିବେ । ଆହୁରି ମଧ୍ୟ ଗ୍ରାହକମାନେ ମେକ୍ ମାଇଁ ଟ୍ରିପ୍ ଡ଼ଟ କମ୍ ରେ ୨୫୦୦ ଟଙ୍କା (ହୋଟେଲରେ ୧୮୦୦ ଟଙ୍କା ଏବଂ ଘରୋଇ ବିମାନରେ ୭୦୦ ଟଙ୍କା) ରିହାତି ପାଇପାରିବେ ।

ଏହି ପରିପ୍ରେକ୍ଷିରେ ଭାରତ ଏଚଏମଡି ଗ୍ଲୋବାଲର ଉପସଭାପତି ଅଜୟ ମେହେତା କହିଛନ୍ତି , “ସ୍ମାର୍ଟଫୋନର କ୍ରମାଗତ ଉନ୍ନତି ଦ୍ୱାରା ଲୋକମାନେ ପୂର୍ବ ଅପେକ୍ଷା ଅଧିକ ସମୟ ଫୋନ୍ ରେ ଅତିବାହିତ କରୁଛନ୍ତି । ଗ୍ରାହକ ମାନଙ୍କ ପାଇଁ ୫.୨ ଇଞ୍ଚ ବିଶିଷ୍ଟ ନୋକିଆ 5 ଏକ ଟେବୁଲ ଫୋନ୍ ଭଳି ବ୍ୟବହୃତ ହୋଇପାରିବ ।”

#nokia #mobile

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon