• ବେତାର ବ୍ୟୁରୋ

ଭୋଡ଼ାଫୋନର 28 GB ଓ ମାଗଣା କଲ ସେବା ଏବେ ଓଡିଶାରେ


ଓଡ଼ିଶାବାସୀଙ୍କ ପାଇଁ ଭୋଡ଼ାଫୋନ ଏହାର ସ୍ୱତନ୍ତ୍ର ଅଫର ଭୋଡ଼ାଫୋନ ୩୪୯ର ଶୁଭାରମ୍ଭ କରିଛି । ଏଥିରେ ୨୮ ଦିନ ପାଇଁ ପ୍ରତ୍ୟେକ ଦିନ ୧ ଜିବି ଡ଼ାଟା ଓ ଅସୀମିତ କଲ ସୁବିଧା ଉପଲବ୍ଧ ହେବ । ଭୋଡ଼ାଫୋନ ୩୪୯ ଯୋଜାନା ଫଳରେ ଗ୍ରାହକ ୨ଜି/ ୩ଜି/୪ଜିରେ ଦୈନିକ ୧ ଜିବି ଡ଼ାଟା ଓ ଅସୀମିତ କଲ ସୁବିଧା ଉପଭୋଗ କରିପାରିବେ ।

ଭୋଡ଼ାଫୋନ ବା ଅନ୍ୟ ନେଟୱର୍କରେ ଗ୍ରାହକ ଏହି ସୁବିଧା ପାଇପାରିବେ । ଏହି ଯୋଜନା ରାଜ୍ୟର ଭୋଡ଼ାଫୋନ ଷ୍ଟୋର, ମିନି ଷ୍ଟୋର ଓ ଖୁଚୁରା ଦୋକାନରେ ଉପଲବ୍ଧ ଅଟେ ।

ଭୋଡ଼ାଫୋନ ୩୪୯ ଯୋଜନା ବ୍ୟବହାରକାରୀ ଗ୍ରାହକମାନେ ଭିଡ଼ିଓ, ସଙ୍ଗୀତ, ଲାଇଭ ଟିଭି, ବାର୍ତ୍ତାଳାପ ଆଦି ସୁବିଧାସୁଯୋଗ ପାଇପାରିବେ । କାରଣ ଏହି ପ୍ୟାକରେ ୨୮ ଦିନ ପାଇଁ ପ୍ରତ୍ୟେକ ଦିନ ୧ ଜିବି ପର୍ଯ୍ୟନ୍ତ ଇଣ୍ଟରନେଟ ବ୍ୟବହାର କରିବାର ସୁଯୋଗ ଅଛି । ଖାଲି ସେତିକି ନୁହେଁ , ଏଥିସହ ଗ୍ରାହକମାନେ ନିଜ ସଂପର୍କୀୟ ଓ ଆତ୍ମୀୟସ୍ୱଜନଙ୍କ ସହ ମାଗଣାରେ ଅସୀମିତ କଥାବାର୍ତ୍ତା ମଧ୍ୟ ହୋଇପାରିବେ ।

ଏହି ଯୋଜନାରେ ସାମିଲ ହେବା ପାଇଁ ଭୋଡ଼ାଫୋନ ଇଣ୍ଡିଆର ଓଡ଼ିଶା ବ୍ୟବସାୟ ମୁଖ୍ୟ ମୟୂରଧ୍ୱଜ ସିଂହ ଜାଡ଼େଜା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ବର୍ତ୍ତମାନ ଥିବା ଗ୍ରାହକଙ୍କ ପୁନଃସମୀକ୍ଷା ଓ ନୂଆ ଗ୍ରାହକଙ୍କ ପାଇଁ ଭୋଡ଼ାଫୋନ ରାଜ୍ୟରେ ଥିବା ଏହାର ସ୍ୱତନ୍ତ୍ର ବ୍ରାଣ୍ଡ କେନ୍ଦ୍ର ଓ ମଲଟି ବ୍ରାଣ୍ଡ କେନ୍ଦ୍ରରେ ସରଳ ଇ-କେୱାଇସି ଆକ୍ଟିଭେସନ ପ୍ରଚଳନ କରିଥିବା ବିଷୟ ନିକଟରେ ଘୋଷଣା କରିଥିଲା । ଇ-କେୱାଇସି ହେଉଛି ତତ୍କାଳ, ସରଳ, ସୁରକ୍ଷିତ ଓ ସବୁଜ ସମୀକ୍ଷା ପ୍ରକ୍ରିୟା । ଆଧାର ଓ ବାୟୋମେଟ୍ରିକ ଭିତ୍ତିରେ ସରକାରଙ୍କ ନିୟମାବଳୀ ଅନୁଯାୟୀ ପ୍ରିପେଡ଼ ଓ ପୋଷ୍ଟପେଡ଼ ଗ୍ରାହକଙ୍କ ପାଇଁ ଏହି ଇକେୱାଇସି ସେବା ପ୍ରଚଳନ କରାଯାଇଛି ।

#network #vodafone

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon