• ବେତାର ବ୍ୟୁରୋ

ତନିସ୍କର ରାଜକୀୟ ଗହଣା କଲେକ୍ସନ ‘ଜୁଏଲ୍ସ ଅଫ୍ ରୟାଲ୍ଟି’


ଟାଟା ଗ୍ରୁପର ଗହଣା ବ୍ରାଣ୍ଡ ତନିସ୍କ ତରଫରୁ ନୂଆ ରାଜକୀୟ ପରମ୍ପରାର ଗହଣା ‘ଜୁଏଲ୍ସ ଅଫ୍ ରୟାଲ୍ଟି’ କଲେକ୍ସନ ନିକଟରେ ଉନ୍ମୋଚିତ ହେଇଛି । ଭାରତୀୟ ରାଜପରିବାରର ରାଜକୀୟ ଗହଣାଗଢା ଶୈଳୀରୁ ପ୍ରେରିତ ହୋଇ ଡିଜାଇନ୍ ହୋଇଥିବା ଏହି କଲେକ୍ସନରେ ସଦ୍ୟତମ ହୀରା ଓ ପ୍ରାକୃତିକ ତଥା ନନ-ପଲିଶ ହୀରାରେ ତିଆରି ଓପନ୍ ପୋଲକି ଗହଣା ରହିଛି ।

ଏହି କଲେକ୍ସନ ସ୍ୱତନ୍ତ୍ର ଭାବେ ଆଧୁନିକା ଭାରତୀୟ ମହିଳାଙ୍କ ସେମାନଙ୍କ ଜୀବନର ଆକର୍ଷଣୀୟ ଓ ସବୁଠାରୁ ସ୍ୱତନ୍ତ୍ର ଉତ୍ସବ ପାଇଁ ଡିଜାଇନ୍ ହୋଇଛି । ଏହି ନୂଆ କଲେକ୍ସନରେ ୧୦୦ରୁ ଅଧିକ ଡିଜାଇନର ଗହଣା ଉପଲବ୍ଧ ଯାହାର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଆରମ୍ଭ ।


ସାରା ଭାରତର ପ୍ରମୁଖ ରାଜ ପରିବାର ଯେପରିକି ରୟାଲ ଅଫ୍ ବରୋଦାଠୁ ଆରମ୍ଭ କରି ମହାରାଜା ଅଫ୍ ଇନ୍ଦୋର, ଏବଂ ଚୋଳ ସାମ୍ରାଜ୍ୟରୁ ଆରମ୍ଭ କରି ପଟିଆଲା ସାମ୍ରାଜ୍ୟ ଯାଏଁ ବିଭିନ୍ନ ରାଜକୀୟ ଗହଣାଗଢା ଶୈଳୀଦ୍ୱାରା ପ୍ରେରିତ ହୋଇ ଏହି କଲେକ୍ସନ ଡିଜାଇନ୍ ହୋଇଛି । ତନିସ୍କ ଏହିସବୁ କ୍ଲାସିକାଲ୍ ଡିଜାଇନରେ ଆଧୁନିକତାର ସ୍ପର୍ଶ ଦେଇ ସଦ୍ୟତମ ଆନ୍ତର୍ଜାତିକ ଟ୍ରେଣ୍ଡ ଯଥା ଫ୍ଲାଟ୍ ଡାଇମଣ୍ଡ ଟସଲ୍, ପିକ୍ସେଲେଟେଡ୍ ପର୍ଲ ଷ୍ଟ୍ରିଙ୍ଗ୍ସ ଓ ଅତୀବ ଡାଇମଣ୍ଡ ଆଡୋର୍ଣ୍ଣ ଏକାଠି କରିଛି ।

ତନିସ୍କର ‘ଜୁଏଲ୍ସ ଅଫ୍ ରୟାଲ୍ଟି’ କଲେକ୍ସନର ବଜାର ପ୍ରବେଶ ଅବସରରେ ଏହାର ମାର୍କେଟିଂଗ ମ୍ୟାନେଜର ଦୀପିକା ତିୱାରି (ଜେନେରାଲ ମ୍ୟାନେଜର, ମାର୍କେଟିଂ, ଗହଣା ଡିଭିଜନ୍, ଟାଇଟାନ୍ କମ୍ପାନି ଲିମିଟେଡ୍) କହିଛନ୍ତି ଯେ, “ଆଜିର ମହିଳାମାନେ ଶିଷ୍ଟତା ଓ ଶାନ୍ତ ସ୍ୱଭାବର । ତନିସ୍କର ସଦ୍ୟତମ ‘ଜୁଏଲ୍ସ ଅଫ୍ ରୟାଲ୍ଟି କଲେକ୍ସନ’ ଆଜିର ମହିଳାମାନଙ୍କ ସେହି ସ୍ଵଭାବକୁ ଆଖି ଆଗରେ ରଖି ତିଆରି ହେଇଛି । ସାଧା ସୁନା ବା ଧଳା ସୁନାରେ ଖଚିତ ଏବଂ ରଙ୍ଗୀନ ପଥରରେ ଝଲସୁଥିବା ଏହି କଲେକ୍ସନ ମହିଳାଙ୍କ ସୁନ୍ଦରତାକୁ ଆହୁରି ବଢ଼ାଇଥାଏ । ଜେମ ଷ୍ଟୋନ ଗହଣା, ହୀରା ଓ ହ୍ୱାଇଟ୍ ଟୋପାଜର ପୁରୁଣା ରାଜକୀୟ ଠାଣିରେ ତିଆରି ଏହି କଲେକ୍ସନର ଗହଣା ପ୍ରତି ମହିଳାଙ୍କୁ ଏକ ଅନନ୍ୟ ଏବଂ ରାଜକୀୟ ସ୍ପର୍ଶ ପ୍ରଦାନ କରିଥାଏ ।”

#jewellery #tanishq

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon