• ବେତାର ବ୍ୟୁରୋ

ବେଲୁନ କ୍ୟାମେରାରେ ସୂର୍ଯ୍ୟପରାଗର ଲାଇଭ ଚିତ୍ର


ଆମେରିକାରେ କିଛି ବୈଜ୍ଞାନିକ ମାନେ ଅଗଷ୍ଟ 21ରେ ହେଉଥିବା ସୂର୍ଯ୍ୟ ପରାଗର ସିଧାସଳଖ ଚିତ୍ର (ଲାଇଭ ଭିଡିଓ) ଉତ୍ତୋଳନ କରିବା ପାଇଁ ନାସା ସହିତ ମିଶି ଆକାଶକୁ ବେଲୁନ କ୍ୟାମେରା ପଠାଇବାର ଯୋଜନା କରିଛନ୍ତି ।

ଆମେରିକାସ୍ଥିତ ମୋଣ୍ଟାନା ବିଶ୍ୱବିଦ୍ୟାଳୟର ଗବେଷକମାନେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ସହିତ ମିଶି ଆକାଶରେ 24,384 ମିଟର ଉଚ୍ଚ ପର୍ଯ୍ୟନ୍ତ 50ଟି ହିଲିୟମ ବେଲୁନ ଛାଡିବାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହା ଅଗଷ୍ଟ 21ରେ ସମଗ୍ର ଆମେରିକାରେ ଦୃଶ୍ୟମାନ ହେଉଥିବା ସୂର୍ଯ୍ୟପରାଗର ସିଧାସଳଖ ଚିତ୍ର ଭୂ-ପୃଷ୍ଠକୁ ପଠାଇବ । ଏହାପରେ ଭୂମିରେ ଥିବା ଆଣ୍ଟିନା ସାହାଯ୍ୟରେ ଗବେଷକମାନେ ଏହି ଚିତ୍ରକୁ ଅନଲାଇନ ଜରିଆରେ ଛାଡିପାରିବେ । ଏହି ଲାଇଭ ଚିତ୍ର stream.live/ ନାମକ ଲିଙ୍କରେ ଦେଖି ହେବ ।

ଆସନ୍ତା ଅଗଷ୍ଟ 21 ତାରିଖରେ ହେଉଥିବା ସୂର୍ଯ୍ୟପରାଗ ଦିନ ସୂର୍ଯ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ର ରହି ସୂର୍ଯ୍ୟ କିରଣକୁ ଭୂ-ପୃଷ୍ଠକୁ ଆସିବାରେ ବଞ୍ଚିତ କରାଇବ । ଚନ୍ଦ୍ରର ଅବସ୍ଥିତି ଦ୍ଵାରା ସୃଷ୍ଟି ହେଉଥିବା ଏହି ଛାଇ ଘଣ୍ଟାକୁ 1500 ରୁ 2000 ମାଇଲ ବେଗରେ ଗତି କରିବ । ଉଚ୍ଚ କ୍ଷମତାସମ୍ପନ୍ନ କ୍ୟାମେରା ବିଶିଷ୍ଟ ଏହି ବେଲୁନ ଯୋଗେ ଗବେଷକମାନେ ଭୂ-ପୃଷ୍ଠ ଉପରେ ଏହାର ପ୍ରଭାବ ଅନୁଧ୍ୟାନ କରିବାର ଯୋଜନା ରଖିଛନ୍ତି

ଲାଟେକ୍ସ ନାମକ ପଦାର୍ଥରେ ତିଆରି ପ୍ରାୟ 9 ଫୁଟ ଉଚ୍ଚର ଏହି ବେଲୁନରେ ଉଚ୍ଚ କ୍ଷମତା ବିଶିଷ୍ଟ ହାଇ ଡେଫିନିସନ ଭିଡିଓ କ୍ୟାମେରା, ଫୋଟୋ କ୍ୟାମେରା ଓ କମ୍ପ୍ୟୁଟର ଲଗାଯାଇ ଓ ସେଥିରେ ହିଲିୟମ ଭର୍ତ୍ତି କରାଯାଇ ପ୍ରାୟ 80,000 ଫୁଟ (24,384 ମିଟର) ଯାଏଁ ଛଡାଯିବ । ଏହି ଭଳି 50ଟି କ୍ୟାମେରା ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ସ୍ଥାନରୁ ଛଡାଯିବ ।

#nasa

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon