• ବେତାର ବ୍ୟୁରୋ

ଡୁଆଲ କ୍ୟାମେରା ସହ ASUS ZENPHONE ZOOM S ଏବେ ଭାରତରେ


ତାଇୱାନ କମ୍ପାନୀ ଆସସ୍ ପକ୍ଷରୁ ଭାରତରେ ଏହାର ଜେନଫୋନ ଜୁମ ଏସ୍ ମୋବାଇଲ ମଡେଲର ବଜାର ପ୍ରବେଶ କରାଯାଇଛି । ଗ୍ଲାସିୟର ସିଲଭର ଏବଂ ନ୍ୟାଭି ବ୍ଲାକ ଦୁଇଟି ରଙ୍ଗରେ ଉପଲବ୍ଧ ଥିବା ଏହି ସ୍ମାର୍ଟଫୋନର ମୂଲ୍ୟ ୨୬,୯୯୯ ଟଙ୍କାରୁ ଆରମ୍ଭ ହେଉଛି । ଏହି ଫୋନ କେବଳ ଫ୍ଲିପକାର୍ଟରେ ହିଁ ଉପଲବ୍ଧ ହେବ ।


ଆସସ୍ ଜେନଫୋନ ଜୁମ ଏସ୍ ସ୍ମାର୍ଟଫୋନଟି ୫.୫ଇଞ୍ଚ ଉଚ୍ଚ ବିଶିଷ୍ଟ ଓ ଏଥିରେ ସଂପୂର୍ଣ୍ଣ ଏଚଡି ଡିସପ୍ଲେ ଏବଂ ୧୯୨୦X୧୦୮୦ ପିକ୍ସେଲ ସ୍କ୍ରିନ ରିଜୋଲୁସନ ସହ ଶକ୍ତିଶାଳୀ ଗରିଲା ଗ୍ଲାସ ସହ ଆସୁଛି । କମ୍ପାନୀ ଏଥିରେ ନାମୀ ଚିପ୍ କ୍ୱାଲକମ୍ ସ୍ନାପଡ୍ରାଗନ ୬୨୫ ଓ ଅକ୍ଟାକୋର ୨ଜିଏଚଜେଡ ଭଳି ଉନ୍ନତ ପ୍ରୋସେଶର ରଖିଛି , ଯାହା ଫୋନର ଦୀର୍ଘ ଜୀବନକାଳ ପାଇଁ ଜରୁରୀ । ଫୋନରେ ବିଭିନ୍ନ ଆପ ଏକ ସଙ୍ଗେ ଖୋଲି ଦେଖିବାପାଇଁ ଏଥିରେ ୪ଜିବି ରାମ୍ ରଖାଯିବା ସହିତ ସହ ୬୪ଜିବି ପର୍ଯ୍ୟନ୍ତ ଷ୍ଟୋରେଜ କ୍ଷମତା ରହିଛି ଯାହାକି ଆବଶ୍ୟକ ପଡିଲେ ୨ଟିବି ମାଇକ୍ରୋ ଏସଡି କାର୍ଡ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ ।


ଏହି ଫୋନର ପଛଭାଗରେ ଦୁଇଟି ୧୨ ମେଗାପିକ୍ସେଲ ଯୁକ୍ତ କ୍ୟାମେରା ରହିଛି । ପ୍ରଥମ କ୍ୟାମେରାରେ ଏଫ୧.୭ଆପ୍ରେଚର, ୨୫ମିମି ୱାଇଡ-ଆଙ୍ଗେଲ ଲେନ୍ସ ଥିବା ବେଳେ ଦ୍ୱିତୀୟଟିରେ ୫୯ମିମି ଲେନ୍ସ ରହିଛି । କମ୍ପାନୀର ଦାବି ଅନୁଯାଇ ଏହା ରାତ୍ରି ସମୟରେ କିମ୍ବା ଅଳ୍ପ ଆଲୁଅ ଜାଗାରେ ମଧ୍ୟ ଭଲ ଫଟୋ ଉଠାଇବାକୁ ସକ୍ଷମ ହେଉଛି । ନୂତନ ଟେକ୍ନୋଲୋଜୀରେ ପରିପୂର୍ଣ୍ଣ ଜେନଫୋନ ଜୁମ ଏସ୍ ଉନ୍ନତ ଭିଡିଓ କ୍ୟାମେରା ଭଳି ୨.୫ ଗୁଣ ପର୍ଯ୍ୟନ୍ତ ଲେନ୍ସ କ୍ଷମତା ବଢେଇ ପାରିବ, ଯାହାକି ସାଧାରଣତଃ ସ୍ମାର୍ଟଫୋନ ଗୁଡିକ ଠାରୁ ୧୦ଗୁଣା ଅଧିକ ଉତ୍କୃଷ୍ଟ ଅଟେ । ଏହି ଫୋନର ସାମନାରେ ୧୩ ମେଗା ପିକ୍ସେଲ କ୍ୟାମେରା ଥିବା ବେଳେ ସୋନି IMX214 ସେନ୍ସର ଏବଂ F2.0 ଆପେରେଚର ସହ ସ୍କ୍ରିନଫ୍ଲାସ ମଧ୍ୟ ରହିଛି ।


ଏହି ହ୍ୟାଣ୍ଡସେଟିରେ ୫୦୦୦ଏମ୍ଏଏଚ ବ୍ୟାଟେରି ଅଛି, ଯାହାକି ଏକ ପାୱର ବ୍ୟାଙ୍କ ଭଳି ଅନ୍ୟ ସ୍ମାର୍ଟଫୋନ୍ କିମ୍ବା ଡିଭାଇସକୁ ଚାର୍ଜ କରିପାରେ। କମ୍ପାନୀର ଦାବୀ ଅନୁଯାଇ ଥରେ ଚାର୍ଜ କରିବା ଦ୍ୱାରା ଏହା ୪୨ ଦିନ ପଯ୍ୟନ୍ତ ଷ୍ଟାଣ୍ଡବାଇ ରଖିବା ସହ ଏଥିରେ 4K ହାଇ ଡେଫିନିସନ ଭିଡିଓ ରେକର୍ଡିଂ କଲେ ଏହା ୬.୪ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମତା ରଖିଥାଏ ।

#mobile

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon