• ବେତାର ବ୍ୟୁରୋ

ୟାମାହା ଫେଜର 25 ବାଇକ ଉନ୍ମୋଚିତ, ମୂଲ୍ୟ ଟ1.28ଲକ୍ଷ


ଅଗ୍ରଣୀ ଜାପାନୀ ଅଟୋମୋବାଇଲ ନିର୍ମାତା ୟାମାହା ପକ୍ଷରୁ ନୁଆ ଫେଜର 25ର ଉନ୍ମୋଚନ ଆଜି କରାଯାଇଛି ଯାହା 250 ସିସି ବିଶିଷ୍ଟ ।

ଏଥିରେ 249 ସିସି ସିଙ୍ଗଲ ସିଲିଣ୍ଡର, ଅଏଲ କୁଲିଂ ସହିତ ଏୟାର କୁଲ୍ଡ ଇଞ୍ଜିନ ଏବଂ 5 ଟି ଗିୟର ରହିଛି । ଏଥିରେ ବ୍ୟବହୃତ 2 ଭଲଭ୍ ଇଞ୍ଜିନ 8000 ଆରପିଏମରେ 20.09 ବିଏଚପିର ସର୍ବୋଚ୍ଚ ଶକ୍ତି ଉତ୍ପାଦନ କରିବା ସହିତ 6000 ଆରପିଏମରେ 20 NMରେ ଶକ୍ତି ଉତ୍ପାଦନ କରିପାରିବ ।

ନୂତନ ଫେଜର 25 ଚଳିତ ବର୍ଷ ମାର୍ଚ୍ଚ ମାସରେ ଉନ୍ମୋଚିତ ହେ ଇଥିବା FZ 25 ଠାରୁ ଭିନ୍ନ । FZ୨୫ ଭଳି ଏଥିରେ ମଧ୍ୟ ଟେଲ ଲ୍ୟାମ୍ପ, ହ୍ୟାଣ୍ଡଲବାର, ସୁଇଚଗିଅର, ରିୟର ଟାୟର ହଗର ଏବଂ ମଲ୍ଟି ଇନଫୋ ଏଲସିଡି ଉପକରଣ ରହିଛି ।

ଏହାର ପେଟ୍ରୋଲ ଟ୍ୟାଙ୍କର କ୍ଷମତା ୧୪ଲିଟର ଥିବାବେଳେ, ଏହି ବାଇକର ସମୁଦାୟ ଓଜନ ୧୫୪କେଜି ରହିଛି । ଏହାର ମୋଟୋର ଡିଜାଇନ FZ25 ସହିତ ସମାନ ଥିବାବେଳେ, ଏହାର ଡିଜାଇନ କିନ୍ତୁ ସମ୍ପୂର୍ଣ୍ଣ ନୂଆ ।

ଏହି ବାଇକରେ ଦୁଇ ଚକାରେ ଡିସ୍କ ବ୍ରେକ ଥିବା ବେଳେ ଅତ୍ୟାଧୁନିକ ସକ୍ ଆବଜରଭର ରହିଛି , ଯାହା ଖାଲୁଆ ଓ ଆବୁଡାଖାବୁଡା ରାସ୍ତାରେ ଯାତ୍ରାରେ ସହାୟକ ହେଇଥାଏ ।

ମାର୍ଚ୍ଚ ମାସରେ ବଜାରକୁ ଆସିଥିବା ୟାମାହାର FZ25 ର ମୂଲ୍ୟ ୧.୧୯ ଲକ୍ଷ (ଏକ୍ସ ଶୋରୁମ, ଦିଲ୍ଲୀ) ହୋଇଥିବାବେଳେ, ନୂତନ ଫେଜର ୨୫୦ର ମୂଲ୍ୟ ୧.୨୮ଲକ୍ଷ (ଏକ୍ସ ଶୋରୁମ, ଦିଲ୍ଲୀ) ରହିଛି ।

ଏହା ପୂର୍ବରୁ ମାର୍କେଟରେ ଥିବା ବଜାଜ ପଲସର RS ୨୦୦ସହ ଏହି ସେଗମେଣ୍ଟରେ ଥିବା ଅନ୍ୟାନ୍ୟ ବାଇକକୁ ଟକ୍କର ଦେବ ।

#bike #yamaha

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon