• ବେତାର ବ୍ୟୁରୋ

ସୂର୍ଯ୍ୟପରାଗରେ ଚନ୍ଦ୍ରର ଛାଇ ଦେଖନ୍ତୁ


ଗତ ସୋମବାର ଦିନ ଆମେରିକାରେ ଦୃଶ୍ୟମାନ ହେଉଥିବା ସଂପୂର୍ଣ୍ଣ ସୂର୍ଯ୍ୟପରାଗର ବିଭିନ୍ନ ଚିତ୍ର ଆପଣମାନେ ବିଭିନ୍ନ ଗଣମାଧ୍ୟମରେ ଦେଖିଥିବେ। ତେବେ ଏହି ଫୋଟୋ ଗୁଡିକ ଭୂ-ପୃଷ୍ଠରେ ରହି ଲୋକମାନେ କ୍ୟାମେରା ସାହାଯ୍ୟରେ ଉଠାଇଥିଲେ । ହେଲେ ମହାକାଶରୁ ଏହି ସୂର୍ଯ୍ୟପରାଗର ଦୃଶ୍ୟ ଥିଲା ଟିକେ ନିଆରା ।

ନାସାର ଆନ୍ତର୍ଜାତିକ ମହାକାଶ ଷ୍ଟେସନରେ ରହି କାମ କରୁଥିବା ବୈଜ୍ଞାନିକ ମାନେ ଏଥର ସୂର୍ଯ୍ୟପରାଗରେ ଭୂ-ପୃଷ୍ଠରୁ ପ୍ରାୟ 400 କିମି ଉପରେ ରହି ଉନ୍ମାଦସୃଷ୍ଟିକାରୀ ଫୋଟୋ ସବୁ ଉଠାଇ ପଠାଇଥିଲେ । ଏହାଛଡା ମହାକାଶ (ଭୂ-ପୃଷ୍ଠ ରୁ ହଜାର ହଜାର କିମି ଦୂର)ରେ ଥିବା କ୍ୟାମେରା ମଧ୍ୟ ଏହି ସମୟର ଦୃଶ୍ୟ ଉତ୍ତୋଳନ କରି ପଠାଇଥିଲା, ଯାହା ଦେଖି ଜଣେ ଅଭିଭୂତ ହେଇଯିବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ ।


ଗତ ଅଗଷ୍ଟ 21 ତାରିଖରେ ହେଇଥିବା ସୂର୍ଯ୍ୟପରାଗ ଦିନ ସୂର୍ଯ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ର ରହି ସୂର୍ଯ୍ୟ କିରଣକୁ ଭୂ-ପୃଷ୍ଠକୁ ଆସିବାରେ ବଞ୍ଚିତ କରାଇଥିଲା ଓ ଏହାର ଛାଇ ପୃଥିବୀ ଉପରେ ପଡିଥିଲା । ଚନ୍ଦ୍ରର ଅବସ୍ଥିତି ଦ୍ଵାରା ସୃଷ୍ଟି ହେଉଥିବା ଏହି ଛାଇ ଘଣ୍ଟାକୁ 1500 ରୁ 2000 ମାଇଲ ବେଗରେ ଗତି କରିଥିଲା ।

ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ ଆମେରିକୀୟ ମାନେ ଛୁଟି ନେବା ସହିତ ଯେଉଁ ସବୁ ସ୍ଥାନରେ ଏହା ପୂର୍ଣ୍ଣ ଦୃଶ୍ୟମାନ ହେଉଥିଲା, ସେହି ସବୁ ଜାଗାରେ ହୋଟେଲ ବୁକିଙ୍ଗ କରିବା ସହିତ ଉକ୍ତ ସ୍ଥାନକୁ ଯୋଗ କରୁଥିବା ରାସ୍ତା ଜାମ କରିଦେଇଥିଲେ ।

#solareclipse

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon