• ବେତାର ବ୍ୟୁରୋ

କଣ ପିନ୍ଧିବେ ଏଥର ପୂଜାରେ


ଗଣେଶ ପୂଜା ଠାରୁ ଆରମ୍ଭ କରି ଦୀପାବଳି ଯାଏଁ ପାର୍ବଣ ଋତୁ ଲାଗି ରହିଥାଏ । ଏହି ପୂଜାପାର୍ବଣ ଅବସରରେ ପାରମ୍ପରିକ ଏଥନିକ ଲୁକ ସହିତ ଫ୍ୟାସନେବଲ ଲୁକ ପାଇଁ ଆପଣ ଫ୍ୟାଶନର ଫ୍ୟୁଜନର ବିଭିନ୍ନ ପ୍ରକାରର ଡ୍ରେସ ପିନ୍ଧି ନିଜକୁ ସଜେଇ ପାରିବେ । ଆସନ୍ତୁ ଜାଣିବା କ'ଣ କ'ଣ ରହିଛି ଏଥରର ଟ୍ରେଣ୍ଡ

୧. ଅଫ ସୋଲଡର ବ୍ଲାଉଜ ସହିତ ଶାଢୀ ଶାଢୀ ଆପଣଙ୍କୁ ଏଥନିକ ଲୁକ ପ୍ରଦାନ କରିବା ସହିତ ଅଫ ସୋଲଡର ବ୍ଲାଉଜ ଫ୍ୟାସନେବଲ ଲୁକ ପ୍ରଦାନ କରିଥାଏ । ଯେକୌଣସି ହାଲକା ଶାଢୀ ତଥା କ୍ରେପ୍ କିମ୍ବା ଅନ୍ୟ ହାଲକା ଶାଢୀ ପିନ୍ଧିପାରିବେ । ଧଳା ରଙ୍ଗର ବ୍ଲାଉଜ ସହିତ ଗୋଲାପୀ ଶାଢୀ , କଳା ବ୍ଲାଉଜ ସହିତ ହଲଦୀ ରଙ୍ଗର ଶାଢୀ ଇତ୍ୟାଦି ପିନ୍ଧିପାରିବେ ।

୨. ଏମ୍ରୋଡୋରି ବ୍ଲାଉଜ ସହିତ ଗାଢ ରଙ୍ଗର ସ୍କର୍ଟ ଏଥନିକ ଏମ୍ରୋଡରି ବ୍ଲାଉଜ ସହିତ ମିଡି ସ୍କର୍ଟ ଏବଂ କ୍ରପ ଟପ ମଧ୍ୟ ପିନ୍ଧିପାରିବେ । ଏହା ସହିତ ହାଇ ହିଲ ଏବଂ ବଡ କାନଫୁଲ ଲୁକକୁ ଫ୍ୟାସନବେଲ କରିବ ।

୩. ଲମ୍ବା କୁର୍ତ୍ତୀ ସହିତ ପ୍ଲାଜୋ ପ୍ୟାଣ୍ଟ କିମ୍ବା ସ୍କର୍ଟ ପୂଜାରେ ଫ୍ୟାସନେବଲ ଲୁକ ସହିତ ଏଥନିକ ଲୁକ ପାଇଁ କୁର୍ତ୍ତୀ ସହିତ ଲଙ୍ଗ ସ୍କର୍ଟ କିମ୍ବା ପ୍ଲାଜୋ ପ୍ୟାଣ୍ଟ ପିନ୍ଧନ୍ତୁ । ସାଧାରଣ ଏକ କୁର୍ତ୍ତୀ ସହିତ ଏମ୍ରୋଡୋରି କାମ ଥିବା ସ୍କର୍ଟ ପିନ୍ଧନ୍ତୁ କିମ୍ବା ଗାଢ ରଙ୍ଗର କୁର୍ତ୍ତୀ ସହିତ ହାଲକା ରଙ୍ଗର ସ୍କର୍ଟ ଏବଂ ପ୍ୟାଣ୍ଟ ପିନ୍ଧିପାରିବେ ।

#fashion

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon