• ବେତାର ବ୍ୟୁରୋ

ଜାଣନ୍ତୁ ଜେଟ୍ ଏୟାରୱେଜରେ କଣ ରହିଛି ଏୟାର ବିଏନବି ଅଫର


ଭାରତର ଆନ୍ତର୍ଜାତିକ ବିମାନ କମ୍ପାନି ଜେଟ୍ ଏୟାରୱେଜ୍ ଆଜି ଏୟାରବିଏନବି ସହିତ ନିଜର ସହଭାଗୀତା ବିଷୟରେ ଘୋଷଣା କରିଛି, ଫଳରେ ଯାତ୍ରୀମାନେ ଏଣିକି ଏଥିରେ ଯାତ୍ରା କରିବା ସହିତ ବିଶ୍ଵର ଅଧିକାଂଶ ସ୍ଥାନରେ ରହଣିର ସୁଯୋଗ ଲାଭ ପାଇ ପାରିବେ । ଏୟାରବିଏନବି ଏକ ରହଣି ସୁବିଧା ଯୋଗାଇ ଦେଉଥିବା ଅନଲାଇନ ସଂସ୍ଥା ଯାହା ବିଶ୍ବରେ 91 ଦେଶରେ ଯାତ୍ରୀମାନଙ୍କୁ ଲୋକମାନଙ୍କ ଘରେ କିମ୍ବା ହୋଟେଲରେ ରହିବାର ସୁଯୋଗ ପ୍ରଦାନ କରିଥାଏ ।

ଏହି ସହଭାଗିତା ଜେଟ୍ ଏୟାରୱେଜର ଏକ ନୂଆ ଅନୁଭୂତି ପ୍ରଦାନ କରିବା ସହିତ ଏୟାରବିଏନବିର ଭାରତୀୟ ବଜାରରେ ଉପସ୍ଥିତି ପ୍ରଦାନ କରିବ । ଫଳରେ ନୂତନ ପିଢ଼ିର ଭାରତୀୟ ଯାତ୍ରୀ, ଯେଉଁମାନେ ଉଭୟ ଭାରତ ଏବଂ ସମଗ୍ର ବିଶ୍ୱ ଭ୍ରମଣ କରିବା ବେଳେ ରହଣୀ ପାଇଁ ସ୍ୱତନ୍ତ୍ର ଏବଂ ଆମୋଦାୟକ ଅନୁଭୂତି ହାସଲ କରିବାକୁ ଚାହୁଁଛନ୍ତି, ସେମାନେ ଏହି ସୁବିଧା ହାସଲ କରିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଏହି ଆକର୍ଷଣୀୟ ବୁଝାମଣା ଘୋଷଣା କରିବା ପାଇଁ ଜେଟ୍ ଏୟାରୱେଜ୍ ଏହାର ୱେବସାଇଟରେ ଏକ ପ୍ରତିଯୋଗିତା ଆରମ୍ଭ କରିଛି, ଯାହାର ୫ ଜଣ ଭାଗ୍ୟଶାଳୀ ବିଜେତାମାନେ ସେମାନଙ୍କ ପତି କିମ୍ବା ପତ୍ନୀଙ୍କ ପାଇଁ ମାଗଣାରେ ବିମାନ ଟିକଟ ଜେଟ୍ ଏୟାରୱେଜ ଠାରୁ ଏବଂ ୩୫୦୦୦ ଟଙ୍କାର ରହଣୀ କୁପନ୍ ଏୟାରବିଏନବି ଠାରୁ ହାସଲ କରିବେ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭାରତୀୟମାନେ ୨୦୧୭ ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୧ ମଧ୍ୟରେ ଜେଟ୍ ଏୟାରୱେଜ୍ ନେଟୱର୍କରେ ଥିବା ୬୪ଟି ସ୍ଥାନ ମଧ୍ୟରୁ ଯେକୌଣସି ସ୍ଥାନକୁ ବିମାନ ଟିକଟ ବୁକ୍ କରିବାକୁ ପଡ଼ିବ । ଅନ୍ୟତମ ପ୍ରାରମ୍ଭିକ ଅଫର ଭାବେ ପ୍ରଥମ ୧୦୦ ଜେଟ୍ ଏୟାରୱେଜ୍ ଅତିଥି ଏହାର ୱେବସାଇଟ୍ ଜରିଆରେ ଏୟାରବିଏନବି ରହଣୀ ପାଇଁ ବୁକିଙ୍ଗ କଲେ ୧୦% ରିହାତି ପାଇବେ।

ଏହି ସହବନ୍ଧନ ବିଷୟରେ ମତ ରଖି ଜେଟ୍ ଏୟାରୱେଜ୍ର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଜୟରାମ ସନମୁଗମ କହିଛନ୍ତି ଯେ ଅଧିକ ଭାରତୀୟ ଯାତ୍ରୀ ନୁତନ ଏବଂ ଅତ୍ୟନ୍ତ ବ୍ୟକ୍ତିଗତ ଅନୁଭୂତି ରହଣୀ ପାଇବାକୁ ଚାହୁଁଛନ୍ତି ଯାହା ଏୟାରବିଏନବି ଭଳି ପ୍ଲାଟଫର୍ମ ପ୍ରଦାନ କରୁଛି । ଆମେ ଅଭିନବ ଏବଂ ଭିନ୍ନ ଯାତ୍ରା ଅନୁଭୂତି ପ୍ରଦାନ କରିବାକୁ ଚାହୁଁଛୁ ଯାହା ଆମର ଯାତ୍ରୀମାନଙ୍କ ଆବଶ୍ୟକତା ଏବଂ ପରିବର୍ତିତ ଆଶା ଅନୁସାରେ ହୋଇଥିବ ଏବଂ ବଜାରଠାରୁ ବହୁ ପୂର୍ବରୁ ଆମେ ଟ୍ରେଣ୍ଡ୍କୁ ଚିହ୍ନଟ କରୁଛୁ ଫଳରେ ଆମେ ଆକର୍ଷଣୀୟ ଯାତାୟାତ ସମ୍ପର୍କିତ ଅଫର ପ୍ରଦାନ କରିପାରୁଛୁ।

#travel

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon