• ବେତାର ବ୍ୟୁରୋ

ରିଲାଏନ୍ସ ଜିଓ ଶସ୍ତା 4G ଫୋନର ପ୍ରି-ବୁକିଂ ଆରମ୍ଭ


ରିଲାଏନ୍ସ ଜିଓ ପକ୍ଷରୁ ଗଣେଶ ପୂଜା ପୂର୍ବ ସନ୍ଧ୍ୟାରେ 4G ଫିଚର ଥିବା “ଇଣ୍ଡିଆ କା ଫୋନ”ର ପ୍ରି-ବୁକିଂ ଆରମ୍ଭ ହୋଇଛି, ଯାହାକି ଅନଲାଇନ୍ ଏବଂ ଅଫଲାଇନରେ କରିହେବ । ଇଚ୍ଛୁକ ଗ୍ରାହକ ମାନେ ଉଭୟ ମାଇ ଜିଓ ଆପ ଓ ଜିଓ ଡଟ କମ୍ ୱେବ ସାଇଟରେ ଯାଇ ଏହାର ବୁକିଂର କରିପାରବେ ।

ତେବେ ଜାଣିବାର ବିଷୟ ହେଲା ଏହି ଫୋନଟି ସମ୍ପୂର୍ଣ୍ଣ ମାଗଣା ନୁହେଁ । ଏଥି ପାଇଁ ପ୍ରଥମେ ଟ୧୫୦୦ ସିକୁରିଟି ଫି ଦାଖଲ କରିବାକୁ ପଡିବ, ଯାହାକି ତିନି ବର୍ଷ ପରେ ଫେରସ୍ତ ପାଇପାରିବେ । ଏହି ୪ଜି ଫିଚର ଫୋନ୍ ପାଇଁ ପ୍ରତ୍ୟେକ ଦିନ ପ୍ରାୟ ୧ଲକ୍ଷ ଖୁଚୁରା ବ୍ୟବସାୟୀ ମାନଙ୍କୁ ହ୍ୟାଣ୍ଡସେଟ ଯୋଗାଇ ଦେବା ପାଇଁ ଯୋଜନା କରାଯାଇଥିବା ବେଳେ, ସପ୍ତାହକୁ ୪୦ରୁ-୫୦ଲକ୍ଷ ଫୋନ୍ ବିକ୍ରି ପାଇଁ ଲକ୍ଷ୍ୟ ରଖାଯାଇଛି । ବୁକିଂ କରିଥିବା ଗ୍ରାହକ ମାନେ ଜିଓ ଷ୍ଟୋର କିମ୍ବା ଜିଓ ଡିିଜିଟାଲ ଷ୍ଟୋର ଯାଇ ନିଜ ଆଧାରକାର୍ଡ ଦେଖାଇ ଏକ ଟୋକନ୍ ନମ୍ବର ଆଣିବେ, ଫଳରେ ଫୋନ ଆଣିବା ସମୟରେ ଏହି ଟୋକନଟି ବେଶ୍ ସହାୟକ ହେବ । ଏହି 4G ଫିଚର ଥିବା ଜିଓ ଫୋନଟିରେ ଆଧୁନିକ ଫିଚର ସହ ପଛ ପାଶ୍ୱର୍ରେ ୨MPର କ୍ୟାମେରା ଥିବାବେଳେ ସାମନା ଭାଗରେ ଭିଜିଏ କ୍ୟାମେରା ରହିଛି । ଏହାଛଡା ଏଥିରେ ଭଏସ୍ କଲିଙ୍ଗ, 4G VOLTE, ଏବଂ ଜିପିଏସ୍ ମଧ୍ୟ ରହିଛି । ଏହାର ଇଣ୍ଟରନାଲ ମେମୋରୀ 4GB ଥିବାବେଳେ, ଏହା 128GB ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ ।

#mobile

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon