- ବେତାର ବ୍ୟୁରୋ
ଜିଓ ଶସ୍ତା ଫୋନ ବୁକିଙ୍ଗ ବନ୍ଦ ପରେ କଣ କରିବେ?
ଲକ୍ଷ ଲକ୍ଷ ସଂଖ୍ୟାରେ ଫୋନ ଅର୍ଡର ପାଇବା ପରେ ରିଲାଏନ୍ସ ଜିଓ ଏହି ଫୋନ କିଣିବା ପାଇଁ ଆଡଭାନସ ବୁକିଙ୍ଗ ବନ୍ଦ ରଖିଛି । ଏହା ପୁନର୍ବାର କେବେ ଆରମ୍ଭ ହେବ ସେ ବିଷୟରେ କମ୍ପାନୀ ତରଫରୁ ନିର୍ଦ୍ଧିଷ୍ଟ ଭାବେ କିଛି କୁହା ଯାଇ ନାହିଁ । ତେବେ କମ୍ପାନୀ ଫୋନର ଅର୍ଡର ବନ୍ଦ ରଖିଥିଲେ ବି ଏଥିପାଇଁ ନିଜ ନାମ ରେଜିଷ୍ଟର କରେଇବାକୁ ଗ୍ରାହକ ମାନଙ୍କୁ ସୁଯୋଗ ଦେଉଛି ।

ଗତ ଅଗଷ୍ଟ 24 ତାରିଖ ସନ୍ଧ୍ୟାରେ ଏହି ସେବା ଆରମ୍ଭ ହେବାର ମାତ୍ର କେଇ ଘଣ୍ଟା ପରେ ଏହାର ୱେବସାଇଟ jio.com ର ସର୍ଭର ଅଚଳ ହେଇପଡିଥିଲା ଓ ଫୋନ ଅର୍ଡର କରିବା ପାଇଁ ଇଚ୍ଛୁକ ଥିବା ଗ୍ରାହକମାନେ ଏହି ୱେବସାଇଟକୁ ଯାଇ ପାରି ନ ଥିଲେ । ଏହାର କିଛି ସମୟ ପରେ ଏହି ୱେବସାଇଟ ଇଂରାଜୀରେ ଏକ ସନ୍ଦେଶ ଆସିଥିଲା ଯେ "ଆମେ ବର୍ତ୍ତମାନ ପାଇଁ ଏହି ଫୋନର ପ୍ରି-ବୁକିଙ୍ଗ ବନ୍ଦ ରଖୁଛୁ । ଏହା କେବେ ଆରମ୍ଭ ହେବ ସେ ବିଷୟରେ ଆମେ ଆପଣଙ୍କୁ ଜଣେଇବୁ ।"
ଶୁଣା ଯାଉଛି କି ପାଖାପାଖି 30 ଲକ୍ଷ ଫୋନ ପାଇଁ ଅର୍ଡର ପାଇବା ପରେ କମ୍ପାନୀ ଏହାର ବୁକିଙ୍ଗ ବନ୍ଦ କରିଥିଲା । ଖୁସିର କଥା ହେଲା ଏହି ଫୋନ କିଣିବା ପାଇଁ ଆଗ୍ରହୀ ଥିବା ବ୍ୟକ୍ତି ମାନେ ଏବେ ବି jio.com ୱେବସାଇଟକୁ ଯାଇ ଏଥିପାଇଁ ନିଜ ନାମ ରେଜିଷ୍ଟର କରିପାରିବେ ।
ୱେବସାଇଟର ମୁଖ୍ୟପୃଷ୍ଠାରେ ଆସୁଥିବା ଏହି ସନ୍ଦେଶ ବାକସରେ ଥିବା "Register Now" ରେ କ୍ଲିକ କରି ଇଚ୍ଛୁକ ବ୍ୟକ୍ତି ମାନେ ଫୋନ କିଣିବା ପାଇଁ ଇଚ୍ଛୁକ ଥିବା ଜଣାଇପାରିବେ । ତେବେ ଏଥିପାଇଁ ଆପଣଙ୍କୁ କିଛି ତଥ୍ୟ ଦେବାକୁ ପଡିବ ଯଥା ଆପଣ ଗ୍ରାହକ ନା ବ୍ୟବସାୟୀ । ଗ୍ରାହକ ହେଇଥିଲେ ଆପଣଙ୍କୁ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଯେପରି କି ଇମେଲ, ଫୋନ ନମ୍ବର ଓ ଠିକଣା ଦେବାକୁ ହେବ । ବ୍ୟବସାୟ ଉଦ୍ଦେଶ୍ୟରେ କିଣିବା ପାଇଁ ଚାହୁଁଥିଲେ ନିଜ ବ୍ୟବସାୟ ପ୍ରତିଷ୍ଠାନର ଠିକଣା, PAN ନମ୍ବର ଓ କେତୋଟି ଫୋନ ନେବା ପାଇଁ ଚାହୁଛନ୍ତି ସେ କଥା ଜଣେଇବେ ।
ଜାଣିବାର ବିଷୟ ହେଲା ଏହି ଫୋନଟି ସମ୍ପୂର୍ଣ୍ଣ ମାଗଣା ନୁହେଁ । ଏଥି ପାଇଁ ପ୍ରଥମେ ଟ୧୫୦୦ ସିକୁରିଟି ଫି ଦାଖଲ କରିବାକୁ ପଡିବ, ଯାହାକି ତିନି ବର୍ଷ ପରେ ଫେରସ୍ତ ପାଇପାରିବେ ।
ଏହି 4G ଫିଚର ଫୋନ୍ ପାଇଁ ପ୍ରତ୍ୟେକ ଦିନ ପ୍ରାୟ ୧ଲକ୍ଷ ଖୁଚୁରା ବ୍ୟବସାୟୀ ମାନଙ୍କୁ ହ୍ୟାଣ୍ଡସେଟ ଯୋଗାଇ ଦେବା ପାଇଁ ଯୋଜନା କରାଯାଇଥିବା ବେଳେ, ସପ୍ତାହକୁ ୪୦ରୁ-୫୦ଲକ୍ଷ ଫୋନ୍ ବିକ୍ରି ପାଇଁ ଲକ୍ଷ୍ୟ ରଖାଯାଇଛି । ବୁକିଂ କରିଥିବା ଗ୍ରାହକ ମାନେ ଜିଓ ଷ୍ଟୋର କିମ୍ବା ଜିଓ ଡିିଜିଟାଲ ଷ୍ଟୋର ଯାଇ ନିଜ ଆଧାରକାର୍ଡ ଦେଖାଇ ଏକ ଟୋକନ୍ ନମ୍ବର ଆଣିବେ, ଫଳରେ ଫୋନ ଆଣିବା ସମୟରେ ଏହି ଟୋକନଟି ବେଶ୍ ସହାୟକ ହେବ ।
ତେବେ ଜିଓ ତରଫରୁ ଏକଥା ସ୍ପଷ୍ଟ କରାଯାଇ ନାହିଁ ଯେ ଜିଓ ଡିଜିଟାଲ ଷ୍ଟୋରରେ ଫୋନର ଆଡଭାନ୍ସ ବୁକିଙ୍ଗ
ବନ୍ଦ ଅଛି ନା ନାହିଁ।
ଏହି 4G ଫିଚର ଥିବା ଜିଓ ଫୋନଟିରେ ଆଧୁନିକ ଫିଚର ସହ ପଛ ପାଶ୍ୱର୍ରେ ୨MPର କ୍ୟାମେରା ଥିବାବେଳେ ସାମନା ଭାଗରେ ଭିଜିଏ କ୍ୟାମେରା ରହିଛି । ଏହାଛଡା ଏଥିରେ ଭଏସ୍ କଲିଙ୍ଗ, 4G VOLTE, ଏବଂ ଜିପିଏସ୍ ମଧ୍ୟ ରହିଛି । ଏହାର ଇଣ୍ଟରନାଲ ମେମୋରୀ 4GB ଥିବାବେଳେ, ଏହା 128GB ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ ।