• ବେତାର ବ୍ୟୁରୋ

ଭୁବନେଶ୍ୱରରେ ଡାଏଟ୍ ଫୁଡ୍ ରେସ୍ତୋରାଁ ଅଲ୍ ସ୍ୱାଗ୍ ଆରମ୍ଭ


ଭୁବନେଶ୍ୱରବାସୀଙ୍କୁ ଏକ ଭିନ୍ନ ସ୍ୱାଦ ଯୁକ୍ତ ଖାଦ୍ୟ ପ୍ରଦାନ କରିବା ଲକ୍ଷ୍ୟରେ ଶୁଭାରମ୍ଭ ହୋଇଛି ଅଲ୍ ସ୍ୱାଗ୍ ରେସ୍ତୋରାଁ । ଏହି ରେସ୍ତୋରାଁ ରେ ଅନ୍ୟାନ୍ୟ ଖାଦ୍ୟ ସହ ପ୍ରଥମକରି ଡ଼ାଏଟ ଫୁଡ଼ ମଧ୍ୟ ପରଷାଯିବ । ପୂର୍ବରୁ ଭୁବନେଶ୍ୱରରେ କୌଣସି ଡ଼ାଏଟ ଫୁଡ଼ ରେସ୍ତୋରାଁ ନଥିବାରୁ ଏହି ରେସ୍ତୋରାଁ ଡ଼ାଏଟ ଫୁଡ଼ ଆଗ୍ରହି ସମସ୍ତ ଗ୍ରାହକଙ୍କୁ ଆକୃଷ୍ଟ କରିପାରିବବୋଲି ଆଶା କରାଯାଉଛି । ରେସ୍ତୋରାଁ ଟି ଆଇଟିଇଆର ଛକ, ଜଗମୋହନ ନଗର, ଜାଗମରାଠାରେ ୨୮୦୦ ବର୍ଗ ଫୁଟ ପରିମିତ ସ୍ତାନରେ ଖୋଲାଯାଇଛି । ଏଠାରେ ଡ଼ାଏଟ ଫୁଡ଼ ବ୍ୟତିତ ଇଣ୍ଡିଆନ୍, ଚାଇନିଜ୍, କଣ୍ଟିନେଣ୍ଟାଲ, ତନ୍ଦୁର, ମକଟେଲ ଆଦି ଉପଲବ୍ଧ ହେବ । ଉଦଘାଟନି ଅଫର ଭାବରେ ଏହି ରେସ୍ତୋରାଁ ରେ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ପ୍ରତ୍ୟେକ ଖାଦ୍ୟରେ ୨୦ ପ୍ରତିଶତ ରିହାତି ପ୍ରଦାନ କରାଯିବାର ଘୋଷଣା କରାଯାଇଛି ।

ଏହି ସମ୍ପର୍କରେ ସୂଚନାଦେଇ ରେସ୍ତୋରାଁ ର ବ୍ୟବସାୟ ସହଯୋଗୀ ଏବଂ ବର୍ତ୍ତମାନର ରଣଜି କ୍ରିକେଟର୍ ଶ୍ରୀଯୁକ୍ତ ଋଷିକେଶ ଦାସ କହିଛନ୍ତି , “ଏକ କ୍ରିକେଟରଭାବେ ଡ଼ାଏଟ ଫୁଡ଼ର ଆବଶ୍ୟକତାକୁ ମୁଁ ଭଲଭାବେ ଜାଣେ । ଯେହେତୁ ଓଡ଼ିଶାରେ କୌଣସି ଡ଼ାଏଟ ଫୁଡ଼ ରେସ୍ତୋରାଁ ନାହିଁ, ତେଣୁ ଡ଼ାଏଟ ଆଗ୍ରହି ଯୁବ ବର୍ଗଙ୍କ ପାଇଁ ଏହି ରେସ୍ତୋରାଁ ପ୍ରଥମ ପସନ୍ଦ ହେବବୋଲି ମୁଁ ଆଶାବ୍ୟକ୍ତ କରୁଛି ।”

ଏହି ଅବସରରେରେସ୍ତୋରାଁର ବ୍ୟବସାୟ ସହଯୋଗୀ ତଥା ଫିଟନେସ୍ ଉପଦେଷ୍ଠା ସାଗର ପ୍ରତିହାରୀ କହିଛନ୍ତି , “ମୁଁ ଆଠରୁ ଦଶ ବର୍ଷଧରି ଫିଟନେସ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବାରୁ ଫିଟନେସ୍ ସଜତ୍ନ ଯୁବ ବର୍ଗଙ୍କ ପାଇଁ ଡ଼ାଏଟ ଫୁଡ଼ର ଆବଶ୍ୟକତାକୁ ହୃଦୟଙ୍ଗମ କରିପାରିଛି । ଆମ୍ଭେମାନେ ଏହି ରେସ୍ତୋରାଁ ରେ ଏପରି ବ୍ୟବସ୍ଥା କରିଛୁ, ଯାହା ଦ୍ୱାରା ଡ଼ାଏଟ ଫୁଡ଼୍ ନେଉଥିବା ଗ୍ରାହକମାନେ କେତେ କ୍ୟାଲୋରୀ ନେଉଛନ୍ତି ତାହା ମଧ୍ୟ ଜାଣିପାରିବେ ।”

ଏହି ରେସ୍ତୋରାଁ ରେ ଲଞ୍ଚ, ସ୍ନାକ୍ସ ଏବଂ ଡ଼ିନର ଉପଲବ୍ଧ ହେଉଥିବାବେଳେ ଏଠାରେ ଉଭୟ ଶାକାହାରୀ ଏବଂ ଆମିଷ ବର୍ଗରେ ଡ଼ାଏଟ ଏବଂ ବିନା ଡ଼ାଏଟ ଫୁଡ଼ ମିଳେ । ଏଠାରେ ପରଷା ଯାଉଥିବା ଖାଦ୍ୟକୁ ବିଶେଷଭାବେ ପ୍ରଶିକ୍ଷିତ ରୋଷେୟାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି ।

#city

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon