• ବେତାର ବ୍ୟୁରୋ

ମୋଟୋ G5S ଏବଂ G5S+ର ବିକ୍ରି  ଆରମ୍ଭ: ଦାମ୍,ଫିଚର୍,ଅଫର ଜାଣନ୍ତୁ


ମୋଟୋରଲା ପକ୍ଷରୁ ଭାରତରେ ଦୁଇଟି ସ୍ମାର୍ଟଫୋନ ବଜାରକୁ ଛଡା ଯାଇଛି । ପ୍ରଥମଟି, ପଛରେ ଡୁଆଲ କ୍ୟାମେରାଯୁକ୍ତ ମୋଟୋ ଜି୫ଏସ, ଯାହା ସ୍ୱତନ୍ତ୍ରଭାବେ ଆମାଜନ ଏବଂ ମୋଟୋ ହବରେ ଟ ୧୫,୯୯୯ରେ ଉପଲବ୍ଧ ହେବ । ଦ୍ୱିତୀୟଟି, ମୋଟୋ ଜି୫ଏସ ଆମାଜନ, ମୋଟୋ ହବ ଏବଂ ଅଗ୍ରଣୀ ମୋବାଇଲ ଷ୍ଟୋର ମାନଙ୍କରେ ଟ ୧୩,୯୯୯ ରେ ଉପଲବ୍ଧ ହେବ ।


ମୋଟୋ ଜି୫ଏସ ସ୍ମାର୍ଟ, ଦୃତ ଫୋନ୍ କନସେପ୍ଟରେ ତିଆରି କରାଯାଇଛି । ଏହା ସମ୍ପୂର୍ଣ୍ଣ ମୋଟାଲ ୟୁନିବଡି ସହିତ ଉଚ୍ଚ ମାନର ଆଲୁମିନିୟମର ସିଙ୍ଗଲ ପିସରେ ପ୍ରସ୍ତୁତ କରାଯାଇଛି, ଯାହାକି ଏହାକୁ ପୂର୍ବ ତୁଳନାରେ ଅଧିକ ଶକ୍ତ କରିପାରିଛି । ଉନ୍ନତ ବ୍ୟାଟେରି ଲାଇଫ, ସହିତ ଟର୍ବୋ ପାୱାର ଯାହାକି ମାତ୍ର ୧୫ ମିନିଟର ଚାର୍ଜରେ ୫ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିବାର କ୍ଷମତା ରଖେ ।


ବୈଶିଷ୍ଟ

ମୋଟୋ G5S

୧୩.୨ ସେମିର (୫.୨) ସମ୍ପୂର୍ଣ୍ଣ ଏଚଡି ଜିସପ୍ଲେ

୧.୪ ଗିଗାହର୍ଜ କ୍ୱାଲକୋମ ସ୍ନାପଡ୍ରାଗନ

୪ ଜିବି ରାମ ସହିତ ୩୨ ଜିବି ଷ୍ଟୋରେଜ

ଗୋରିଲା ଗ୍ଳାସ

ଟ ୧୩,୯୯୯

ମୋଟୋ G5S+

ପଛପଟେ ଦୁଇti 13MP କ୍ୟାମେରା

8MP ୱାଇଡ଼ ଆଙ୍ଗେଲ୍ ସମ୍ମୁଖ କ୍ୟାମେରା

ନାଇଟ ଭିଜନ ସପୋର୍ଟ

୨.୦ ଗିଗାହର୍ଜର୍ କ୍ୱାଲକୋମସ୍ନାପଡ୍ରାଗନ ପ୍ରୋସେସର

୪ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜ

ଗୋରିଲା ଗ୍ଳାସ

ଟ ୧୫,୯୯୯


ମୂଲ୍ୟ ଏବଂ ଉପଲବ୍ଧତା

ସ୍ୱତନ୍ତ୍ରଭାବେ ଆମାଜନ.ଇନରେ ଏବଂ ଅଗ୍ରଣୀ ମୋଟୋ ଷ୍ଟୋରରେ ମୋଟୋ ଜି ୫ ଏସ ପ୍ଲସ ୧୫,୯୯୯/- ଟଙ୍କାରେ ଏବଂ ମୋଟୋ ଜି୫ ଏସ ୧୩,୯୯୯/- ଟଙ୍କାରେ ଉପଲବ୍ଧ ହେବ ।


ଶୁଭାରମ୍ଭ ଅଫର- ମୋଟୋ G5S+ କେବଳ ଆମାଜନରେ


୧. ଜିଓ ଅଫର- ୫୦ ଜିବି ପର୍ଯ୍ୟନ୍ତ ଅତିରିକ୍ତ ୪ଜି ଡାଟା

୨. ବଣ୍ଡଲ ଅଫର – ମୋଟୋ ଜି ୫ ଏସ ପ୍ଲସର କ୍ରୟ କରନ୍ତୁ ଏବଂ ୧୫୯୯ଟଙ୍କାର ମୋଟୋରଲା ହେଡଫୋନ ମାତ୍ର ୪୯୯ଟଙ୍କାରେ ପାଆନ୍ତୁ

୩. କିଣ୍ଡଲ ଅଫର- ମୋଟୋ ଜି ୫ ଏସ ପ୍ଲସରେ କିଣ୍ଡଲ ଆପକୁ ଡାଉନଲୋଡ କରି ସାଇନ କରିବା ଦ୍ୱାରା ଇ-ବୁକରେ ୮୦ ପ୍ରତିଶତ ତଥା ୩୦୦ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ

୪. ନୋ କଷ୍ଟ ଇଏମଆଇ –ସମସ୍ତ କ୍ରେଡିଟ କାର୍ଡରେ ଉପଲବ୍ଧ (ବିନା କୌଣସି ସୁଧ, ବିନା କୌଣସି ଡାଉନ ପେମେଣ୍ଟ, ବିନା ପ୍ରୋସେସିଙ୍ଗ ଫି)

୫. ମୋଟୋ ବ୍ୟବହାରକାରୀଙ୍କ ପାଇଁ ଅପଗ୍ରେଡ ଅଫର – ମୋଟୋ ଫୋନର ପରିବର୍ତ୍ତନରେ ଅତ୍ୟଧିକ ୧୦୦୦ଟଙ୍କାର ରିହାତି

#mobile

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon