• ବେତାର ବ୍ୟୁରୋ

ପାନାସୋନିକ ଆଣୁଛି ଏପରି ଫ୍ରିଜ ଯାହା ଡାକିଲେ ଆସିବ


ବର୍ତ୍ତମାନ ଟେକ୍ନୋଲୋଜି ଯେପରି ଦୃତ ଗତିରେ ପରିବର୍ତ୍ତନ ହେଉଛି , ସେଥିରୁ ଅନୁମାନ ଲଗାଇବା କଷ୍ଟ ଯେ ଆଗକୁ ନୂତନ ଟେକ୍ନୋଲୋଜି ଓ ଜ୍ଞାନ କୌଶଳ କିଭଳି ଆମ ଜୀବନ ଉପରେ ପ୍ରଭାବ ପକାଇବ । ବିନା ଡ୍ରାଇଭରରେ କାର ଚଳାଇବା ଠାରୁ ଆରମ୍ଭ କରି ମହାକାଶ ପର୍ଯ୍ୟଟନ ପର୍ଯ୍ୟନ୍ତ ବହୁତ କିଛି ଆଗକୁ ସବୁଦିନିଆ କଥା ଭାବେ ଗଣାଯିବ । ଏହିଭଳି ଅସମ୍ଭବକୁ ସମ୍ଭବ କରିଲା ଭଳି ଏକ ଖବର ହେଉଛି ପାନସୋନିକର ନୂଆ ଗବେଷଣା : ଚାଲିପାରୁଥିବା ଫ୍ରିଜ।


ଏହି ଜାପାନୀ କମ୍ପାନୀ ନିକଟରେ ଏଭଳି ଗବେଷଣା ଉପରେ କାମ କରୁଥିବା ସମ୍ପର୍କରେ ପ୍ରକାଶ କରି କହିଛି ଯେ, ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଏହା ଏଭଳି ଫ୍ରିଜ ବଜାରକୁ ଛାଡିବା ପାଇଁ ସମର୍ଥ ହେବ ।


ଏହି ଫ୍ରିଜଟି ଏକ ଭାକ୍ୟୁମ କ୍ଳିନର ପ୍ରଣାଳୀ ଉପରେ ଆଧାରିତ । ଏକ ଚକଲଗା ଭାକ୍ୟୁମ କ୍ଳିନର ଉପରେ ଫ୍ରୀଜ ଭଳି ଥଣ୍ଡା କରୁଥିବା ବାକ୍ସ ଲଗାଇ ଓ ସେଥିରେ ମଣିଷ ସ୍ଵରକୁ ବୁଝି ସେହି ହିସାବରେ କାମ କରିପାରୁଥିବା ସଫ୍ଟୱେର ଲଗେଇଦେଲେ ଏହି ଫ୍ରିଜ କାମ କରିବ ।

କମ୍ପାନୀ ତରଫରୁ କୁହାଯାଇଛି ଯେ ବୟସ୍କ ଲୋକମାନେ ଯେଉଁମାନେ ବାରମ୍ବାର ଉଠିବା ବସିବା ନେଇ ସମସ୍ୟା ଭୋଗନ୍ତି, ସେମାନଙ୍କ ନିମନ୍ତେ ଏହି ଫ୍ରିଜ ଉପାଦେୟ ହେଇପାରେ । ଏହାଛଡା କଳ୍ପନା କରନ୍ତୁ , ଆପଣ ଏକ ଚିତ୍ତାକର୍ଷକ କ୍ରିକେଟ ମ୍ୟାଚ ବା ଚଳଚ୍ଚିତ୍ର ଘରେ ବସି ଟିଭିରେ ଦେଖୁଛନ୍ତି ଓ ସେହି ସମୟରେ ଆପଣଙ୍କର କୌଣସି ଥଣ୍ଡା ପାନୀୟ ପିଇବାକୁ ଇଚ୍ଛା ହେଉଛି । ଆପଣ ଫ୍ରିଜକୁ ଡାକିଲେ ତାହା ରୋଷେଇଘରୁ ସିଧା ଆସି ଆପଣଙ୍କ ଟିଭି ଘରକୁ ଆସିଯିବ ଓ ଆପଣ ସେଥିରୁ ଆପଣଙ୍କ ପସନ୍ଦ ମୁତାବକ ପାନୀ ପିଇବା ପରେ ଏହା ପୁଣି ନିଜ ଜାଗାକୁ ଫେରିଯିବ ।


କମ୍ପାନୀ ଏଥିରେ ଏକ ଖାଦ୍ୟ ଗରମ କରିବା ପ୍ଳେଟ ଲଗେଇବାକୁ ଯୋଜନା କରୁଛି ବୋଲି କହିଛି । ଫଳରେ ଏହା ଖାଦ୍ୟକୁ ଥଣ୍ଡା ରଖିବା ସହିତ, ଆପଣ ଚାହିବା ମାତ୍ରେ ଏହା ଉପରେ ଖାଦ୍ୟକୁ ଇଚ୍ଛା ମୁtaaବକ ଗରମ ମଧ୍ୟ କରିପାରିବେ ।

#gadget

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon