- ବେତାର ବ୍ୟୁରୋ
ଗତ ସପ୍ତାହର ନୂଆ ମୋବାଇଲ ମଡେଲ
ଚଳିତ ଅଗଷ୍ଟ ମାସ 27 ତାରିଖରୁ ସେପ୍ଟେମ୍ବର 2 ମଧ୍ୟରେ ଭାରତରେ ବିକ୍ରି ଆରମ୍ଭ ହେଇଥିବା କିଛି ପ୍ରମୁଖ ମୋବାଇଲ ସମ୍ପର୍କରେ କିଛି ତଥ୍ୟ ।
ସାଓମିରେ ରେଡ ମି 4

ସାଓମିର ନୂଆ ମଡେଲ ରେଡମି ୪ଏ ବିକ୍ରି ଭାରତରେ ଆରମ୍ଭ ହୋଇଯାଇଛି । ଏହି ନୂଆ ଫୋନଟି କେବଳ ଆମାଜନ ଇଣ୍ଡିଆ, ଫ୍ଲିପକାର୍ଟ, ଏମ୍ଆଇ.କମ୍, ପେଟିଏମ୍ ମଲ, ଏବଂ ଟାଟା କ୍ଲିକରେ ହିଁ ବିକ୍ରି ପାଇଁ ଉପଲବ୍ଧ । ଏହି ମଡେଲର ୨ଜିବି ରାମ୍ ସହ ୧୬ ଜିବି ଆଭ୍ୟନ୍ତରୀଣ ମେମୋରି ଯୁକ୍ତ ଫୋନର ମୂଲ୍ୟ ୫,୯୯୯ ଟଙ୍କା ରହିଥିବା ବେଳେ ୩ ଜିବି ରାମ୍ ସହ ୩୨ଜିବି ଆଭ୍ୟନ୍ତରୀଣ ମେମୋରି ଫୋନର ଦାମ ୬,୯୯୯ ଟଙ୍କା ରକ୍ଷା ଯାଇଛି ।
ଏଥିରେ ହାଇବ୍ରିଡ ଡୁଆଲ-ସିମ୍ କାର୍ଡ ସ୍ଲଟ ସହ ଆଣ୍ଡ୍ରଏଡ ୬.୦ ଅପରେଟିଙ୍ଗ ସିଷ୍ଟମ ରହିଛି । ଏଥିରେ ୫-ଇଞ୍ଚର ବଡ ସ୍କ୍ରିନ୍ , ୧.୪ ଜିଏଚଜେଡ କ୍ୱାଡ-କୋର ସ୍ନାପ ଡ୍ରାଗନ ୪୨୫ ରହିଛି । ଫୋନଟିର ପଛ ଭାଗରେ ୧୩ ମେଗାପିକ୍ସେଲ ସେନସର କ୍ୟାମେରା ସହ ସାମନା ଭାଗରେ ୫ ମେଗାପିକ୍ସେଲ ସେନସର କ୍ୟାମେରା ରହିଛି । ଏଥିରେ ୪ଜି ଭୋଲଟି, ୱାଇ-ଫାଇ, ଜିପିଏସ୍/ଏ-ଜିପିଏସ୍, ବ୍ଲୁ ଟୁଥ ଭି୪.୧ ରହିଛି । ରେଡମି 4Aରେ ୩୧୨୦ଏମ୍ଏଏଚର ବ୍ୟାଟେରି ସହ ଦ୍ରୁତ ଚାର୍ଜିଂର କ୍ଷମତା ରହିଛି।
ନୋକିଆ 6
ନୋକିଆ ଏହାର ମଧ୍ୟମ-ରେଞ୍ଜର ସ୍ମାର୍ଟଫୋନ୍, ନୋକିଆ ୬ର ବିକ୍ରି ଆରମ୍ଭ କରିଛି, ଯାହାକି କେବଳ ଆମାଜନରେ ହିଁ ଉପଲବ୍ଧ ହେବ । ଭାରତରେ ଏହି ନୋକିଆ 6 ର ମୂଲ୍ୟ ୧୪,୯୯୯ଟଙ୍କା ରଖାଯାଇଛି । ନୋକିଆ ୬ର ମୁଖ୍ୟ ଫିଚର ଗୁଡିକହେଲା, ଏହି ଫୋନଟି ଖୋଳ ସମ୍ପୂର୍ଣ୍ଣ ଆଲୁମିନିୟମରେ ତିଆରି, ଯେଉଁଥିରେ ଡୁଆଲ ସ୍ପିକର ସହ ଫିଙ୍ଗରପ୍ରିଣ୍ଟ ସେନସର ରହିଛି ।
ଡୁଆଲସିମ୍ ନୋକିଆ ୬ର ସ୍ୱତନ୍ତ୍ରରତା ମଧ୍ୟରେ ଏଥିରେ ଆଣ୍ଡ୍ରଏଡ 7 ରହିଥିବା ବେଳେ ୫.୫ଇଞ୍ଚର ବଡ ସ୍କ୍ରିନ ଓ କରନିଙ୍ଗ ଗୋରିଲା ଗ୍ଲାସ ରହିଛି । ଏଥିରେ କ୍ୱାଲାକମ୍ ସ୍ନାପପଡ୍ରାଗନ ୪୩୦ ପ୍ରୋସେସର ସହିତ ସହ ୩ଜିବି ରାମ୍ କ୍ଷମତା ରହିଛି । ସ୍ମାର୍ଟଫୋନ୍ଟିରେ ୧୬ ମେଗାଫିକ୍ସେଲର ପଛ କ୍ୟାମେରା ସହ ୮ମେଗାଫିକ୍ସେଲର ସାମ୍ନା କ୍ୟାମେରା ରହିଛି ।
ପାନାସୋନିକ P77
ପାନାସୋନିକ ପକ୍ଷରୁ ଏହାର ଅତ୍ୟାଧୁନିକ ସ୍ମାର୍ଟଫୋନ୍ P77 ର ଉନ୍ମୋଚନ କରାଯାଇଛି । ଏହି ୧୬ ଜିବି ଇଣ୍ଟରନାଲ୍ ମେମୋରୀ ବିଶିଷ୍ଟ ସ୍ମାର୍ଟଫୋନର ମୂଲ୍ୟ ୫,୨୯୯ ଟଙ୍କା ରଖାଯାଇଛି, ଯାହାକି କେବଳ ଫ୍ଲିପକାର୍ଟରେ ଉପଲବ୍ଧ ହେବ ।
ଗ୍ରେ ଓ ଧଳା ରଙ୍ଗରେ ଉପଲବ୍ଧ ଥିବା ଏହି ସ୍ମାର୍ଟଫୋନରେ 4G ଏବଂ VOLTE ସୁବିଧା ରହିଛି । ପାନାସୋନିକ ଇଣ୍ଡିଆର ମୁଖ୍ୟ ପଙ୍କଜ ରାଣା ସୂଚନା ଦେଇ କହିଛନ୍ତି ଯେ ପାନାସୋନିକର ଆଧୁନିକ ସ୍ମାର୍ଟଫୋନ୍ P77 ସମସ୍ତଙ୍କ ବଜେଟକୁ ସୁହାଇଲା ଭଳି ମୂଲ୍ୟ ରଖାଯାଇଛି ।
ଏହି ଡୁଆଲ ସିମ୍ ସ୍ମାର୍ଟଫୋନଟିରେ ୫ ଇଞ୍ଚର ଏଚଡି ସ୍କ୍ରିନ ରହିଥିବା ବେଳେ, କ୍ୱାଡ-କୋର ପ୍ରୋସେସର ସହ ୧ଜିବି RAM ରହିଛି ।ଏହି ଡିଭାଇସଟି ର ମେମୋରି ୩୨ଜିବି ମାଇକ୍ରୋ ଏସ୍ଡି କାର୍ଡ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ ।ଏହାର ପୂର୍ବ P77 ଫୋନରେ ୮ ଜିବି ଆଭ୍ୟନ୍ତରୀଣ ମେମୋରି ରହିଥିଲା ।
ମୋଟୋ G5S ଏବଂ G5S+
ମୋଟୋରଲା ପକ୍ଷରୁ ଭାରତରେ ଦୁଇଟି ସ୍ମାର୍ଟଫୋନ ବଜାରକୁ ଛଡା ଯାଇଛି । ପ୍ରଥମଟି, ପଛରେ ଡୁଆଲ କ୍ୟାମେରାଯୁକ୍ତ ମୋଟୋ G5S, ଯାହା ସ୍ୱତନ୍ତ୍ରଭାବେ ଆମାଜନ ଏବଂ ମୋଟୋ ହବରେ
ଟ ୧୫,୯୯୯ ରେ ଉପଲବ୍ଧ ହେବ । ଦ୍ୱିତୀୟଟି, ମୋଟୋ G5S+ ଆମାଜନ, ମୋଟୋ ହବ ଏବଂ ଅଗ୍ରଣୀ ମୋବାଇଲ ଷ୍ଟୋର ମାନଙ୍କରେ ଟ ୧୩,୯୯୯ ରେ ଉପଲବ୍ଧ ହେବ ।
ମୋଟୋ ଜି୫ଏସ ସ୍ମାର୍ଟ, ଦୃତ ଫୋନ୍ କନସେପ୍ଟରେ ତିଆରି କରାଯାଇଛି । ଏହା ସମ୍ପୂର୍ଣ୍ଣ ମୋଟାଲ ୟୁନିବଡି ସହିତ ଉଚ୍ଚ ମାନର ଆଲୁମିନିୟମର ସିଙ୍ଗଲ ପିସରେ ପ୍ରସ୍ତୁତ କରାଯାଇଛି, ଯାହାକି ଏହାକୁ ପୂର୍ବ ତୁଳନାରେ ଅଧିକ ଶକ୍ତ କରିପାରିଛି । ଉନ୍ନତ ବ୍ୟାଟେରି ଲାଇଫ, ସହିତ ଟର୍ବୋ ପାୱାର ଯାହାକି ମାତ୍ର ୧୫ ମିନିଟର ଚାର୍ଜରେ ୫ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିବାର କ୍ଷମତା ରଖେ ।