• ବେତାର ବ୍ୟୁରୋ

ଗୋଦରେଜର ନୂଆ ଫ୍ରଣ୍ଟ ଲୋଡିଙ୍ଗ ୱାସିଂମେସିନ୍ ଉନ୍ମୋଚିତ


ଗୋଦ୍ରେଜ୍ ଆପ୍ଲାଏନ୍ସେସ୍ ପକ୍ଷରୁ ଏହାର ଗୋଦ୍ରେଜ୍ EON ସବ୍-ବ୍ରାଣ୍ଡ୍ ଅଧୀନରେ ଫ୍ରଣ୍ଟ୍ ଲୋଡ୍ ସଂପୂର୍ଣ୍ଣ ଅଟୋମେଟିକ୍ ୱାସିଂମେସିନ୍ ମଡେଲ ଗୁଡିକର ବିକ୍ରି ଆରମ୍ଭ କରାଯାଇଛି । ଏହି ବର୍ଗର ୱାସିଂମେସିନରେ ଆଲର୍ଜି ପ୍ରୋଟେକ୍ଟ ନାମକ ନୂଆ ବୈଶିଷ୍ଟ୍ୟ ରହିଛି । ଏହା କପଡ଼ାରେ ଦେଖାଯାଉଥିବା ମଇଳାକୁ ସଫା କରିବା ସହିତ ଅଦୃଶ୍ୟ ଜୀବାଣୁମାନଙ୍କୁ ମଧ୍ୟ ବିନାଶ କରିଥାଏ ।


ନୂଆ ରେଂଜ୍ ୭ ଜେକି ଏବଂ ୬ କେଜିରେ ଉପଲବ୍ଧ ହେଉଛି । ଏହାର ମୂଲ୍ୟ ୨୭,୦୦୦ ଟଙ୍କାରୁ ୩୪୫୦୦ ଟଙ୍କା ମଧ୍ୟରେ ରହିଛି ।


ଗ୍ରାହକମାନଙ୍କ ବିଶେଷ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଥିରେ ୧୫ ପ୍ରକାରର ସଫା କରିବା ବ୍ୟବସ୍ଥା ରହିଛି । ଏହା ଜରିଆରେ ସଫା ହୋଇଥିବା କପଡ଼ା ସହଜରେ ଆଇରନ୍ କରିହେବ ଏବଂ ମାତ୍ର ୧୫ ମିନିଟ୍ ଭିତରେ ଏହା କପଡ଼ା ସଫା କରିପାରୁଛି । ଫେଣ ଧୋଇବା ପାଇଁ ଏଥିରେ ରହିଛି ଫୋମ୍ ପ୍ରୋଟେକ୍ସନ୍ ବୈଶିଷ୍ଟ୍ୟ ଏବଂ ବିଭିନ୍ନ ସ୍ତରର ମଇଳା ପାଇଁ ଏଥିରେ ୩ ସ୍ତରର ଷ୍ଟ୍ରେନ ସିଲେକ୍ସନ ବୈଶିଷ୍ଟ୍ୟ ଅଛି ।


ଶ୍ରୀଯୁ୍କ୍ତ ସଂଜୀବ ଜୈନ୍, ଜାତୀୟ ବିକ୍ରି ମୁଖ୍ୟ-ଗୋଦରେଜ୍ ଆପ୍ଲାଏନ୍ସେସ୍ କହିଛନ୍ତି ଯେ, “ଆମେ ପ୍ରଥମେ ୱାସିଂ ମେସିନରେ ଗ୍ଲାସ୍ ଲିଡସ୍, ନୂଆ ରଙ୍ଗ , ସେମି ଅଟୋମେଟିକ୍ ୱାସିଂମେସିନରେ ଷ୍ଟିଲ୍ ଡ୍ରମ୍ ଏବଂ ଅଲ୍ଟ୍ରା-ସୋନିକ୍ ୱାସିଂ ପ୍ରଯୁକ୍ତି ବ୍ୟବହାର କରିଥିଲୁ । ଆମର ଫ୍ରଣ୍ଟ୍ ଲୋଡିଂ ୱାସିଂ ମେସିନରେ ଆମର ନୂଆ ପ୍ରଯୁକ୍ତି ଆଲର୍ଜି ପ୍ରୋଟେକ୍ଟ ଏବଂ ଇକୋ ବାଲାନ୍ସ ବ୍ୟବହାର କରିଛୁ । “


ଶ୍ରୀଯୁକ୍ତ ରାକେଶ ସିଆଲ୍, ଉତ୍ପାଦ ଗ୍ରୁପ୍ ମୁଖ୍ୟ-ଗୋଦ୍ରେଜ୍ ଆପ୍ଲାଏନ୍ସେସ୍ କହିଛନ୍ତି ଯେ, “ଜଳ ସଂରକ୍ଷଣ ଏବେ ବିଶ୍ୱସ୍ତରୀୟ ଆବଶ୍ୟକତା । ତେଣୁ ଏହି ସମ୍ବେଦନଶୀଳ ସମସ୍ୟାଗୁଡ଼ିକ ପ୍ରତି ଗୁରୁତ୍ୱ ଦେଇ ଆମେ ଫ୍ରଣ୍ଟ୍ ଲୋଡ୍ ଅଟୋମେଟିକ୍ ବର୍ଗରେ ପ୍ରବେଶ କରି ଆମର ୱାସିଂ ମେସିନ୍ ବର୍ଗମାଳାକୁ ସୁଦୃଢ଼ କରିଛୁ ।

#gadget

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon