• ବେତାର ବ୍ୟୁରୋ

ଜନ୍ମ ତାରିଖରୁ ଜାଣନ୍ତୁ କିଏ ହେବ ଭଲ ଜୀବନ ସାଥୀ


ଜ୍ୟୋତିଷ ଶାସ୍ତ୍ରର ଅନ୍ୟ ଏକ ବିଭାଗ ହେଲା ଅଙ୍କ ଜ୍ୟୋତିଷ। ଏହି ବିଦ୍ୟାରେ ଜନ୍ମ ତାରିଖରୁ ଆପଣଙ୍କ ସ୍ଵଭାବ ବିଷୟରେ ଜାଣିହେବ ।ତା' ଛଡା ଜନ୍ମ ତାରିଖରୁ ଆପଣଙ୍କ ଜୀବନରେ କିଏ ପ୍ରକୃତ ପ୍ରେମ ନେଇ ଆସିବ ଜଣାପଡିଥାଏ। ତେବେ କେଉଁ ଅଙ୍କରେ ଜନ୍ମିତ ବ୍ୟକ୍ତିଙ୍କ ପାଇଁ କେମିତି ଜୀବନ ସାଥୀ ମିଳିଥାଏ, ମିଳିପାରେ ଅବା ଭଲ ଲାଗେ ସେ ବିଷୟରେ ଆସନ୍ତୁ ଜାଣିବା ।

୧ ଅଙ୍କ: ଯେଉଁମାନେ ୧, ୧୦, ୧୯ ଏବଂ ୨୮ ହୋଇଥାନ୍ତି ତାଙ୍କ ଜୀବନରେ ୨, ୧୦, ୭, ୧୬, ୨୫, ୧୧, ୨୦ ଓ ୨୯ରେ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତି ପ୍ରକୃତ ପ୍ରେମ ନେଇ ଆସିଥାନ୍ତି। ଏ ଲୋକ ସେମାନଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି।

୨ ଅଙ୍କ: ଆପଣଙ୍କ ଜନ୍ମ ତାରିଖ ୨ ଥିଲେ ଅର୍ଥାତ ୨, ୧୧, ୨୦ ଓ ୨୯ ତାରିଖରେ ଜନ୍ମ ହୋଇଥିଲେ ୨, ୧୧, ୭, ୧୬, ୧, ୧୦, ୪ ଓ ୧୩ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଆପଣଙ୍କ ପାଇଁ ଭଲ ଜୀବନସାଥୀଟି ସ୍ୟାବସ୍ତ ହେବ। ତାଙ୍କ ସହ ଆପଣ ସୁଖଶାନ୍ତିରେ ଘର ସଂସାର କରିପାରିବେ।

୩ ଅଙ୍କ: ଯେଉଁମାନଙ୍କ ଜନ୍ମ ୩, ୧୨, ୨୧ ଓ ୩୦ ତାରିଖରେ ହୋଇଥାଏ ସେମାନଙ୍କ ପାଇଁ ୩,୧୨, ୧୫, ୧୮, ୯, ୨୭ ଓ ୨୪ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତି ଲକି ସାବ୍ୟସ୍ତ ହୋଇଥାନ୍ତି।

୪ ଅଙ୍କ: ଆପଣଙ୍କ ଜନ୍ମ ତାରିଖରେ ୪ ଥିଲେ ଅର୍ଥା ୪, ୧୩, ୨୨, ୩୧ ତାରିଖରେ ଜନ୍ମ ହୋଇଥିଲେ ଆପଣଙ୍କ ଭଲ ଜୀବନ ସାଥୀ ୧, ୨, ୭, ୮, ୧୧, ୧୬, ୧୭, ୨୬ ଓ ୨୫ ତାରିଖରେ ଜନ୍ମ ବ୍ୟକ୍ତି ହୋଇପାରିବେ।

୫ ଅଙ୍କ: ୫, ୧୪ ଓ ୨୩ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ଜନ୍ମ ଅଙ୍କ ୫ ହୋଇଥାଏ। ୫, ୧୪, ୧୫, ୧୬, ୧୧, ୨୩ ଓ ୬ କିମ୍ବା ୨ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ୫ ଅଙ୍କ ବ୍ୟକ୍ତିଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି।

୬ ଅଙ୍କ: ୬ କିମ୍ବା ୧୫ ଓ ୨୪ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଭଲ ଜୀବନ ସାଥୀ ୬, ୧୫, ୧୨, ୩, ୧୮, ୯ ଓ ୨୭ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତି ହୋଇଥାନ୍ତି। ଏମାନେ ସବୁ ବେଳେ ଶୁଖରେ ରହିଥାନ୍ତି।

୭ ଅଙ୍କ: ୭, ୧୬ ଓ ୨୫ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ଭାଗ୍ୟରେ ଭଲ ଜୀବନସାଥୀ ୧, ୨, ୪, ୭, ୧୦, ୧୧, ୧୬ ଓ ୨୩ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତି ହୋଇଥାନ୍ତି। ଏମାନେ ୭ ଅଙ୍କରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ଜୀବନରେ ସବୁ ପ୍ରକାର ସୁଖ ଭରି ଦେଇଥାନ୍ତି।

୮ ଅଙ୍କ: ୮, ୧୭ ଓ ୨୬ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ପାଇଁ ୨, ୪, ୮, ୧୧, ୧୩, ୧୭ ଓ ୨୬ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଭଲ ଜୀବନ ସାଥୀ ହୋଇଥାନ୍ତି।

୯ ଅଙ୍କ: ଆପଣଙ୍କ ଜନ୍ମ ତାରିଖ ୯, ୧୮, ୨୭ ହୋଇଥିଲେ ୩, ୬, ୯, ୧୫, ୧୨, ୨୭ ଓ ୧୮ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତି ଲକି ସାବ୍ୟସ୍ତ ହେବେ। ଏମାନେ ଆପଣଙ୍କ ଭଲ ଜୀବନ ସାଥୀ ହୋଇପାରିବେ।

#life

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon