• ବେତାର ବ୍ୟୁରୋ

ଏଚପିର ଡିଜିଟାଲ ଇଣ୍ଡିଆ ଟାବଲେଟ ₹19,374ରେ


ଆମେରିକାର ବୃହତ କମ୍ପ୍ୟୁଟର ନିର୍ମାତା କମ୍ପାନୀ ଏଚପି ପକ୍ଷରୁ ଏହାର “ମେଡ ଫର ଇଣ୍ଡିଆ” Pro 8 ଟାବଲେଟର ଉନ୍ମୋଚନ କରାଯାଇଛି । ଏହି ଟାବଲେଟଟି ଡିଜିଟାଲ ଇଣ୍ଡିଆ ଅଭିଯାନକୁ ଆଖି ଭାରତ ରଖି ତିଆରି ହେଇଛି ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ 19,374 ଟଙ୍କା ରହିଛି ।ତେବେ କମ୍ପାନୀର ନିଜସ୍ଵ ୱେବସାଇଟରେ ଏହା ଅଫର ସହିତ 18,942 ଟଙ୍କାରେ ମିଳୁଛି ।

ଭାରତର କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାର ଙ୍କ ଯୋଜନା ଯେପରି ଗ୍ରାମୀଣ ରୋଜଗାର ଯୋଜନା, ଖାଦ୍ୟ ସୁରକ୍ଷା ମିଶନ ପ୍ରଭୃତିରେ ସରକାରୀ ଏଜେଣ୍ଟ ମାନେ ଯେପରି ଘର ଘର ବୁଲି ତଥ୍ୟ ସଂଗ୍ରହ କରିପାରିବେ ସେହିଭଳି ବ୍ୟବସ୍ଥା ଏଥିରେ କରାଯାଇଛି । ଉଦାହରଣ ସ୍ୱରୂପ କୌଣସି ଗ୍ରାମର ଲୋକ ଯଦି ଖାଦ୍ୟ ସୁରକ୍ଷା ଯୋଜନା ରେ ପଞ୍ଜୀକରଣ କରିବାକୁ ଚାହୁଥାଏ , ତେବେ ସରକାରୀ ଏଜେଣ୍ଟ ଉକ୍ତ ବ୍ୟକ୍ତିଙ୍କର ଅଙ୍ଗୁଳି ଚିହ୍ନ ଓ ଆଖିର ସ୍କାନ ଏହି ଟାବଲେଟ ମାଧ୍ୟମରେ କରିପାରିବେ ।

ଘର ବାହାରେ ବ୍ୟବହାରକୁ ଲକ୍ଷ୍ୟ କରି ଏଥିରେ ଏପରି ଗ୍ଳାସ ବ୍ୟବହାର କରାଯାଇଛି ଯେଉଁଥିରେ ଖରାରେ ମଧ୍ୟ ପଢିବାରେ କିଛି ଅସୁବିଧା ହେବ ନାହିଁ ।

ଏଥିରେ 11ଟି ବିଭିନ୍ନ ଭାରତୀୟ ଆଞ୍ଚଳିକ ଭାଷା ଟାଇପ ହେଇ ପାରୁଥିବା ବେଳେ 22ଟି ଭାଷା ପଢିହେବ । ଅଧିକ ସମୟ ବାହାରେ ରହିବା ପାଇଁ ୬୦୦୦ MAhର ବ୍ୟାଟେରି ରହିଛି ଯାହାକି ୧୫ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କ୍ଷମତା ଯୋଗାଇ ଦେଇପାରିବ ।

ଏହି ଷ୍ଟାଣ୍ଡାର୍ଡ ଏଚପି ପ୍ରୋ ୮ ମଡେଲର ପ୍ରମୁଖ ଫିଚର ଗୁଡିକ ହେଲା, ଏଥିରେ ୮-ଇଞ୍ଚର ବଡ ସ୍କ୍ରିନ ରହିଥିବା ବେଳେ ଏଥିରେ ୬୪-ବିଟ କ୍ୱାଡ-କୋର ମିଡିଆଟେକ ଏମଟି ୮୭୩୫ ପ୍ରୋସେସର, ୨ଜିବି ରାମ୍ ଏବଂ ୧୬ଜିବି ଆଭ୍ୟନ୍ତରୀଣ ମେମୋରି ରହିଛି, ଯାହାକି ଆବଶ୍ୟକତା ମୁତାବକ୬୪ଜିବି ପର୍ଯ୍ୟନ୍ତ ସଂପ୍ରସାରୀତ ହୋଇପାରିବ। ଏଥିରେ ମାଇକ୍ରୋ ସିମ-ସ୍ଲଟ ରହିବା ସହ ୩.୫ ହେଡ ଫୋନ୍ ଜ୍ୟାକ ମଧ୍ୟ ରହିଛି ।

#tablet #HP

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon