- ବେତାର ବ୍ୟୁରୋ
କଫି ଦୂର କରିବ ବ୍ରଣର ଦାଗ

କଫି ପିଇବା ପାଇଁ ସ୍ୱାଦିଷ୍ଟ ହେବା ସହିତ ଏହାର ବହୁ ଉପକାରିତା ରହିିଛି ଯାହା ମୁହଁର ଉଜ୍ୱଳତା ଏବଂ ସଫା କରିବା ପାଇଁ ଉପଯୋଗୀ । କଫିର ମାସ୍କ ପ୍ରତିଦିନ ମୁହଁରେ ପ୍ରୟୋଗ କରିବା ଦ୍ୱାରା ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତ୍ୱଚାରେ ଥିବା ଫାଇନ ଲାଇନ ଦୂର କରିବା, ତ୍ୱଚାରେ ଚମକ ଆଣିବା ଏବଂ ତ୍ୱଚାରେ ଉଜ୍ଜ୍ୱଳତା ଆଣିବାରେ ସହାୟକ ହୋଇଥାଏ ।
ଆସନ୍ତୁ ଜାଣିବା କିପରି ବ୍ୟବହାର କରିବା ଏହି କଫିର ମାସ୍କ ।
୧. ଏକ ଚାମଚ କଫି ପାଉଡର, ଗୋଟିଏ ଚାମଚ ଦହି, ଗୋଟିଏ ଚାମଚ କମଳା ଚୋପାର ଗୁଣ୍ଡ, ଗୋଟିଏ ଚାମଚ ମହୁର ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାଇବା ଦ୍ୱାରା ମୁହଁ ସଫା ହେବା ସହିତ ଫାଇନ ଲାଇନ୍ ଦୂର ହୋଇଥାଏ । ଏହାକୁ ପାଣି ମିଶାଇ ପତଳା କରି ମୁହଁ କିମ୍ବା ହାତ ଗୋଡରେ ମଧ୍ୟ ଲଗାଇ ପାରିବେ ।
୨. ଗୋଟିଏ ଚାମଚ କଫି ପାଉଡର ସହିତ ଅଧା ଚାମଚ ଚିନିକୁ ଗୋଳାଇ ସ୍କ୍ରବ ହିସାବରେ ବ୍ୟବହାର କଲେ ମୁଖ ବ୍ରଣ ଏବଂ ବ୍ଲାକ ହେଡରୁ ରକ୍ଷା ମିଳିପାରିବ ।
୩. ଶୁଷ୍କ ତ୍ୱଚା ପାଇଁ କଫି ପାଉଡର ଏବଂ ନଡିଆ ତେଲର ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ ଏହା ମୁହଁର ବ୍ରଣର ଦାଗ ଏବଂ ବୟସ୍କ ଜନିତ ଦାଗର ସମସ୍ୟାରୁ ମୁକ୍ତି ମିଳିଥାଏ ।