• ବେତାର ବ୍ୟୁରୋ

ଏୟାରଏସିଆ ପକ୍ଷରୁ ଭୁବନେଶ୍ୱର –ରାଞ୍ଚିକୁ ନୂତନ ଉଡ଼ାଣ ଆରମ୍ଭ


ଏୟାରଏସିଆ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରୁ ରାଞ୍ଚିକୁ ନୂତନ ଉଡ଼ାଣ ଆରମ୍ଭ କରାଯାଇଛି । ଏହା ସହିତ ଉକ୍ତ ଏୟାରଲାଇନ୍ ପକ୍ଷରୁ ବେଙ୍ଗାଲୁରୁ ହାଇଦ୍ରାବାଦ ମଧ୍ୟରେ ଆବୃତ୍ତିକୁ ବୃଦ୍ଧି କରାଯାଇଛି । ଏୟାର ଏସିଆବରହଦ୍( ଫ୍ଲାଇଟ କୋଡ ଏକେ) ଚଳିତ ବର୍ଷ ଏପ୍ରିଲରେ କ୍ୱାଲାଲମପୂରରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ଫ୍ଲାଇଟର ଉଡ଼ାଣକୁୁ ସପ୍ତାହକୁ ୪ଥର ବୃଦ୍ଧି କରାଯାଇଛି ଯାହାକି ଦୁଇଟି ସହର ମଧ୍ୟରେ ୨୬ ଅକ୍ଟୋବାର ୨୦୧୭ରୁ ପ୍ରତ୍ୟେହ ଉଡାଣ ଭରିବ । ଏହା ସହିତ, ଏୟାରଏସିଆ ଏକ ଗ୍ରୁପ ହିସାବରେ ଭୁବନେଶ୍ୱର ଠାରୁ ୪୨ଟି ସପ୍ତାହିକ ଉଡାଣ ସଞ୍ଚାଳନ କରିବ । ହାଇଦ୍ରାବାଦ ଏବଂ ରାଞ୍ଚି ଠାରୁ ୭ ଅକ୍ଟୋବର ୨୦୧୭ରୁ ଘରୋଇ ଉଡାଣ କ୍ରମାନ୍ୱୟରେ ୭୭ ଏବଂ ୪୯ ପର୍ଯ୍ୟନ୍ତ ବୃଦ୍ଧି ପାଇବ ।

ଏହି ଅଭିବୃଦ୍ଧି ସମ୍ପର୍କରେ ଏୟାର ଏସିଆ ଇଣ୍ଡିଆର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀଯୁକ୍ତ ଅମର ଅବରୋଲ କହିଛନ୍ତି ଯେ, “ଆମର ସୁପରିକଳ୍ପିତ ଯୋଜନାବଦ୍ଧ ରଣନିତୀ, ୨୦୧୭ର ସଫଳତା ସହିତ ଚଳିତ ବର୍ଷ ଆମମାନଙ୍କ ପାଇଁ ଏକ ଉତ୍ସାହିତ ବର୍ଷରୁପେ ପରିଗଣିତ ହୋଇପାରିଛି। ଟାୟାର ୨ ସହରରେ ନୂତନ ରୁଟର ସଂଯୋଗ ସହିତ ସମସ୍ତଙ୍କ ପାଇଁ ଯାତ୍ରା ବ୍ୟୟସାପେକ୍ଷ କରିଥିବାରୁ ଆମ୍ଭେମାନେ ଖୁବ ଆନନ୍ଦିତ ।”

ଅତିଥିମାନେ ନିଜର ଫ୍ଲାଇଟ ୱେବସାଇଟରେ କିମ୍ବା ଏୟାରଏସିଆ ମୋବାଇଲ ଆପରେ ବୁକ କରିପାରିବେ ଏବଂ ରାଞ୍ଚି ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସର୍ବନିମ୍ନ ଯାତ୍ରାର ମୂଲ୍ୟ ଟ. ୨,୨୯୯/-, ହାଇଦ୍ରାବାଦ ଠାରୁ ରାଞ୍ଚି ପର୍ଯ୍ୟନ୍ତ ମୂଲ୍ୟ ଟ. ୨,୭୯୯/- ଏବଂ ବେଙ୍ଗାଲୁରୁ ରୁ ରାଞ୍ଚିର ମୂଲ୍ୟ ଟ. ୩,୨୯୯/- ରହିଛି । ଏହି ପ୍ରମୋସନାଲ ମୂଲ୍ୟ ୮ ସେପ୍ଟେମ୍ବର ଠାରୁ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଉପଲବ୍ଧ ହେବ । ନୂତନ ସେକ୍ଟରର ବିକ୍ରି ୮ ସେପ୍ଟେମ୍ବର ୨୦୧୭ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ନୂତନ ରୁଟ୍ ଗୁଡିକ ୭ ଅକ୍ଟୋବର ଠାରୁ କାର୍ଯ୍ୟକାରୀ ହେବ ।

#city

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon