- ବେତାର ଷ୍ଟାଫ ଲେଖକ
ଗତ ସପ୍ତାହର ମୋବାଇଲ

ଭିଭୋ ଭି୭+
ଭିଭୋ ପକ୍ଷରୁ ଏହାର ଭିଭୋ ଭି୭+ର ପ୍ରି-ବୁକିଂ ଭାରତରେ ଆରମ୍ଭ ହୋଇଯାଇଛି । ଯାହାକି ସେପ୍ଟେମ୍ବର ୧୫ରୁ ବିକ୍ରି ଆରମ୍ଭ ହେବ । ଗୋଲ୍ଡ, ବ୍ଲାକ, ରୋଜ ଗୋଲ୍ଡ ଭଳି ବିଭିନ୍ନ ରଙ୍ଗରେ ଉପଲବ୍ଧ ଥିବା ଏହି ସ୍ମାର୍ଟଫୋନର ମୂଲ୍ୟ ଟ ୨୧,୯୯୦ ରହିଛି । ବିଭିନ୍ନ ରିଟେଲ ଷ୍ଟୋର, ଆମାଜନ ଇଣ୍ଡିଆ ଏବଂ ଫ୍ଲିପକାର୍ଟରେ ଏହାର ବୁକିଂ ଚାଲିଛି ।ଏହି ଭିଭୋ ଭି୭+ ସେଲଫି ଏକ୍ସର୍ଫଟ ହୋଇଥିବା ହେତୁ ଏହାର ସାମନା ଭାଗରେ ୨୪ ମେଗାଫିକ୍ସେଲ କ୍ୟାମେରା ସହ ଏଫ/୨.୦ ଆପ୍ରେଚର, ୧/୨.୭୮-ଇଞ୍ଚ ସେନସର ଏବଂ ‘ମୁନଲାଇଟ ଗ୍ଲୋ’ ସପ୍ଟ ସେଲଫି ଲାଇଟ ରହିଥିବା ବେଳେ ଏହାର ପଛ ଭାଗରେ ୧୬ମେଗାଫିକ୍ସେଲ କ୍ୟାମେରା ସହ ଏଫ/୨.୦ ଆପ୍ରେଚର ଓ ଡୁଆଲ ଏଲଇଡି-ଫ୍ଲାସ ମଧ୍ୟ ରହିଛି । ଏହାର ମୁଖ୍ୟ ଫିଚର ଗୁଡିକ ହେଲା –ଏହା ଡୁଆଲ ସିମ(ନାନୋ-ସିମ)ବିଶିଷ୍ଟ ଯେଉଁଥିରେ କି ଫନଟଚ ଓଏସ୍ ୩.୨ ଏବଂ ଆଣ୍ଡ୍ରଏଡ ୭.୧ ନୋଗଟ ରହିଛି ।ଏହି ସ୍ମାର୍ଟଫୋନ୍ରେ ଅକ୍ଟାକୋର ସ୍ମାପଡ୍ରାଗନ ୪୫୦ ଏସଓସି ରହିଥିବା ବେଳେ, ଏଥିରେ ୫.୯୯ ବଡ ସ୍କ୍ରିନ ସହ ୨.୫ କରଭ୍ ଗ୍ଲାସ ଏବଂ ଗୋରିଲା ଗ୍ଲାସ ମଧ୍ୟ ରହିଛି । ଏଥିରେ ୪ଜିବି ରାମ୍ ରହିଥିବା ବେଳେ ୬୪ ଜିବି ଆଭ୍ୟନ୍ତରୀଣ ମେମୋରି ରହିଛି ଯାହାକି ଆବଶ୍ୟକତା ମୁତାବକ ୨୫୬ଜିବି ମାଇକ୍ରୋ ଏସ୍ଡି କାର୍ଡ ପର୍ଯ୍ୟନ୍ତ ସଂପ୍ରାସାରିତ ହୋଇପାରିବ । ଏଥିରେ ୪ଜି ଭୋଲଟି, ୱାଇ-ଫାଇ, ବ୍ଲୁଟୁଥ ଭି ୪.୨, ଜିପିଏସ୍/ ଏ-ଜିପିଏସ୍, ମାଇକ୍ରୋ –ୟୁଏସବି, ୩.୫ ଏମ୍ଏମ୍ ଅଡିଓ ଜ୍ୟାକ ଏବଂ ଏଫଏମ୍ ରେଡିଓ ରହିଛି । ଏଥିରେ ୩୨୨୫ଏମ୍ଏଏଚ ବ୍ୟାଟେରି ରହିଛି ।
ସାଓମି ଏମ୍ଆଇ ଏ୧ - ଚାଇନିସ ସ୍ମାର୍ଟଫୋନ୍ କମ୍ପାନୀ ସାଓମି ପକ୍ଷରୁ ଏହାର ପ୍ରଥମ ଆଣ୍ଡ୍ରଏଡ ୱାନସ୍ମାର୍ଟଫୋନ୍ ଏ୧ କୁ ଭାରତରେ ଶୁଭାରମ୍ଭ କରାଯାଇଛି । ସାଓମି ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଏମ୍ଆଇ ଏ୧ଟି ଗୁଗୁଲ ଦ୍ୱାରା କ୍ଷମତାପ୍ରାପ୍ତ । ବ୍ଲାକ, ରୋଜ, ଗୋଲ୍ଡର ତିନୋଟି ରଙ୍ଗରେ ଉପଲବ୍ଧ ଥିବା ଏହି ସ୍ମାର୍ଟଫୋନ୍ଟିର ମୂଲ୍ୟ ରହିଛି ୧୪,୯୯୯।
ଏଥିରେ ଆଣ୍ଡ୍ରଏଡ ନୋଗଟ ରହିଥିବା ବେଳେ, ୨୦୧୭ ଶେଷ ସୁଧା ଏହା ଆଣ୍ଡ୍ରଏଡ ଓରେ ପରିଣତ ହୋଇଯିବ । ଏହି ସ୍ମାର୍ଟଫୋନଟିରେ କ୍ୱାଲକମ୍ ସ୍ନାପଡ୍ରାଗନ ୬୨୫ ପ୍ରୋସେସର ରହିଥିବା ବେଳେ, ୪ଜିବି ରାମ୍ ଏବଂ ୬୪ଜିବିର ଆଭ୍ୟନ୍ତରୀଣ ମେମୋରି ରହିଛି । ଏହି ସ୍ମାର୍ଟଫୋନ୍ଟି ୭.୭ ଏମ୍ଏମ ପତଳା ହେବା ସହ ସମ୍ପୂର୍ଣ୍ଣ ମେଟାଲ ବଡି ଏବଂ ଏହାର ଧାର ଗୁଡିକ ଗୋଲିଆ ଅଟେ । ଏଥିରେ ୫.୫ଇଞ୍ଚର ବଡ ସ୍କ୍ରିନ ଥିବା ସହ ଗୋରିଲା ଗ୍ଲାସ ମଧ୍ୟ ରହିଛି । ଏହି ଫୋନ୍ଟିର ପ୍ରମୁଖ ଫିଚର ଗୁଡିକ ହେଲା, ଏହାର ପଛ ପାଶ୍ୱର୍ଟି ଡୁଆଲ କ୍ୟାମେରା ବିଶିଷ୍ଟ ଯେଉଁଥିରେ କି ୧୨ଏମପି+୧୨ଏମପିର କ୍ୟାମେରା ରହିବା ସଙ୍ଗେ ୨ଏକ୍ସ ଅପଟିକାଲ ଜୁମ ମଧ୍ୟ ରହିଛି । ଏଥି ସହ ସାଉଣ୍ଡ ପାଇଁ ଏଥିରେ ୧୦ଭୋଲ୍ଟ ସ୍ମାର୍ଟ ପାୱାର ଆମପ୍ଲିଫାୟାର ରହିବା ସହ ଏଥିରେ ୩୦୮୦ଏମ୍ଏଏଚର ବ୍ୟାଟେରି ରହିଛି ।
ନୁବିଆ ଏମ୍୨ପ୍ଲେ - ଜେଡଟିଇ ଭାରତରେ ଏହାର ନୁବିଆ ଏମ୍୨ସ୍ମାର୍ଟଫୋନକୁ ଉନ୍ମୋଚିତ କରାଇଛି । ଏହାର ମୁଖ୍ୟ ଫିଚର ଗୁଡିକ ହେଲା ଏଥିରେ ୪ଜି ଭୋଲଟି, ଏବଂ ଫିଙ୍ଗରପ୍ରଣ୍ଟ ସ୍କାନିଙ୍ଗର ସମର୍ଥନ ରହିଥିବା ବେଳେ ଆଣ୍ଡ୍ରଏଡ ନୋଗଟ ମଧ୍ୟ ରହିଛି । ଆମାଜନରେ ସ୍ୱତନ୍ତ୍ର ଭାବରେ ଉପଲବ୍ଧ ରହିବା ସ୍ମାର୍ଟଫୋନର ମୂଲ୍ୟ ଟ୮,୯୯୯ ରହିଛି । ଏହି ନୁବିଆ ଏମ୍୨ପ୍ଲେ ମୁଖ୍ୟ ବୈ÷ଶିଷ୍ଠ୍ୟ ଗୁଡିକ ହେଲା ଏଥିରେ ଆଣ୍ଡ୍ରଏଡ ୭.୦ ନୋଗଟ ରହିଥିବା ବେଳେ ନୁବିଆ ୟୁ ଆଇ ୫.୦ ସ୍କ୍ରିନ ମଧ୍ୟ ରହିଛି । ସ୍ମାର୍ଟଫୋନରେ ୫.୫ର ବଡ ଏଲସିଡି ସ୍କ୍ରିନ ରହିଥିବା ବେଳେ ୨୭୪ ପିକ୍ସେଲ ଡେନସିଟି ମଧ୍ୟ ରହିଛି । ଏଥିରେ ଅକ୍ଟାକୋର ସ୍ନାପଡ୍ରାଗନ ୪୩୫ ଏସଓସି ସହ ୩ଜିବି ରାମ୍ ଏବଂ ଆଡରେନୋ ୫୦୫ ଜିପିୟୁ ମଧ୍ୟ ରହିଛି । ଏଥିରେ ୩୨ ଜିବି ଆଭ୍ୟନ୍ତରୀଣ ମେମୋରି ରହିଥିବା ବେଳେ ଆବଶ୍ୟକତା ମୁତାବାକ ୧୨୮ ଜିବି ମାଇକ୍ରୋ ଏସ୍ଡି କାର୍ଡ ପର୍ଯ୍ୟନ୍ତ ସଂପ୍ରାସାରିତ ହୋଇପାରିବ । ଏହାର ପଛ ଭାଗରେ ୧୩- ମେଗାଫିକ୍ସେଲ ସୋନି ସିଏମ୍ଓ ସେନସର କ୍ୟାମେରା ରହିଥିବା ବେଳେ ଏଫ/୨.୨ ଆପ୍ରେଚର ଏବଂ ଫ୍ଲାସ ହାଇବ୍ରିଡ ଅଟୋଫୋକ୍ସ ରହିଛି, ସେଲଫି ପାଇଁ ସାମନା ଭାଗରେ ୫- ମେଗାଫିକ୍ସେଲ ୮୪ –ଡିଗ୍ରୀ ୱାଇଡ ଆଙ୍ଗେଲ ଏଫ/୨.୨ଆପ୍ରେଚର କ୍ୟାମେରା ରହିଛି । ଏଥିରେ ୩୦୦୦ ଏମ୍ଏଏଚର ବ୍ୟାଟେରି ରହିଥିବା ବେଳେ, ୪ଜି ଭୋଲଟି, ବ୍ଲୁଟୁଥ,ୱାଇ-ଫାଇ ୮୦୨.୧୧ ବି/ଜି/ଏନ୍/ଏସି, ଜିପିଏସ, ଏବଂ ଗ୍ଲୋନାସ ମଧ୍ୟ ରହିଛି ।
ଏଚପି ପ୍ରୋ ୮ ଟାବଲେଟ - ଆମେରିକାର କମ୍ପ୍ୟୁଟର ନିର୍ମାତା କମ୍ପାନୀ ଏଚପି ପକ୍ଷରୁ ଏହାର “ମେଡ ଫର ଇଣ୍ଡିଆ” ପ୍ରୋ ୮ ଟାବଲେଟକୁ ଉନ୍ମୋଚନ କରାଯାଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୧୯,୩୭୪ ରହିଛି । ଏହି ଷ୍ଟାଣ୍ଡାର୍ଡ ଏଚପି ପ୍ରୋ ୬ ମଡେଲର ପ୍ରମୁଖ ଫିଚର ଗୁଡିକ ହେଲା, ଏଥିରେ ୮-ଇଞ୍ଚର ବଡ ସ୍କ୍ରିନ ରହିଥିବା ବେଳେ ଏଥିରେ ୬୪-ବିଟ କ୍ୱାଡ-କୋର ମିଡିଆଟେକ ଏମଟି ୮୭୩୫, ୨ଜିବି ରାମ୍ ଏବଂ ୧୬ଜିବି ଆଭ୍ୟନ୍ତରୀଣ ମେମୋରି ରହିଛି, ଯାହାକି ଆବଶ୍ୟକତା ମୁତାବକ୬୪ଜିବି ମାଇକ୍ରୋ ଏସଡି କାର୍ଡ ପର୍ଯ୍ୟନ୍ତ ସଂପ୍ରସାରୀତ ହୋଇପାରିବ । ଏଥିରେ ୬୦୦୦ ଏମ୍ଏଏଚ୍ର ବ୍ୟାଟେରି ରହିଛି ଯାହାକି ୧୫ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମତା ଯୋଗାଇ ଦେଇପାରିବ । ଏଥିରେ ମାଇକ୍ରୋ ସିମ-ସ୍ଲଟ ରହିବା ସହ ୩.୫ ହେଡ ଫୋନ୍ ଜ୍ୟାକ ମଧ୍ୟ ରହିଛି ।