• ବେତାର ବ୍ୟୁରୋ

ଫ୍ଲିଫକାର୍ଟର ବିଗବିଲିୟନ ଡେ ଅଫର ସେପ୍ଟେମ୍ବର ୨୦ରୁ


ଫିଲ୍ପକାର୍ଟ ପକ୍ଷରୁ ଦି ବିଗ ବିଲିୟନ୍ ଡ଼େ ଆସନ୍ତା ସେପ୍ଟେମ୍ବର ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ମାରାଥନ ଡିଲ ସହିତ ଭାରତୀୟଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉକ୍ତ ଅଫର ଗୁଡିକ ସ୍ୱତନ୍ତ୍ରଭାବେ ଡିଜାଇନ କରାଯାଇଛି, ଗ୍ରାହକମାନଙ୍କ ପାଇଁ ପ୍ରଥମଥର ୮୦ରୁ ଅଧିକ ବିଭାଗରେ ସ୍ୱତନ୍ତ୍ର ଏବଂ ଅତ୍ୟାଧୁନିକ ଭାବେ ଅଗ୍ରଣୀ ବ୍ରାଣ୍ଡ ସହିତ ସହଭାଗିତା କରାଯାଇଛି । ଚଳିତ ବର୍ଷ BBD ବିକ୍ରିରେ ୫ଟି ନୂତନ ଉପଭୋକ୍ତା ଫିନାନ୍ସିଂ କାର୍ଯ୍ୟକ୍ରମ ଯେପରିକି, ନୋ କଷ୍ଟ ଇଏମଆଇ, ଉତ୍ପାଦ ଏକ୍ସଚେଞ୍ଜ, ବାଏ ବ୍ୟାକ ଗ୍ୟାରେଣ୍ଟି ଏବଂ ବାଏ ନାଓ ପେ ଲ୍ୟାଟର ଅଫର ସହିତ ଏସବିଆଇ ଡେବିଟ ଏବଂ କ୍ରେଡିଟ କାର୍ଡଧାରୀଙ୍କ ପାଇଁ ସ୍ୱତନ୍ତ୍ର ଅଫରର କାର୍ଯ୍ୟକାରି କରାଯାଇଛି । ପ୍ରଥମଥର ପାଇଁ ଫ୍ଲିପକାର୍ଟ ପକ୍ଷରୁ ଏହାର ଗ୍ରାହକ ମାନଙ୍କୁ ଦେଶର ଅଗ୍ରଣୀ ବ୍ୟାଙ୍କର ଡେବିଟ କାର୍ଡଧାରୀଙ୍କୁ ଇଏମଆଇ ଚୟନ କରିବାର ସୁଯୋଗ ପ୍ରଦାନ କରାଯିବ । ଗ୍ରାହକମାନଙ୍କୁ ଅଧିକ ଆର୍କଷଣୀୟ ଅଫର ପ୍ରଦାନ ପାଇଁ ବିଭିନ୍ନ ଉତ୍ପାଦରେ ବିବିଡିରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ଅଫର ସହିତ କମ୍ ଦାମରେ ଉତ୍ପାଦ କ୍ରୟ ପାଇଁ ସୁଯୋଗ ପ୍ରଦାନ କରାଯାଇଛି । ବିଭିନ୍ନ ସୃଙ୍ଖଳା ତଥା ଫ୍ୟାସନ ଏବଂ ବର୍ଦ୍ଧିତ ଉତ୍ପାଦ ଚୟନରେ ଗ୍ରାହକମାନଙ୍କୁ ଅଧିକ କ୍ରୟରେ କମ୍ ମୁଲ୍ୟ ପ୍ରଦାନ ସହିତ ଗ୍ରାହକମାନଙ୍କ ପାଇଁ ସହଜରେ ଶିଘ୍ର ଡେଲିଭରି ପାଇଁ ଏବଂ ଇନଷ୍ଟଲେସନ ସେବା ପ୍ରଦାନ କରାଯାଉଛି । ଉକ୍ତ ଅଫରର ତାରିଖ ଘୋଷଣା ଅବସରରେ ଫ୍ଲିଫକାର୍ଟର ମୁଖ୍ୟ ପରିଚାଳନା ଅଧିକାରୀ କଲ୍ୟାଣ କ୍ରିଷ୍ଣାମୁର୍ତ୍ତୀ କହିଛନ୍ତି ଯେ, “ଭାରତରେ ଏହି ପାର୍ବଣକୁ ଗ୍ରାହକମାନେ ଆହୁରି ଆକର୍ଷଣୀୟ ଭାବରେ ପାଳନ କରିବା ପାଇଁ ତଥା ଅଧିକ ସପିଙ୍ଗର ମଜା ଉଠାଇବା ପାଇଁ ଏହି ବିଗ ବିଲିୟନ ଡେର ଆରମ୍ଭ । ବର୍ଷକୁ ବର୍ଷ ଏହା ଫ୍ଲିଫକାର୍ଟର ଦେଶର ସବୁଠାରୁ ବଡ କାର୍ନିଭାଲ ହୋଇଥିବାରୁ ପାର୍ବଣ ଋତୁର ପର୍ଯ୍ୟାୟ ହୋଇଆସୁଛି ଏବଂ ଭାରତରେ ଏହା ୧ ନମ୍ବର ବିକ୍ରି ଆପ ହୋଇପାରିଛି ।”

#city

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon