• ବେତାର ବ୍ୟୁରୋ

ଆଇସିଆଇସିଆଇ ପକ୍ଷରୁ ଭୁବନେଶ୍ୱରରେ ୮୫୦ ଝିଅଙ୍କୁ ଚାକିରି ପାଇଁ ଟ୍ରେନିଂ


ଆଇସିଆଇସିଆଇ ଏକାଡେମି ଫର୍ ସ୍କିଲ୍ସ (ଆଇସିଆଇସିଆଇ ଏକାଡେମି) ପକ୍ଷରୁ ଭୁବନେଶ୍ଵର ଠାରେ 850 ଜଣ ଯୁବତୀଙ୍କୁ ବିଭିନ୍ନ ଅଫିସରେ କାମ କରିବା ପାଇଁ କାର୍ଯ୍ୟାଳୟ ଦକ୍ଷତା ବିକାଶ ଟ୍ରେନିଂ ପ୍ରଦାନ କରାଯାଇଛି । ଭୁବନେଶ୍ୱରଠାରେ ୨୦୧୫ ଜୁଲାଇରେ ଆରମ୍ଭ ହେବା ଦିନଠାରୁ ଏହି ଏକାଡେମି ୮୫୦ ଜଣଙ୍କୁ ତାଲିମ ପ୍ରଦାନ କରିସାରିଛି । ଏହା ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ କାର୍ଯ୍ୟାଳୟ ପରିଚାଳନା ତାଲିମ ପ୍ରଦାନ କରୁଛି ।

ଭୁବନେଶ୍ୱରଠାରେ ଥିବା ଏହି ଏକାଡେମି ଅଫିସ୍ ପ୍ରଶାସନ ଦକ୍ଷତା ଉପରେ ଉପେକ୍ଷୀତ ଯୁବବର୍ଗଙ୍କୁ ଉପଯୋଗୀ ଏବଂ ପ୍ରାକ୍ଟିକାଲ୍ ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ବର୍ଷକୁ ୮ଟି ବ୍ୟାଚକୁ ତାଲିମ ପ୍ରଦାନ କରିବାର ଏହାର କ୍ଷମତା ରହିଛି । ତାଲିମର ଅବଧୀ ତିନି ମାସ । ଏହି ପାଠ୍ୟକ୍ରମଗୁଡ଼ିକ ନିମନ୍ତେ ଯୋଗ୍ୟ ହେବା ପାଇଁ ଅତିକମ୍ ରେ ଦଶମ ପାସ୍ କରିଥିବା ଏବଂ ବୟସ ୧୮-୩୦ ବର୍ଷ ମଧ୍ୟରେ ହୋଇଥିବା ଦରକାର । ଏହି ସବୁ ତାଲିମ କାର୍ଯ୍ୟକ୍ରମରେ ଅଫିସ ଲେଖାପଢା ଓ ଯୋଗାଯୋଗ ଦକ୍ଷତା, ଆର୍ଥିକ ସାକ୍ଷରତା ଏବଂ ଏକ କର୍ପୋରେଟ ପରିବେଶରେ କାମ କରିବାର ପ୍ରଶିକ୍ଷଣ ।

ତାଲିମ ବ୍ୟତୀତ ଏହି ଏକାଡେମି ପ୍ରଶିକ୍ଷାର୍ଥୀଙ୍କୁ ମାଗଣାରେ ୟୁନିଫର୍ମ ଏବଂ ମିଲ୍ ପ୍ରଦାନ କରୁଛି । ପ୍ରଶିକ୍ଷାର୍ଥୀଙ୍କ ପାଇଁ ପାଠ୍ୟକ୍ରମ, ବିଷୟବସ୍ତୁ ଏବଂ ତାଲିମ ପ୍ରସ୍ତୁତ କରିବା ନିମନ୍ତେ ଆଇସିଆଇସିଆଇ ଫାଉଣ୍ଡେସନ୍ ନଲେଜ୍ ପାର୍ଟନର୍ ଭାବେ ବିଭିନ୍ନ ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସହଯୋଗିତା କରିଛି ।

ଆଇସିଆଇସିଆଇ ଫାଉଣ୍ଡେସନ୍ ଏହାର ସହଯୋଗୀଙ୍କ ଜରିଆରେ ଟ୍ରେନିଂ ନେଉଥିବା ଝିଅ ମାନଙ୍କୁ ଚାକିରି ମଧ୍ୟ ଯୋଗାଇ ଦେବାରେ ସାହାଯ୍ୟ କରୁଛି । ଅନ୍ନପୂର୍ଣ୍ଣ ମାଇକ୍ରୋଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡ୍, ସମ୍ବନ୍ଧ ଫିନ୍ସର୍ଭ ପ୍ରାଇଭେଟ୍ ଲିମିଟେଡ୍, ବ୍ଲୁଚିପ୍ କର୍ପୋରେଟ୍ ଇନଭେଷ୍ଟମେଂଟ୍ ସେଂଟର ଲିମିଟେଡ୍, ଫର୍ମସଡଟଷ୍ଟାର ପ୍ରାଇଭେଟ୍ ଲିମିଟେଡ୍ ଏବଂ SMC ସିକ୍ୟୁରିଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ କିଛି ସଂସ୍ଥା ଭୁବନେଶ୍ୱର ଏକାଡେମିରୁ ପ୍ରଶିକ୍ଷାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ।

#job #career

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon