• ବେତାର ବ୍ୟୁରୋ

ଗାଡ଼ି କିଣିବାକୁ ଯାଉଛନ୍ତି କି? ଜନ୍ମମୂଳାଙ୍କ ମ୍ୟାଚ୍‌ କରାନ୍ତୁ


ନୂଆ ଗାଡ଼ି କିଣିଲା ବେଳେ ଆମେମାନେ ଗାଡ଼ିର ବ୍ରାଣ୍ଡ ପ୍ରତି ବେଶି ଧ୍ୟାନ ଦେଇଥାଉ । କେତେକ ଏହାର ମଡେଲ ଓ ଷ୍ଟାଇଲକୁ ଦେଖି କିଣନ୍ତି। କିଛି ଲୋକ ରଙ୍ଗ ଦେଖି ଗାଡି ପସନ୍ଦ କରନ୍ତି। ହେଲେ ବହୁତ ଲୋକମାନେ ଜନ୍ମତିଥି ଓ ବାସ୍ତୁଶାସ୍ତ୍ର ଉପରେ ଏତେଟା ଗୁରୁତ୍ୱ ଦେଇ ନ ଥାନ୍ତି।

ବାସ୍ତୁଶାସ୍ତ୍ର ଅନୁସାରେ ଏହା ଉପରେ ଧ୍ୟାନ ଦେବା ଉଚିତ। ଗାଡ଼ି କିଣିଲା ବେଳେ ନିଜ ଜନ୍ମ ତାରିଖ ମୂଳାଙ୍କ ଅନୁସାରେ କିଣିବା ଆବଶ୍ୟକ। ମୁଳାଙ୍କ ହେଉଛି ଆପଣଙ୍କ ଜନ୍ମ ତାରିଖର ମୂଳ ସଂଖ୍ୟା । ଅର୍ଥାତ ଆପଣଙ୍କ ଜନ୍ମ ତାରିଖ 17 ହେଇଥିଲେ ଆପଣଙ୍କ ମୂଳାଙ୍କ 8 ହେବ । ଜନ୍ମ ମାସ ଓ ମସିହା ସହିତ ଏହାର କୌଣସି ସମ୍ପର୍କ ନ ଥାଏ ।

ସେହିପରି ଯେଉଁ ଗାଡି କିଣିବେ ତାହାର ରେଜିଷ୍ଟ୍ରେଶନ ସଂଖ୍ୟାଙ୍କୁ ମିଶେଇଲେ ଆପଣଙ୍କ ମୂଳାଙ୍କ

ପାଇଁ ଉପଯୋଗୀ ହେବା ଦରକାର । ଆସନ୍ତୁ ଜାଣିବା କେଉଁ ମୁଳାଙ୍କ ପାଇଁ ଗାଡି ନମ୍ବର କଣ ରହିବା ଉଚିତ ।

ମୂଳାଙ୍କ ୧: ଯେଉଁ ବ୍ୟକ୍ତିର ମୂଳାଙ୍କ ୧, ସେମାନେ ୧, ୨, ୪ ଓ ୭ ନମ୍ବର ଥିବା ଗାଡ଼ି କିଣିବା ଉଚିତ। ୬ କିମ୍ବା ୮ ନମ୍ବର ଥିବା ଗାଡ଼ି କିଣିବା ଉଚିତ ନୁହେଁ।

ମୂଳାଙ୍କ ୨: ଜନ୍ମ ମୂଳାଙ୍କ ୨ ଥିବା ବ୍ୟକ୍ତି ୧, ୨, ୪ ଓ ୭ ନମ୍ବର ଥିବା ଗାଡ଼ି କିଣିଲେ ଭଲ। ୯ ନମ୍ବର ଥିବା ଗାଡ଼ି କିଣନ୍ତୁ ନାହିଁ।

ମୂଳାଙ୍କ ୩: ଜନ୍ମ ମୂଳାଙ୍କ ୩ ଥିବା ବ୍ୟକ୍ତି ୩, ୬ ଓ ୯ ନମ୍ବର ଥିବା ଗାଡ଼ି କିଣନ୍ତୁ। ୫ ଓ ୮ ନମ୍ବର ଥିବା ଗାଡ଼ି କିଣିବା ଆପଣଙ୍କ ପାଇଁ ଶୁଭ ନୁହେଁ।

ମୂଳାଙ୍କ ୪: ଯେଉଁମାନଙ୍କ ମୂଳାଙ୍କ ୪, ସେମାନେ ୧, ୨, ୪ ଓ ୭ ନମ୍ବର ଥିବା ଗାଡ଼ି ଲାଭଦାୟକ। ୯, ୬ କିମ୍ବା ୮ ନମ୍ବର ଥିବା ଗାଡ଼ି କିଣିବା କ୍ଷତିକାରକ।

ମୂଳାଙ୍କ ୫: ଏହି ଜନ୍ମ ମୂଳାଙ୍କର ବ୍ୟକ୍ତି ୫ ନମ୍ବର ଥିବା ଗାଡ଼ି କିଣିବା ଉଚିତ। ୩, ୯ କିମ୍ବା ୮ ନମ୍ବର ଥିବା ଗାଡ଼ି କିଣନ୍ତୁ ନାହିଁ।

ମୂଳାଙ୍କ ୬: ଯେଉଁମାନଙ୍କ ଜନ୍ମ ମୂଳାଙ୍କ ୬, ସେମାନେ ୩, ୬ କିମ୍ବା ୯ ନମ୍ବର ଥିବା ବ୍ୟକ୍ତି ଗାଡ଼ି କିଣିବା ଉଚିତ। ୪ ଓ ୮ ନମ୍ବର ଥିବା ଗାଡ଼ି କିଣନ୍ତୁ ନାହିଁ। ହଇରାଣରେ ପଡ଼ିପାରନ୍ତି।

ମୂଳାଙ୍କ ୭: ଜନ୍ମମୂଳାଙ୍କ ୭ ବ୍ୟକ୍ତି ୧, ୨, ୪ କିମ୍ବା ୭ ନମ୍ବର ଗାଡ଼ି କିଣିବା ଉଚିତ। ୯ କିମ୍ବା ୮ ନମ୍ବରର ଗାଡ଼ି କିଣିବା ଅଶୁଭ ହୋଇଥାଏ।

ମୂଳାଙ୍କ ୮: ଯେଉଁମାନଙ୍କ ଜନ୍ମମୂଳାଙ୍କ ୮, ସେମାନେ ୮ ନମ୍ବର ଥିବା ଗାଡ଼ି କିଣିବା ଉଚିତ। ୧ ଓ ୪ ନମ୍ବରର ଗାଡି କିଣିବା ଉଚିତ ନୁହେଁ। ଏହା କ୍ଷତିକାରକ ହୋଇଥାଏ।

ମୂଳାଙ୍କ ୯: ମୂଳାଙ୍କ ୯ ଥିବା ବ୍ୟକ୍ତି ୯, ୩ ଓ ୬ ନମ୍ବର ଥିବା ଗାଡ଼ି କିଣିବା ଉଚିତ। ୫ ଓ ୭ ନମ୍ବରର ଗାଡ଼ି କିଣିଲେ ଦୁର୍ଘଟଣାରେ ପଡ଼ିପାରନ୍ତି।

#cars #life

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon