• ବେତାର ବ୍ୟୁରୋ

ପୋଦିନା ପତ୍ରର ଉପକାରିତା


ଦୈନଦିନ ଜୀବନରେ ଆମେ ବ୍ୟବହାର କରୁଥିବା ପୋଡିନା ପତ୍ରରେ ଅନେକ ମାତ୍ରାରେ ଔଷଧୀୟ ଗୁଣ ଭରି ରହିଛି । ଏହାକୁ ନିତିଦିନ ବ୍ୟବହାର କରିବା ଦ୍ୱାରା ଏହା ମାଉଥପ୍ରେସନର ବା ମୁଖବାସ ଭଳି କାମ ଦେଇଥାଏ।

ଜାଣନ୍ତୁ ଏହାର ଚମତ୍କାରୀ ଗୁଣ ସର୍ମ୍ପକରେ

- ପାଟିରୁ ଭିଷଣ ଦୁର୍ଗନ୍ଧ ବାହାରୁଥିଲେ ପୋଡିନା ପତ୍ର ରସ ବ୍ୟବହାର କରନ୍ତୁ, ପୋଡିନା ପତ୍ରର ରସରେ ପାଣି ମିଶାଇ କୁଳି କଲେ ପାଟିରୁ ବାହାରୁଥିବା ଦୁର୍ଗନ୍ଧ ଆପେ ଆପେ ଦୂର ହୋଇଯାଇଥାଏ । - ଶରୀର କୌଣସି ସ୍ଥାନରେ କ୍ଷତ କିମ୍ବା କଟି ଯାଇଥିଲେ, ସେହି ପୋଡିନା ରସକୁ ଲାଗାଇବା ଦ୍ୱାରା ଏହା ଆଣ୍ଟିବାଓଟିକ ରୂପେ କାମ କରେ ଏବଂ ଯନ୍ତ୍ରଣାରୁ ତୁରନ୍ତ ଉପଶମ ମିଳେ । ଏଥି ସହ ଘା ସ୍ଥାନରୁ ନିର୍ଗତ ହେଉଥିବା  ଦୁର୍ଗନ୍ଧ ମଧ୍ୟ ଦୂରେଇଯାଏ । - ଚର୍ମରୋଗ ପାଇଁ ଏହା ପୋଦିନା ବେଶ ସହାୟକ ହୋଇଥାଏ, ଚର୍ମରୋଗ ହେଲେ ପୋଦିନା ପତ୍ର ଲଗାଇବା ଦ୍ୱାରା ଆରାମ ମିଳିଥାଏ । - ଖରାଦିନେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ପୋଡିନା ପତ୍ରର ରସ ନିତ୍ୟନ୍ତ ଆବଶ୍ୟକ । - ପୋଡିନା ଖାଇବା ଦ୍ୱାରା ହାକୁଟି ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ । - ଏହି ରସକୁୁ ପିଇବା ଦ୍ୱାରା ମହିଳା ମାନେ ପ୍ରସବ ବେଦନାରୁ ଉପଶମ ମିଳେ  । - ପେଟ ବ୍ୟଥା ହେଉଥିଲେ ପୋଡିନା ଜୀରା, ହେଙ୍ଗୁ, ଗୋଲମରିଚ ଓ ଲୁଣ ସହିତ ସେବନ କରିବା ଦ୍ୱାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳେ । - ଖାଦ୍ୟ ହଜମରେ  ଯଦି ଅସୁବିଧା ରୁହେ, ଏହି ରସ ଏକ କପ ସେବନ କରିବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଏ ଯାହା ଦ୍ୱାରା ଖାଦ୍ୟ ହଜମ ଭଲଭାବରେ ହୁଏ । - ବାନ୍ତି ହେଉଥିଲେ ଅଧା କପ୍ ପୋଦିନା ରସକୁ ସେବନ କରିବା ଦ୍ୱାର ଦୁଇ ଘଣ୍ଟା ମଧ୍ୟରେ ଉପଶମ ମିଳିବ ।

#health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon