• ବେତାର ବ୍ୟୁରୋ

ଅବିବାହିତ ଯୁବକଙ୍କ ପାଇଁ ଚୀନରେ “ପ୍ଲାଷ୍ଟିକ ଗାର୍ଲଫ୍ରେଣ୍ଡ”


ଚୀନରେ ବଢୁଥିବା ଅବିବାହିତ ଚାକିରିଆ ଯୁବକଙ୍କ ସଂଖ୍ୟାକୁ ଆଖି ଆଗରେ ରଖି ଏକ ଖେଳଣା କମ୍ପାନୀ ‘ପ୍ଲାଷ୍ଟିକ ଗାର୍ଲଫ୍ରେଣ୍ଡ’ ତିଆରି କରିଛି, ଯାହାକୁ ଫୋନରେ ଆପ ମାଧ୍ୟମରେ ବୁକିଙ୍ଗ କରି ଭଡାରେ ନେଇହେବ, ଦିନକୁ 298 ୟୁଆନରେ (ପ୍ରାୟ ₹3,000) । ଏହି କମ୍ପାନୀର ନାମ ‘ଟଚ’ ଓ ଗୁରୁବାର ସନ୍ଧ୍ୟାରେ ଏହା ପ୍ଲାଷ୍ଟିକ ଗାର୍ଲଫ୍ରେଣ୍ଡ ଉନ୍ମୋଚନ କରିବା ଅବସରରେ କହିଛି ଯେ “ଏବେଠୁ ଫୋନରେ ଗୋଟିଏ କ୍ଲିକ କରିବା ମାତ୍ରେ ଆପଣଙ୍କୁ ଆଉ ଏକାକୀ ଜୀବନ ବିତାଇବାକୁ ପଡିବ ନାହିଁ ।“

ସିଲିକନ ନାମକ ପଦାର୍ଥରେ ତିଆରି ହେଇଥିବାରୁ ଏହି ଖେଳଣା ଗୁଡିକ ମଣିଷ ଚମଡା ପରି ହାତକୁ ଲାଗିଥାଏ । ଏହାକୁ ଏକ ସାଧାରଣ ଯୁବତୀ ଉଚ୍ଚର କରାଯାଇଥିବା ବେଳେ ଏହାର ଓଜନ ପ୍ରାୟ 30 କିଲୋ ରହିଛି । କମ୍ପାନୀ ବିଭିନ୍ନ ଯୁବବର୍ଗଙ୍କ ରୁଚି ହିସାବରେ ଚୀନ, ରୁଷୀୟ,କୋରିଆ ଓ ୟୁରୋପୀୟ ଯୁବତୀଙ୍କ ପରି ପାଞ୍ଚ ପ୍ରକାରର କଣ୍ଢେଇ ତିଆରି କରିଛି । ଏହାଛଡା ଅତିରିକ୍ତ ଟଙ୍କା ଦେଇ ଯୁବକମାନେ ନିଜ ପସନ୍ଦର କପଡା, କେଶ,

ଚମଡା ରଙ୍ଗ ବଦଳେଇ ପାରିବେ ଓ ଅନ୍ୟାନ୍ୟ ଜିନିଷ ପିନ୍ଧାଇ ପାରିବେ ।

ତେବେ ଏହି ସର୍ଭିସ ନେବାକୁ ଇଚ୍ଛୁକ ଥିବା ଯୁବକମାନଙ୍କୁ ପ୍ରଥମେ 8,000 ୟୁଆନ (ପ୍ରାୟ ₹79,000) କମ୍ପାନୀ ଆକାଉଣ୍ଟରେ ଜମା କରିବାକୁ ପଡିଥାଏ । ପରେ ଯେତେ ଦିନ ରଖିବେ ସେହି ହିସାବରେ ପଇସା କାଟିବା ପରେ, ବଳକା ପଇସା ଗ୍ରାହକଙ୍କୁ ଫେରସ୍ତ ହେଇଥାଏ ।

ଏହିଭଳି ଖେଳଣାର ମୂଲ୍ୟ ବଜାରରେ ପ୍ରାୟ 10,000 ୟୁଆନ (₹98,000) ରହିଛି ।

ଦେଖିବାକୁ ଅବିକଳ ମଣିଷ ଭଳି ଦିଶୁଥିବାରୁ ଅନେକ ଏହା ସହିତ ରାତ୍ରିରେ ଯୌନକ୍ରିୟାର ଆନନ୍ଦ ମଧ୍ୟ ନେଇ ପାରିବେ ବୋଲି କମ୍ପାନୀ କହିଛି । ତେବେ ଯୌନ ସଂକ୍ରମଣ ଓ ଏଥି ଜନିତ ରୋଗର ଭୟକୁ ଆଖି ଆଗରେ ରଖି, ପ୍ରତିଥର ବ୍ୟବହାର ହେଲାପରେ ଏହି ପ୍ଲାଷ୍ଟିକ କଣ୍ଢେଇମାନଙ୍କର ଗୁପ୍ତାଙ୍ଗ ବଦଳା ଯାଇ ପୁଣି ନୂଆ ଗୁପ୍ତାଙ୍ଗ ଲଗାଯାଏ ଓ କଣ୍ଢେମାନଙ୍କୁ 5 ଥର ସଫା କରାଯାଏ ବୋଲି କମ୍ପାନୀ କହିଛି ।  

ହଙ୍ଗକଙ୍ଗରୁ ପ୍ରକାଶିତ hkonline.com ଏକ ରିପୋର୍ଟରେ କହିଛି ଯେ ‘ଟଚ’ ର ଆପ ଏବେ ସୁଦ୍ଧା 5.3 କୋଟି ଥର ଡାଉନଲୋଡ ହେଇସାରିଲାଣି ଓ ଏହାର ବ୍ୟବହାରକାରୀଙ୍କ ମଧ୍ୟରେ 45%ଙ୍କ ବୟସ 20 ରୁ 30 ଭିତରେ । ସମୁଦାୟ ଗ୍ରାହକଙ୍କ ମଧ୍ୟରୁ 30 ପ୍ରତିଶତ ମହିଳା ଅଟନ୍ତି ବୋଲି ରିପୋର୍ଟରେ କୁହାଯାଇଛି ।

ଚୀନରେ ଏବେ ସର୍ବସାଧାରଣ ବ୍ୟବହାର କରିପାରୁଥିବା ଭଳି ସର୍ଭିସ ଲୋକପ୍ରିୟତା ଲାଭ କରିଛି ।  ସେଠାରେ ଛତା, ସାଇକେଲ, ବାସ୍କେଟ ବଲ, ଟ୍ରେଡମିଲ ମେସିନ ଭଳି ଅନେକ ଜିନିଷର ବ୍ୟବହାର ଲୋକମାନେ  ଅଳ୍ପ କିଛି ପଇସା ଭଡ଼ା ଦେଇ ବ୍ୟବହାର କରିପାରୁଛନ୍ତି ।

#life

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon