• ବେତାର ବ୍ୟୁରୋ

ପୂଜା ପାଇଁ ଇ-ବିକ୍ରେତା ସଜବାଜ : କ'ଣ ରହିଛି ଅଫର


ଆଗକୁ ଦଶହରା, ଦୀପାବଳୀ ଆଦି ପର୍ବପର୍ବାଣି ଆସୁଥିବାରୁ ବିଭିନ୍ନ ଅନଲାଇନ ବିକ୍ରେତାମାନେ ଡ଼ିସକାଉଣ୍ଟ ବିକ୍ରି ଆରମ୍ଭ ପାଇଁ ଯୋଜନା ପ୍ରସ୍ତୁତ କଲେଣି । ଦେଶର ଅଗ୍ରଣୀ ଇ-ବିକ୍ରେତା ଫ୍ଲିପକାର୍ଟର “ବିଗ ବିଲିୟନ ସେଲ” ସେପ୍ଟେମ୍ବର 20 ରୁ ଆରମ୍ଭ ହେଇ 24 ତାରିଖ ପର୍ଯ୍ୟନ୍ତ ଥିବାବେଳେ, ଆମାଜନ ଇଣ୍ଡିଆ ଏହାର ସ୍ଵତନ୍ତ୍ର ବିକ୍ରି ପ୍ୟାକେଜ “ଗ୍ରେଟ ଇଣ୍ଡିଆନ ସେଲ”ର ଅବଧି 21 ରୁ 24 ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବ ବୋଲି ଘୋଷଣା କରିଛି । ତେବେ ଦେଶର ଦୁଇ ଅଗ୍ରଣୀ ବିକ୍ରେତା କମ୍ପାନୀର ସେଲରେ କଣ କଣ ବିଶେଷତ୍ଵ ରହିଛି ଆସନ୍ତୁ ଜାଣିବା।

ଆମାଜନ ଗ୍ରେଟ ଇଣ୍ଡିଆନ ସେଲ :

ଏହି ସେଲରେ ଗ୍ରାହକମାନଙ୍କୁ ପ୍ରତି ଘଣ୍ଟାରେ 40,000ଟି ଅଫର ଓ ନୂଆ ଡିଲ ଦିଆଯିବ ବୋଲି କମ୍ପାନୀ କହିଛି । ଉକ୍ତ 40,000 ଅଫର ମଧ୍ୟରୁ ସ୍ମାର୍ଟଫୋନ ପାଇଁ 500ରୁ ଉର୍ଦ୍ଧ୍ଵ ଅଫର ଥିବାବେଳେ ବିଭିନ୍ନ ଇଲେକ୍ଟ୍ରୋନିକ ଜିନିଷ ପାଇଁ 2500ରୁ ଅଧିକ ଅଫର ରହିଛି । ସେପ୍ଟେମ୍ବର 21 ରୁ 24 ଭିତରେ ଆମାଜନ ଇଣ୍ଡିଆ ୱେବସାଇଟରେ କିଣିଲେ ଗ୍ରାହକମାନେ ସାମସଙ୍ଗ, ଆପଲ, ୱାନ ପ୍ଲସ, ଲେନୋଭୋ ଓ ଏଲଜି ଆଦି ବ୍ରାଣ୍ଡରେ 40% ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ପାଇବେ ବୋଲି ଏହି ଅନଲାଇନ ବିକ୍ରେତା କହିଛି । ମୋବାଇଲ ଓ ଇଲେକ୍ଟ୍ରୋନିକ ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀରେ ମଧ୍ୟ ରିହାତି/ଡ଼ିସକାଉଣ୍ଟ ଦିଆଯିବ ।

ଏହାଛଡା ଯେଉଁ ଗ୍ରାହକମାନେ HDFC ଡେବିଟ କାର୍ଡରେ ପଇସା ପଇଠ କରିବେ, ସେମାନଙ୍କୁ 10% କ୍ୟାଶବ୍ୟାକ ମିଳୁଥିବା ବେଳେ, ଆମାଜନର ନିଜସ୍ଵ ନେଣଦେଣ ଆପ “ଆମାଜନ ପେ” ଜରିଆରେ ପଇଠ କଲେ ଗ୍ରାହକ ମାନଙ୍କୁ 10% କ୍ୟାଶବ୍ୟାକ ମିଳିବ, ଯାହାର ସର୍ବୋଚ୍ଚ ସୀମା 500 ଟଙ୍କା ରହିବ ବୋଲି କମ୍ପାନୀ କହିଛି ।

ଫିଲ୍ପକାର୍ଟ ବିଗ ବିଲିୟନ୍ ଡ଼େ:

ଫିଲ୍ପକାର୍ଟ ପକ୍ଷରୁ ଦି ବିଗ ବିଲିୟନ୍ ଡ଼େ ସେଲ ଆସନ୍ତା ସେପ୍ଟେମ୍ବର 20ରୁ 24 ତାରିଖ ପର୍ଯ୍ୟନ୍ତ ବଳବତ୍ତର

ରହିବ। ଚଳିତ ବର୍ଷ ପ୍ରଥମଥର ପାଇଁ 80ରୁ ଅଧିକ ବିଭାଗରେ ସ୍ୱତନ୍ତ୍ର ରିହାତି ପାଇଁ ଅତ୍ୟାଧୁନିକ ବ୍ରାଣ୍ଡ ସହିତ ସହଭାଗିତା କରାଯାଇଛି । ଗ୍ରାହକ ମାନଙ୍କ ସୁବିଧା ଲାଗି ଚଳିତ ବର୍ଷ ଏଥିରେ 5 ଟି ପଇସା ପଇଠ ଯୋଜନା ପ୍ରଚଳ କରାଯାଉଛି ଯେପରିକି ବିନା ସୁଧରେ ମାସିକ କିସ୍ତି (ନୋ କଷ୍ଟ ଇଏମଆଇ), ଜିନିଷ ଏକ୍ସଚେଞ୍ଜ, ମୋବାଇଲ କିଣି ପରେ ବିକ୍ରି କରିପାରିବାର ପ୍ରତିଶ୍ରୁତି (ବାଏ ବ୍ୟାକ ଗ୍ୟାରେଣ୍ଟି) ଏବଂ ପ୍ରଥମେ କିଣି ପରେ ପଇସା ପଇଠ (ବାଏ ନାଓ ପେ ଲ୍ୟାଟର) ଭଳି ଅଫର ସହିତ SBI ଡେବିଟ ଏବଂ କ୍ରେଡିଟ କାର୍ଡଧାରୀଙ୍କ ପାଇଁ ସ୍ୱତନ୍ତ୍ର ଅଫରର କାର୍ଯ୍ୟକାରି କରାଯାଇଛି ।

ଏହି ବାଏ ବ୍ୟାକ ଗ୍ୟାରେଣ୍ଟି ଯୋଜନାରେ କମ୍ପାନୀ ମୋବାଇଲ ଗ୍ରାହକମାନଙ୍କୁ ସ୍ମାର୍ଟଫୋନ କିଣିଲା ବେଳେ ଏକ ଅଫର ଦେଉଛି । ଏଥିରେ ଗ୍ରାହକ ମାନେ ଯେ କୌଣସି ଫୋନ କିଣି ଓ ଅଳ୍ପ କିଛି ପଇସା ଦେଇ ବାଏ ବ୍ୟାକ ପଲିସି କିଣି ଏହାର ଲାଭ ଉଠାଇ ପାରିବେ । ଉଦାହରଣ ସ୍ୱରୂପ ଫ୍ଲିପକାର୍ଟରେ ରେଡମି ନୋଟ 4 ଫୋନର ଦାମ 10,999 ଟଙ୍କା ରହିଛି। ଗ୍ରାହକ ମାନେ ଯଦି 199 ଟଙ୍କାର ଅତିରିକ୍ତ ମୂଲ୍ୟ ଦେଇ ବାଏ ବ୍ୟାକ ପଲିସି କିଣନ୍ତି ,ତେବେ ଫ୍ଲିପକାର୍ଟ ଏହି ଫୋନ ଆପଣଙ୍କଠାରୁ 4,500 ଟଙ୍କାରେ କିଣିନେବ ବୋଲି କହିଛି । ତେବେ ଏଥିପାଇଁ ଆପଣଙ୍କୁ କୌଣସି ଟଙ୍କା ପ୍ରଦାନ କରାଯିବ ନାହିଁ ଓ ଏହା ବଦଳରେ ଆପଣଙ୍କ ଆଗାମୀ ଫୋନର ଦାମରୁ 4,500 ଟଙ୍କା ଛାଡ କରାଯିବ । ଏଥିପାଇଁ ଆପଣଙ୍କ ପୁରୁଣା ଫୋନ କାମ କରୁଥିବା ଓ ସ୍କ୍ରିନ ଠିକ ଥିବା ଆବଶ୍ୟକ ବୋଲି ଫ୍ଲିପକାର୍ଟ ତରଫରୁ କୁହାଯାଇଛି ।

#shopping #life

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon