• ବେତାର ବ୍ୟୁରୋ

ଗତ ସପ୍ତାହର ମୋବାଇଲ (ସେପ୍ଟେମ୍ବର 10-17)


ଆଇଫୋନ୍ 8 ଓ 8+ ବହୁ ପ୍ରତିକ୍ଷତି ଆପଲର ଆଇଫୋନ୍ 8 ଏବଂ ଆଇଫୋନ୍ 8+ର ଲଂଚ ଗତ ସପ୍ତାହରେ ହୋଇଯାଇଛି । ଏହାର ପ୍ରତ୍ୟେକ ମଡେଲ ଦୁଇଟି ଭାରିଏଣ୍ଟରେ ଆସଛି, ଯେପରିକି ଆଇଫୋନ୍ ୮ର (୬୪ଜିବି ରାମ୍)ର ମୂଲ୍ୟ ୬୪,୦୦୦ ଟଂକା ରହିଥିବା ବେଳେ ଏହାର ୨୫୬ ଜିବି ଭାରିଏଣ୍ଟର ମୂଲ୍ୟ ୭୭,୦୦୦ ଟଙ୍କାରହିଛି । ଠିକ୍ ସେହିପରି ଆଇଫୋନ ୮+ ର ୬୪ଜିବିର ମୂଲ୍ୟ ୭୩,୦୦୦ ରହିଥିବା ବେଳେ ୨୫୬ଜିବି ଭାରିଏଣ୍ଟର ମୂଳ୍ୟ ୮୬,୦୦୦ ଟଙ୍କାରହିଛି । ଫିଚର ଦୃଷ୍ଟିରୁ ଏହି ଉଭୟ ଫୋନଗୁୁଡିକରେ ଦ୍ରୁତତର A11 ପ୍ରୋସେସର ରହିଛି । ଆଇଫୋନ୍ 8 ଓ 8+ ରେ ୪.୭ ଏବଂ ୫.୫ ଇଞ୍ଚର ସ୍କ୍ରିନ ରହିଥିବା ବେଳେ, ଆଇଫୋନ 8 ରେ 12 MPର କ୍ୟାମେରା ଏବଂ 8+ରେ 12+12 MPର କ୍ୟାମେରା ସହ ଉଭୟ ମଡେଲ 7 MPର ସାମନା କ୍ୟାମେରା ରହିଛି । ଆଇଫୋନ୍ 8ରେ ୧,୮୨୧ ଏମ୍ଏଏଚ ବ୍ୟାଟେରି ରହିଥିବା ବେଳେ, 8+ ରେ 2675 Mah ବ୍ୟାଟେରି ରହିଛି । ଏହାର ବଡି କାଚ ଏବଂ ସିଲଭରରେ ପ୍ରସ୍ତୁତ ହୋଇଥିବା ବେଳେ ଗ୍ରେ, ସିଲଭର ଏବଂ ଗୋଲ୍ଡ ରଙ୍ଗରେ ଆସୁଛି ।

ନୁବିଆ ଜେଡ୧୭ ମିନି - ଜେଡଟିଇର ସବ ବ୍ରାଣ୍ଡ ନୁବିଆ ପକ୍ଷରୁ ଏହାର ଜେଡ୧୭ ମିନିର ଶୁଭାରମ୍ଭ କରାଯାଇଛି । ଆମାଜନରେ ସେପ୍ଟେମ୍ବର ୧୫ରୁ ବିକ୍ରି ଆରମ୍ଭ ହୋଇଥିବା ଏହି ସ୍ମାର୍ଟଫୋନ୍ ମୂଲ୍ୟ ରହିଛି ଟ୨୧,୪୯୯ା ଏଥିରେ ୬ଜିବି ରାମ୍ ସହ ୬୪ଜିବି ଆଭ୍ୟନ୍ତରୀଣ ମେମୋରି ରହିଛି, ଯାହାକୁ ଆବଶ୍ୟକତା ମୁତାବକ ୧୨୮ଜିବି କାର୍ଡ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ । ଫିଚର ଦୃଷ୍ଟିରୁ ଏଥିରେ ୫.୨ ଇଞ୍ଚର ବଡ ସ୍କ୍ରନ ରହିଥିବା ବେଳେ, କ୍ୱାଲକମ ସ୍ନାପଡ୍ରାଗନ 653 ପ୍ରୋସେସର ରହିଛି । ପଛ ଭାଗରେ ୧୩ ମେଗାଫିକ୍ସେଲ କ୍ୟାମେରା ରହିବା ସହ ଏଫ/୨.୨ ଅପ୍ରେଚର, ସୋନି ସେନସର, ଆରଜିବି କଲର ସେନସର ଏବଂ ମନୋକ୍ରମ ସେନସର ରହିଛି । ଏହାର ସମ୍ପର୍ଣ୍ଣ ବଡି ମେଟାଲ ହୋଇଥିବା ବେଳେ, କେବଳ ଅଉରୋର ବ୍ଲୁ ରଙ୍ଗରେ ଉପଲବ୍ଧ ରହିବ । ସ୍ମାର୍ଟଫୋନ୍ଟିରେ ଆଣ୍ଡ୍ରଏଡ ୬.୦ ମାର୍ସଫୋଲ ଭିତରେ ନୁବିଆ ୟୁଆଇ ୪.୦ ରହିଛି । ଏଥିରେ ୨୯୫୦ଏମ୍ଏଏଚ୍ ବ୍ୟାଟେରି ରହିଛି ।

ଭିଭୋ ଭି୭+ - ଚାଇନା ଉତ୍ପାଦିତ ଭିଭୋ ଭି୭+ର ବିକ୍ରି ଭାରତରେ ଆରମ୍ଭ ହୋଇଯାଇଛି । ଗୋଲ୍ଡ, ବ୍ଲାକ, ରୋଜ ଗୋଲ୍ଡ ଭଳି ବିଭିନ୍ନ ରଙ୍ଗରେ ଉପଲବ୍ଧ ଥିବା ଏହି ସ୍ମାର୍ଟଫୋନର ମୂଲ୍ୟ ଟ ୨୧,୯୯୦ ରହିଛି । ଏଥିରେ ୨୪ ମେଗାଫିକ୍ସେଲ କ୍ୟାମେରା ରହିଥିବା ବେଳେ ଏହାର ପଛ ଭାଗରେ ୧୬ ମେଗାଫିକ୍ସେଲ କ୍ୟାମେରା ସହ ଏଫ/୨.୦ ଆପ୍ରେଚର ଓ ଡୁଆଲ ଏଲଇଡି-ଫ୍ଲାସ ମଧ୍ୟ ରହିଛି । ଫିଚର ଦୃଷ୍ଟିରୁ ,ଏହା ଡୁଆଲ ସିମ(ନାନୋ-ସିମ)ବିଶିଷ୍ଟ ଯେଉଁଥିରେ କି ଫନଟଚ ଓଏସ୍ ୩.୨ ଏବଂ ଆଣ୍ଡ୍ରଏଡ ୭.୧ ନୋଗଟ ରହିଛିାଏହି ସ୍ମାର୍ଟଫୋନରେ ଅକ୍ଟାକୋର ସ୍ମାପଡ୍ରାଗନ ୪୫୦ ଏସଓସି ରହିଥିବା ବେଳେ, ଏଥିରେ ୫.୯୯ ବଡ ସ୍କ୍ରିନ ସହ ୨.୫ କରଭ୍ ଗ୍ଲାସ ଏବଂ ଗୋରିଲା ଗ୍ଲାସ ମଧ୍ୟ ରହିଛି । ଏଥିରେ ୪ଜିବି ରାମ୍ ରହିଥିବା ବେଳେ ୬୪ ଜିବି ଆଭ୍ୟନ୍ତରୀଣ ମେମୋରି ରହିଛି ଯାହାକି ଆବଶ୍ୟକତା ମୁତାବକ ୨୫୬ଜିବି ମାଇକ୍ରୋ ଏସ୍ଡି କାର୍ଡ ପର୍ଯ୍ୟନ୍ତ ସଂପ୍ରାସାରିତ ହୋଇପାରିବ । ଏଥିରେ ୪ଜି ଭୋଲଟି, ୱାଇ-ଫାଇ, ବ୍ଲୁଟୁଥ ଭି ୪.୨, ଜିପିଏସ୍/ ଏ-ଜିପିଏସ୍, ମାଇକ୍ରୋ–ୟୁଏସବି, ୩.୫ ଏମ୍ଏମ୍ ଅଡିଓ ଜ୍ୟାକ ଏବଂ ଏଫଏମ୍ ରେଡିଓ ରହିଛି । ଏଥି ସହ ବୋର୍ଡ ଉପରେ ଆସେଲେରୋମିଟର, ଆମବିଏଣ୍ଟ ଲାଇଟ ସେନସର, ଡିଲିଟାଲ ଲାଇଟ କମ୍ପାସ ଏବଂ ପ୍ରୋକ୍ସିମିଟି ରହିଛି । ଏଥିରେ ୩୨୨୫ Mah ବ୍ୟାଟେରି ରହିଛି ।

ଆଇଭିଓଓଏମ୍ଆଇ ଏମଇ୩

ଚାଇନିସ ସ୍ମାର୍ଟଫୋନ୍ କମ୍ପାନୀ ମେଜର ଆଇଭିଓଓଏମ୍ଆଇ ପକ୍ଷରୁ ଏହାର ବ୍ୟୟସାପେକ୍ଷ ସ୍ମାର୍ଟଫୋନ୍ ଏମଇ୩ ଓ ଏମ୍୩ଏସର ଉନ୍ମୋଚନ ହୋଇଯାଇଛି । ଫ୍ଲିପକାର୍ଟରେ ଉପଲବ୍ଧ ଥିବା ଏହି ସ୍ମାର୍ଟଫୋନର ମୂଲ୍ୟ ରହିଛି ୫,୪୯୯ ଟଙ୍କା ଏବଂ ୬,୪୯୯ ଟଙ୍କା । ଉଭୟ ସ୍ମାର୍ଟଫୋନ୍ ୫.୨ ଇଞ୍ଚର ୱାଟରପ୍ରୁଫ ସ୍କ୍ରିନ୍ ରହିଥିବା ବେଳେ 4G VOLTE, ଆଣ୍ଡ୍ରଏଡ୭.୦ନୋଗଟ, ୬୪-ବିଟ କ୍ୱାଡ-କୋର ମିଡିଆ ଟେକ ପ୍ରୋସେସର ଏବଂ ୩୦୦୦ଏମ୍ଏଏଚ ବ୍ୟାଟେରି । ଏହି ଏମଇ୩ ସ୍ମାର୍ଟଫୋନରେ ୨ଜିବି ରାମ୍ ଏବଂ ୧୬ଜିବିର ଆଭ୍ୟନ୍ତରୀଣ ମେମୋରି ରହିଥିବା ବେଳେ ଏହା ଆବଶ୍ୟକତା ମୁତାବକ ୧୨୮ଜିବି ମାଇକ୍ରୋ କାର୍ଡ ପର୍ଯ୍ୟନ୍ତ ସଂପ୍ରାସରିତ ହୋଇପାରିବ ଏହାର ଉଭୟ ଆଗ ଏବଂ ପଛ ଭାଗରେ ୮ ଏମପିର କ୍ୟାମେରା ସହ ଏଲଇଡି ଫ୍ଲାସ ମଧ୍ୟ ରହିଛି, ସେହିଭଲି ଭାବରେ ଏମ୍୩ଏସ୍ ସ୍ମାର୍ଟଫୋନରେ ୩ଜିବି ରାମ୍ ଏବଂ ୩୨ଜିବିର ଆଭ୍ୟନ୍ତରୀଣ ମେମୋରି ରହିଥିବା ବେଳେ ଏହା ଆବଶ୍ୟକତା ମୁତାବକ ୧୨୮ଜିବି ମାଇକ୍ରୋ କାର୍ଡ ପର୍ଯ୍ୟନ୍ତ, କିନ୍ତୁ ଏହାର ପଛ ଭାଗରେ ୧୩ ଏମପିର କ୍ୟାମେରା ରହିଥିବା ବେଳେ ଆଗରେ ୮ ଏମପିର କ୍ୟାମେରା ସହ ଏଲଇଡି ଫ୍ଲାସ ମଧ୍ୟ ରହିଛି ।

#mobile

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon