• ବେତାର ବ୍ୟୁରୋ

ମଣ୍ଟେ କାର୍ଲୋର ନୂଆ ଡେନିମ କଲେକସନ ବିକ୍ରି ଆରମ୍ଭ


ଭାରତର ଅଗ୍ରଣୀ ଫ୍ୟାସନ ବ୍ରାଣ୍ଡ ମଣ୍ଟେକାର୍ଲୋ ପକ୍ଷରୁ ୨୦୧୭ ପାଇଁ ନୂଆ ଡେନିମ ଜିନ୍ସ୍ କଲେକ୍ସନର ବିକ୍ରି ଆରମ୍ଭ କରାଯାଇଛି ।

ଏହି ନୂତନ ଡେନିମ କଲେକସନରେ ଉଭୟ ମହିଳା ଏବଂ ପୁରୁଷଙ୍କ ପାଇଁ ବିଭିନ୍ନ ପ୍ରକାର ଜିନ୍ସ ରହିଛି, ଯାହାକି ଗ୍ରୀଷ୍ମ ଋତୁରେ ଆରାମ ପ୍ରଦାନ କରିବା ସହିତ ଷ୍ଟାଇଲିସ ମଧ୍ୟ ହୋଇପାରିବ ।

ଏଠାରେ ଡେନିମ ରଙ୍ଗ ବ୍ଲୁରେ ସିମୀତ ରହୁନଥିବାବେଳେ, ଚାରକୋଲ ଗ୍ରେ, ବ୍ଲାକ, ଗ୍ରୀନ ରଙ୍ଗରେ ଜିନ୍ସ, ସାର୍ଟ, କ୍ୟାପ୍ରି ମଧ୍ୟ ରହିଛି ।

ପୁରୁଷ ମାନଙ୍କ କଲେକସନରେ କ୍ଲାସିକ ବ୍ଲୁ ଏବଂ ଟିଣ୍ଟେଡ ଜିନ୍ସ ସହିତ ଓଭର ଡାଏରେ ୫ଟି ଶେଡ, ଆର୍କଟିକ ବ୍ଲୁରେ ୧୦ଟି ଶେଡ ରହିଛି।

ସେହିଭଳି ମହିଳା ମାନଙ୍କ ପାଇଁ ଟ୍ୟୁନିକ, କ୍ରପ୍ଡ ଜିନ୍ସ, ସର୍ଟସ, ଜେଙ୍ଗିଂସ ଏବଂ ଜିନ୍ସ ରହିଛି । ଏହା ସହିତ ଫର୍ମାଲ ସାର୍ଟ, ଡେନିମ ସାର୍ଟ ମଧ୍ୟ ରହିଛି ।

ଏହି ପରିପ୍ରେକ୍ଷିରେ ମଣ୍ଟେ କାର୍ଲୋ ଫ୍ୟାସନ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ମୋନିକା ଓସୱାଲ କହିଛନ୍ତି ଯେ,“ ଡେନିମ କଲେକସନ୍ର ଫ୍ୟାସନ ମାର୍କେଟରେ ସର୍ବଦା ରହିଥାଏ । ଆମର ଡେନିମ ୨୦୧୭ରେ ସମସ୍ତଙ୍କ ପାଇଁ ବ୍ଲୁ ଜିନ୍ସରୁ ଆରମ୍ଭକରି ନୂତନ ରଙ୍ଗର ବିଭିନ୍ନ କଲେକସନ୍ ରହିଛି । ଏହା ଆରାମ ପ୍ରଦାନ କରିବା ସହିତ ଷ୍ଟାଇଲିସ ମଧ୍ୟ ହୋଇପାରିବ ।”

#shopping

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon