• ବେତାର ବ୍ୟୁରୋ

ପୂଜା ପାଇଁ ବାରବି'କ୍ୟୁ ନେସନର ନୂଆ ମେନୁ: ଇଲିସି, ପମ୍ଫ୍ରେଟ ଓ ବହୁତ କିଛି


ଆମିଷ ତଥା ନିରାମିଷ ଖାଦ୍ୟର ବୁଫେ ମିଲ ପାଇଁ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ଚେନ୍ ବାରବି'କ୍ୟୁ ନେସନ ପକ୍ଷରୁ ବିଶେଷ ମୂଲ୍ୟରେ ସ୍ୱତନ୍ତ୍ର ପୂଜା ଖାଦ୍ୟ ତାଲିକା ଶୁଭାରମ୍ଭ କରାଯାଇଥିବାବେଳେ, ଏଥିରେ ରହିଛି , ଅସୀମିତ ଭାପା ଇଲିସି, ତନ୍ଦୁରି ପମ୍ଫ୍ରେଟ ଏବଂ ମଟନ ବିରିୟାନୀ ଯୁକ୍ତ ବଫେଟ । ଏହି ବଫେଟ ୨୨ ସେପ୍ଟେମ୍ବରରୁ ୧ ଅକ୍ଟୋବର ମଧ୍ୟରେ ଉପଲବ୍ଧ ହେବ ।

ଏହି ବିଶେଷ ପ୍ରସ୍ତୁତିର ବୁଫେ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆମିଷ ଖାଦ୍ୟ ପାଇଁ ୧,୦୫୦ ଟଙ୍କା ଦେବାକୁ ପଡୁଥିବା ବେଳେ, ନିରାମିଷାସିଙ୍କ ପାଇଁ ଏହାର ମୂଲ୍ୟ ୮୫୦ ଟଙ୍କା ରଖାଯାଇଛି । ଏହା ସହିତ ୬-୯ ବର୍ଷ ବୟସର ଶିଶୁମାନଙ୍କ ପାଇଁ ୫୦୦ ଟଙ୍କା ରଖାଯାଇଛି । ଏହି ସମସ୍ତ ମୂଲ୍ୟରେ ଜିଏସଟି ଅନ୍ତର୍ଭୁକ୍ତ ରହିଛି ।

ଏହି ଅବସରରେ ପୂର୍ବାଞ୍ଚଳର ବରିଷ୍ଠ କ୍ଲଷ୍ଟର ମ୍ୟାନେଜର ନୀଳଞ୍ଜନ ଦତ୍ତ କହିଛନ୍ତିଯେ, “ପୂଜା ସମୟରେ ଗ୍ରାହକ ମାନଙ୍କୁ ମନ ଭରି ଇଲିସି ଖୁଆଇବା ପାଇଁ ଭୁବନେଶ୍ୱର ବାସିନ୍ଦାମାନଙ୍କ ପାଇଁ ଆମେ ତନ୍ଦୁରି ପମ୍ଫ୍ରେଟ ମଧ୍ୟ ଆମ ମେନୁରେ ରଖିଛୁ। ୧୦ ଦିନିଆ ପୂଜା ଅବସରରେ ବାରବିକ୍ୟୁ ନେସନ ପକ୍ଷରୁ ଏହି ବ୍ୟଞ୍ଜନ ସହିତ ଅନ୍ୟ ୨ଟି ପସନ୍ଦଯୋଗ୍ୟ ଖାଦ୍ୟ ଯଥା ଚିଙ୍ଗୁଡି ମଲାଇ ତରକାରି ଏବଂ ମଟନ ବିରିୟାନୀ ମଧ୍ୟ ରଖାଯାଇଛି । ସବୁ ଆୟ ବର୍ଗର ଲୋକମାନେ ଅସୀମିତ ବ୍ୟଞ୍ଜନକୁ ଉପଭୋଗ କରିବା ପାଇଁ ଆକର୍ଷଣୀୟ ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି ।"

ବାରବିକ୍ୟୁ ନେସନର ଆଞ୍ଚଳିକ ସେଫ୍ ସନାତନ ଯୋଯୋୱାର କହିଛନ୍ତିଯେ, “ଏହି ଖାଦ୍ୟ ତାଲିକା ବିଶେଷଭାବରେ ଭୁବନେଶ୍ୱର ପାଇଁ ପ୍ରସ୍ତୁତ କରାଯାଇଥିବାବେଳେ, କୋଲକତା ଏବଂ ଗୌହାଟୀ ରେଷ୍ଟୁରାଣ୍ଟ ପାଇଁ ମଧ୍ୟ ସ୍ୱତନ୍ତ୍ର ଖାଦ୍ୟ ତାଲିକା ରହିଛି । ଦୂର୍ଗାପୂଜା ସମୟରେ ଆମ ଅଫରକୁ ଆକର୍ଷଣୀୟ କରିବା ପାଇଁ ଏହି ଖାଦ୍ୟ ତାଲିକା ପ୍ରସ୍ତୁତ କରାଯାଇଛି ।

ବାରବିକ୍ୟୁ ନେସନ ଏହାର ୧୨ ବର୍ଷ ଅତିକ୍ରମ କରିଥିବାବେଳେ, ସମ୍ପୂର୍ଣ୍ଣ ଦେଶରେ ୮୬ରୁ ଉର୍ଦ୍ଧ ରେଷ୍ଟୁରାଣ୍ଟ ରହିଛି । ଏହାର ଆସିମୀତ ବୁଫେ ଖାଦ୍ୟ ତାଲିକାରେ ଆମିଷ, ନିରାମିଷ, ମେନ୍ କୋର୍ଷ, ସୁପ୍, ସାଲାଡ, ଓ ମିଷ୍ଠାନ୍ନ ଭିତରେ କେକ ତଥା କୁଲଫି ରହିଥାଏ ।

#city #food

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon