• ବେତାର ବ୍ୟୁରୋ

ବିଜେବି ଛାତ୍ରୀ, କିଟ ଛାତ୍ର ଟ୍ରେଣ୍ଡ ଷ୍ଟାଇଲ ଆଇକନ 2017ର ବିଜୟୀ ପ୍ରାର୍ଥୀ


ରିଲାଏନ୍ସ ର ଫେଶନ ବ୍ରାଣ୍ଡ ଟ୍ରେଣ୍ଡସ୍ ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ଷ୍ଟାଇଲ ଆଇକନ ପ୍ରତିଯୋଗୀତାରେ ରାଜଧାନୀର ବିଜେବି  କଲେଜର ଛାତ୍ରୀ ଶେଫାଳି ଉଦଗାତା ଓ କିଟର ଛାତ୍ର ଚେତନ ଟିତ୍ରେ ମହିଳା ଓ ପୁରୁଷ ବିଭାଗରେ ଷ୍ଟାଇଲ ଆଇକନ ପୁରସ୍କାର ଜିତିଛନ୍ତି ।ଏହି  ବିଜେତାମାନଙ୍କୁ  କ୍ୟାସ୍ ପ୍ରାଇଜ୍ ସହ ଅନ୍ୟାନ୍ୟ ପୁରଷ୍କାର ପ୍ରଦାନ କରାଯାଇଛି ।   

ଏହି ପ୍ରତିଯୋଗୀତାରେ ସମଗ୍ର ଓଡିଶାରୁ ୩,୦୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବାବେଳେ, ୨୪ଜଣ ପ୍ରତିଯୋଗୀ (୧୨ଜଣ ଯୁବକ ଏବଂ ୧୨ଜଣ ଯୁବତୀ) ଗ୍ରାଣ୍ଡ ଫିନାଲେ ପାଇଁ ମନୋନୀତ ହୋଇଥିଲେ । 

‘ଷ୍ଟାଇଲ ଆଇକନ ୨୦୧୭’ର ଗ୍ରାଣ୍ଡ ଫିନାଲେ ଭୁବନେଶ୍ୱରସ୍ଥିତ ପାଲହାଇଟ୍ସ ହୋଟେଲରେ ଅନୁଷ୍ଠିତ ହୋଇଥିଲା । ଫିନାଲେରେ ପ୍ରତିଯୋଗୀମାନେ ସୁନାମଧନ୍ୟ ବିଚାରକ ମଣ୍ଡଳୀ ସମ୍ମୁଖରେ ନିଜ ଟ୍ୟାଲେଣ୍ଟ ପ୍ରଦର୍ଶନ କରିଥିଲେ। ଏହି ବିଚାରକ ମାନେ ହେଲେ  ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ସୌନ୍ଦର୍ଯ୍ୟ ବିଶେଷଜ୍ଞ ସୁକିର୍ତ୍ତୀ ମହାପାତ୍ର, ପ୍ରଖ୍ୟାତ ଫ୍ୟାସନ ଫଟୋଗ୍ରାଫର ଆଶୁତୋଷ ଏବଂ ରିଲାଏନ୍ସ ଟ୍ରେଣ୍ଡସର  ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ଅଞ୍ଜନ ବୋଷ । 

୨୮ ଅଗଷ୍ଟରୁ ଓଡିଶାର ୧୦ଟି ସହରରେ ଷ୍ଟାଇଲ ଆଇକନ ଆରମ୍ଭ ହୋଇଥିବାବେଳେ, ଏହାରା ଅଡିସନ ପୁରୀ, ବ୍ରହ୍ମପୁର, ଯାଜପୁର, ବାଲେଶ୍ୱର, ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ ଏବଂ ରାଉରକେଲାରେ ଆୟୋଜିତ ହୋଇଥିଲା । ଏଥିରେ  ଉଭୟ ଯୁବକ ଏବଂ ଯୁବତୀ ମାନେ ଅଂଶଗ୍ରହଣ କରିଥିବାବେଳେ, ଓଡିଶାର ୩୦୦୦ରୁ ଉର୍ଦ୍ଧ ପ୍ରତିଯୋଗୀମାନଙ୍କ ମଧ୍ୟରୁ ୨୪ଜଣଙ୍କୁ ଚୟନ କରାଯାଇଥିଲା । 

ଷ୍ଟାଇଲ ଆଇକନ ୨୦୧୭’ର ୨ୟ ସଂସ୍କରଣ ବିଷୟରେ ରିଲାଏନ୍ସ ଟ୍ରେଣ୍ଡସ୍, ଇଣ୍ଡିଆର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ଅଞ୍ଜନ ବୋଷ କହିଛନ୍ତି ଯେ, “ଟ୍ରେଣ୍ଡସ୍ ଷ୍ଟାଇଲ ଆଇକନ ୨୦୧୭ ସ୍ମାର୍ଟ ସିଟି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବାବେଳେ, ଫ୍ୟାସନରେ ଯୁବ ପ୍ରତିଭା ମାନଙ୍କ ସ୍ୱପ୍ନ ପୂରଣ କରିବାରେ ସହାୟକ ହେବ । ଟ୍ରେଣ୍ଡସ୍ ମଧ୍ୟମ ଶ୍ରେଣୀର ଗ୍ରାହକମାନଙ୍କ ଫ୍ୟାସନ ଚାହିଦା ପୂରଣ କରିପାରୁଥିବାବେଳେ, ଦ୍ୱିତୀୟ ସ୍ତରୀୟ ସ୍ମାର୍ଟ ସିଟିରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଉପଯୁକ୍ତ ସୁଯୋଗ ମିଳିପାରୁପାହିଁ । ତେଣୁ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଟ୍ରେଣ୍ଡସ୍ ଷ୍ଟାଇଲ ଆଇକନ ସୃଷ୍ଟି ହୋଇଛି । ଏବେ ଏହା ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଥିବା ବେଳେ ଭବିଷ୍ୟତରେ ଆହୁରି ସଫଳ ସଂସ୍କରଣ ପାଇଁ ଲକ୍ଷ୍ୟ ରଖିଛୁ ।”

#fashion

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon