• ବେତାର ବ୍ୟୁରୋ

ମହିଳା ଡ୍ରାଇଭରଙ୍କୁ ନେଇ ରାଜଧାନୀରେ ଟାକ୍ସି ସେବା ଯୋଗାଇବ ଓଟିଏଲ


ରାଜଧାନୀ ଭୁବନେଶ୍ୱରରେ ଓଲା, ଉବେର ଭଳି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ଟାକ୍ସି ସେବା ସଂସ୍ଥା ଥିବା ବେଳେ କଲିକତା ସ୍ଥିତ ଓଟିଏଲ ନାମକ ସଂସ୍ଥା ଅକ୍ଟୋବର ମାସରୁ ଭୁବନେଶ୍ୱର ଏହି ଭଳି ସେବା ଯୋଗାଇଦେବ ବୋଲି ଘୋଷଣା କରିଛି । ଓଲା, ଉବେର ଭଳି ଏହା ମଧ୍ୟ ଆପ ଜରିଆରେ ବୁକ ହେଇପାରୁଥିବା ବେଳେ, ଏହାର ଏକ ନିଆରା ଶୈଳୀ ହେଉଛି ମହିଳା ଡ୍ରାଇଭର ।

ଏ ସମ୍ପର୍କରେ ସୂଚନା ଦେଇ କମ୍ପାନୀ କହିଛି  ଯେ “ଭୁବନେଶ୍ୱର ଭଳି ଏକ ବ୍ୟସ୍ତବହୁଳ ସହର ଯେଉଁଠାରେ ଟାକ୍ସି ଡ୍ରାଇଭର ମାନେ ବୁକିଙ୍ଗ ଅର୍ଡର ପ୍ରତ୍ୟାଖ୍ୟାନ ଏକ ଜଟିଳ ସମସ୍ୟା ସେଠାରେ ଡାକିବା ମାତ୍ରେ ମହିଳା ଡ୍ରାଇଭର ଆସିବା ଶାନ୍ତିରେ ନିଶ୍ୱାସ ମାରିବା ସଦୃଶ ।"

ଏହାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଲା ଏଥିରେ ଉବେର, ଓଲା ଭଳି କିଲୋମିଟର ପିଛା ଦର ଚାହିଦା ଅନୁସାରେ ନ ବଢି ସ୍ଥିର ରହିଥାଏ । 

କୋଲକାତାରେ “ନୋ ସର୍ଜ ଚାର୍ଜ” ସହିତ ୨୦୦୦ କ୍ୟାବ ନେଇ ସେବା ଯୋଗାଇ ଦେଉଥିବା ଓଟିଏଲ୍ ର ପ୍ରାୟ 35% ଡ୍ରାଇଭର ମହିଳା ଅଟନ୍ତି । ଖୁବ ଶୀଘ୍ର ଏହା ଏକ ବଡ଼ ଧରଣର ରଣନୀତି ଏବଂ ଭବିଷ୍ୟତ ଯୋଜନାକୁ ନେଇ ଭୁବନେଶ୍ୱରଠାରେ ଏବଂ ଦେଶର ଅନ୍ୟ ପ୍ରାନ୍ତରେ ଏହାର ସେବା ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ଯୋଜନା ରଖିଛି ।

ଓଟିଏଲ୍ କ୍ୟାବକୁ  ଆପ୍ ଜରିଆରେ କିମ୍ବା ହେଲ୍ପ ଲାଇନ୍ ନମ୍ବରରେ କଲ୍ କରି ବୁକିଙ୍ଗ କରାଯାଇପାରିବ । ଏଥିପାଇଁ  ଅଣ୍ଡ୍ରୋଏଡ ପ୍ଲେ ଷ୍ଟୋରରେ ଆପ୍ ଉପଲବ୍ଧ ହୋଇଛି ।

ଶୀଘ୍ର ପିକ୍ ଅପ୍ ଏବଂ ଡ୍ରପ୍ ସମୟ ସହିତ ଏହି ସେବାକୁ ସହରର ଯେକୌଣସି ସ୍ଥାନରେ ଚବିଶ ଘଂଟା ହାସଲ କରାଯାଇପାରିବ । ପ୍ରତିଟି କ୍ୟାବ୍ ଉପରେ ଟାୱାର କଂଟ୍ରୋଲର ଚବିଶ ଘଂଟା ନଜର ରଖିବେ । ସିସିଟିଭି, ସିକ୍ୟୁରିଟି ଆଲାରାମ୍, ଗାଡ଼ିଚାଳନା ନୀତି ନିୟମ, ଗ୍ରାହକ ସନ୍ତୁଷ୍ଟି,କାରର ସ୍ଥିତି ଏବଂ ସ୍ଥାନ ଅନୁସାରେ ଜିପିଏସ୍ ସେଟିଂ, କାରର ରକ୍ଷଣାବେକ୍ଷଣ, ଭିତର ଏବଂ ବାହାରେ ପରିଷ୍ପାର ପରିଚ୍ଛନ୍ନତା ଇତ୍ୟାଦି ଏହାର ଟାକ୍ସି ସେବା ଅନ୍ତର୍ଭୁକ୍ତ ବୋଲି କମ୍ପାନୀ କହିଛି ।

ଉପଯୁକ୍ତ ପୋଷାକ କୋଡ୍ ଏବଂ  ପଦବୀ ସହ ଏହାର ଡ୍ରାଇଭରଙ୍କ ନାମ ଫଳକ ରଖାଯାଇଥାଏ । କାର୍ ମାଲିକମାନେ କେତେକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଯଥା ଓଟିଏଲ୍ ସହଯୋଗରେ ଥିବା କ୍ୟାବ୍ ପାଇଁ ନୋ କମିସନ ଏବଂ ନୋ ଡିଡକ୍ସନ୍ ଚାର୍ଜ ଭଳି ସୁବିଧା ପାଇପାରିବେ ।

#city

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon