• ବେତାର ବ୍ୟୁରୋ

ଓଡିଆ ବ୍ୟବସାୟୀଙ୍କୁ ଡିଜିଟାଲ ମାର୍କେଟିଂଗ ଶିଖେଇବ ଫେସବୁକ


ଫେସବୁକ୍ ପକ୍ଷରୁ “ଗ୍ଲୋବାଲ୍ ବୋଷ୍ଟ୍ ଇୟୋର ବିଜନେସ୍ ପ୍ରୋଗ୍ରାମ୍’ ଅଧିନରେ ବାଲେଶ୍ୱରଠାରେ ଏକକାଳୀନ ୨,୦୦୦ ଲଘୁ ଉଦ୍ୟୋଗୀ ଏବଂ ଏସଏଚଜିମାନଙ୍କୁ ଡିଜିଟାଲ୍ ମାର୍କେଟିଂ ଦକ୍ଷତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।

ବୋଷ୍ଟ୍ ଇୟୋର ବିଜନେସ୍ ସିରିଜରେ ଏହା ହେଉଛି ଦ୍ୱିତୀୟ କାର୍ଯକ୍ର୍ୟମ ଯେଉଁଥିରେ ଫେସବୁକ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ସହଯୋଗିତାରେ ଏମ୍ଏସ୍ଏମ୍ଇ ବିଭାଗ ଏବଂ ମିଶନ ଶକ୍ତି ପ୍ରକଳ୍ପ ଜରିଆରେ ରାଜ୍ୟରେ ୨୫,୦୦୦ ଉଦ୍ୟୋଗୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଯୋଜନା ରଖିଛି । ୨୦୧୭ ଅଗଷ୍ଟ ୧୦ରେ ଭୁବନେଶ୍ୱରଠାରେ ପ୍ରଥମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ ।

ଏଠାରେ ବାଲେଶ୍ୱରର ଏକ୍ସପୋ ହଲ୍ ଅଫ୍ ଏନ୍ଓସିସିଆଇରେ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିରୁପେ ମାନ୍ୟବର ମନ୍ତ୍ରୀ, ପ୍ରଫୁଲ ସାମଲ, ଏମଏସଏମଇ, ମିଶନ ଶକ୍ତି, ମହିଲା ଏବଂ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ, ଯୋଗଦେଇ କହିଛନ୍ତି ଯେ, “ଫେସବୁକ୍ ଦ୍ୱାରା ଲଘୁ ଉଦ୍ୟୋଗୀ ଏବଂ ଏସଏଚଜି ମାନଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଡିଜିଟାଲ୍ କ୍ଷେତ୍ରରେ ଶସକ୍ତ କରିବ । ଏହା ଦ୍ୱାରା ସେମାନେ ନିଜର ଉତ୍ପାଦ ଏବଂ ସେବାକୁ ଡିଜିଟାଲ୍ ଭାବେ ପ୍ରଚାର ପ୍ରସାର କରିପାରିବେ ।"

ସେ କହିଛନ୍ତି ଯେ ଏଭଳି କାର୍ଯ୍ୟକ୍ରମ ଅନ୍ୟ ଜିଲ୍ଲା ସଦର ମହକୁମାଗୁଡ଼ିକରେ ମଧ୍ୟ ଆୟୋଜନ କରାଯିବ ।

ଭାରତୀୟ କ୍ଷୁଦ୍ର ବ୍ୟବସାୟ, ଡେଭେଲପର ଏବଂ ୨୦୦ ନିୟୁତରୁ ଅଧିକ ଭାରତୀୟ ବ୍ୟବହାରକାରୀଙ୍କ “ବୁଷ୍ଟ ଇୟୋର ବିଜେନସ୍’ ପ୍ରୋଗ୍ରାମ୍ ହେଉଛି ଫେସବୁକର ନିବେଶର ଏକ ଅଂଶ, କାରଣ ଫେସବୁକ୍ ପାଇଁ ଭାରତ ହେଉଛି ଏକ ବୃହତ ବଜାର ।

କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ମାଲିକମାନଙ୍କୁ ସହାୟତା ପ୍ରଦାନ କରି ସେମାନଙ୍କ ଉପସ୍ଥିତିକୁ ଅନଲାଇନରେ ବଢ଼ାଇବା ପାଇଁ ଫେସବୁକ୍ ପାଖରେ ଅନେକ ପ୍ରକାର ବିକଳ୍ପ ରହିଛି । ଏପରି ଏକ ବୈଶିଷ୍ଟ୍ୟ ହେଲା କଲ୍ ଟୁ ଆକ୍ସନ୍ ବଟନ ଯାହା ଜରିଆରେ ଗ୍ରାହକମାନେ ସିଧାସଳଖ ଫେସବୁକରେ ଥିବା ବିକ୍ରେତାଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରିବେ।

ସେହିପରି ବିକ୍ରି (ସପ୍) ଏବଂ ସେବା (ସର୍ଭିସ୍) ପେଜ୍ ରେ ସ୍ଥାନୀୟ ଖୁଚୁରା ବିକ୍ରେତା ଓ ସେବା ପ୍ରଦାନକାରୀମାନଙ୍କୁ ସେମାନଙ୍କ ଉତ୍ପାଦ ଏବଂ ସେବାକୁ ଫେସବୁକ୍ ଜରିଆରେ ପ୍ରଦର୍ଶନ କରିବାର ସୁଯୋଗ ରହିଛି । ଏହାଛଡା ଏଥିରେ ଥିବା ପ୍ରଫେସନାଲ୍ ସେବା ବୈଶିଷ୍ଟ୍ୟ ସ୍ଥାନୀୟ ସେବା ପ୍ରଦାନକାରୀଙ୍କ ତାଲିକା ପ୍ରସ୍ତୁତ କରେ ଏବଂ ବ୍ୟବହାରକାରୀଙ୍କ ରିଭ୍ୟୁ ଏବଂ ରେଟିଂ ପ୍ରଦାନ କରିଥାଏ ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଫେସବୁକର ପଲିସି ପ୍ରୋଗ୍ରାମ୍ ମୁଖ୍ୟ (ଦକ୍ଷିଣ ଏସିଆ) କହିଛନ୍ତି ଯେ, “କ୍ଷୁଦ୍ର ବ୍ୟବସାୟ ହେଉଛି ଆମ ଅର୍ଥନୀତିର ମେରୁଦଣ୍ଡ ଏବଂ ଆମ ଫେସବୁକ୍ ସମୁଦାୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଭାରତରେ ଓଡ଼ିଶା ହେଉଛି ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି । ଆମେ ଏହି ଅଭିବୃଦ୍ଧିକୁ ପାଥେୟ କରି ଉଦ୍ୟୋଗୀମାନଙ୍କ ବ୍ୟବସାୟ ବଢ଼ାଇବା ପାଇଁ ଦକ୍ଷତା ପ୍ରଦାନ କରିବାକୁ ଚାହୁଁଛୁ ।’’

#tech

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon