• ବେତାର ବ୍ୟୁରୋ

କେଶ, ତ୍ଵଚା ଓ ପେଟ ଯନ୍ତ୍ରଣା ପାଇଁ ଅଦାର ଘରୋଇ ଉପଚାର


ଅଦା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଦ୍ଧି କରିବାରେ ସାହାର୍ଯ୍ୟ କରେ । ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ । ଅଦାକୁ କଞ୍ଚା, ପେଷିକରି କିମ୍ବା ଶୁଖାଇ ବ୍ୟବହାର କରିପାରିବେ । ଅଦା ସୌନ୍ଦର୍ଯ୍ୟ ଉପଚାର ପାଇଁ ମଧ୍ୟ ବେଶ ଉପକାରୀ । ଏହା ସହ ତ୍ୱଚା ଏବଂ କେଶ ସମ୍ବନ୍ଧିୟ ଅନେକ ସମସ୍ୟା ମଧ୍ୟ କରିଥାଏ । ଆସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ସଂପର୍କରେ ।

- ଏକ ଚାମଚ ଅଦାରସ, ପୁଦିନା ରସ ସହ ସୈନ୍ଧବ ଲୁଣ ମିଶାଇ ପିଇବା ଦ୍ୱାରା ଏହା ପେଟ ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ପ୍ରଦାନ କରିଥାଏ । - ୨ ଚାମଚ ଅଦା ରସ ୨ ଚାମଚ ମହୁ ମିଶାଇ ପିଇବା ଦ୍ୱାରା ଏହା ରକ୍ତ ସଫା କରିବାରେ ସହାୟକ ହୋଇଥାଏ । - ଅଦା ରସରେ କର୍ପୁର ଗୁଣ୍ଡ କରି ଲେପ ପ୍ରସ୍ତୁତ କରି, ଯନ୍ତ୍ରଣା ସ୍ଥାନରେ ମାଲିସ କରିବା ଦ୍ୱାରା ଉପଶମ ମିଳିଥାଏ । - ଏକ ଗ୍ଲାସ ଅଦା ରସ ସହ ଏକ ଚାମଚ ଅଦାରସ ମିଶାଇ ପିଇବା ଦ୍ୱାରା ହାକୁଟି ସମସ୍ୟାରୁ ମୁକ୍ତି ମିଳିଥାଏ । - ଏକ କପ ଅଦା ରସ ଏବଂ ଏକ କପ ତେଲକୁ ମିଶାଇ ଫୁଟାଇଦିଅନ୍ତୁ, ପ୍ରସ୍ତୁତ ହୋଇଥିବା ମିଶ୍ରିତ ତେଲକୁ ଗଣ୍ଠିରେ ମାଲିସ କରନ୍ତୁ ଏହା ଗଣ୍ଠି ଜନିତ ସମସ୍ୟାରୁ ମୁକ୍ତି ପ୍ରଦାନ କରେ । - ୨ଚାମଚ ଅଦା ରସ ମିଶ୍ରିକୁ ମିଶାଇ ପିଇବା ଦ୍ୱାରା ଏହା ମୁତ୍ର ଜନିତ ସମସ୍ୟା ଦୂର ହୋଇଥାଏ । - ଅଧ କପ ହାଲୁକା ଉଷୁମ ପାଣିରେ ଏକ ଚାମଚ ଅଦା ରସ ମିଶାଇ ପ୍ରତିଦିନ ପିଇବା ଦ୍ୱାରା ଶ୍ୱାସ ଜନିତ ସମସ୍ୟା ଦୂର କରିଥାଏ । - ଏକ ଚାମଚ ଗୋଲାପ ଜଳରେ ଏକ ଚାମଚ ଅଦା ରସ ଓ ମହୁ କପେ ଗୋଳାଇ ମୁହଁ ଏବଂ ବେକରେ ବୋଳିବା ଦ୍ୱାରା , ଦେହ ଥଣ୍ଡା ରହିବା ସହ ଘିମିରି ସମସ୍ୟା ହେବ ନାହିଁ । - ଗାଧୋଇବା ପୂର୍ବରୁ ଅଭିଭ ତେଲ ସମାନ ପରିମାଣର ଚିନି, ଅଦା ରସ, ଲେମ୍ବୁ ରସ ପକାଇ ଲଗାଇଲେ ତ୍ୱଚାର ଉଜ୍ୱଳତା ବଢିବ ।

#health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon