• ବେତାର ବ୍ୟୁରୋ

ପୂଜା ପାଇଁ ସାମସଙ୍ଗ ଫୋନ, ସ୍ମାର୍ଟଘଡି ଦର କମିଲା


ଚଳିତ ଦୂର୍ଗା ପୂଜାରେ ନିଜର ବିକ୍ରି ବଢେଇବାର ଯୋଜନା ରଖି ନିଜର ଅନେକ ଜିନିଷର ଦାମ କମେଇଛି ସାମସଙ୍ଗ । ଫଳରେ ଏହାର ସବୁଠୁ ଚର୍ଚ୍ଚିତ ସ୍ମାର୍ଟଫୋନ ଗାଲାକ୍ସି S8+ (128 GB ମେମୋରୀ) ଦର ₹70,900 ରୁ ଖସି ₹64,900 ରେ ବିକ୍ରି ହେଉଥିବାବେଳେ S8+ର 64GB ମେମୋରୀ ଫୋନ ଏବେ ₹60,900ରେ ଉପଲବ୍ଧ, ଯାହାର ପ୍ରକୃତ ମୂଲ୍ୟ ₹64,900 । ସେହିପରି ଗାଲାକ୍ସି S8ର ଦର ₹57,900ରୁ ଖସି ₹53,900 ରହିବ ବୋଲି ଜଣାପଡିଛି ।

ତେବେ ଏହି ଡିଶକାଉଣ୍ଟ ସାମସଙ୍ଗର କିଛି ଫୋନରେ ଲାଗୁହେବ ନାହିଁ। ଏହି ଡିସକାଉଣ୍ଟ ସାମସଙ୍ଗର ନିଜସ୍ୱ ଷ୍ଟୋର ଓ ନିଜସ୍ଵ ୱେବସାଇଟରେ ଉପଲବ୍ଧ ହେବ ଓ ଏହି ଅଫର ସେପ୍ଟେମ୍ବର 25ରୁ ଆରମ୍ଭ ହେଇ 30 ଯାଏଁ ଚାଲିବ ବୋଲି କମ୍ପାନୀ କହିଛି । ଏହାଛଡା HDFC ବ୍ୟାଙ୍କ କ୍ରେଡିଟ କାର୍ଡ ବ୍ୟବହାର କରି ଗାଲାକ୍ସି S8 ବା S8+ କିଣୁଥିବା ଗ୍ରାହକମାନେ ଉପରୋକ୍ତ ରିହାତି ସହିତ ଅତିରିକ୍ତ ₹4000ର କ୍ୟାଶ ବ୍ୟାକ ପାଇବେ।

ମିଡିୟମ ରେଞ୍ଜର ଫୋନରେ ସାମସଙ୍ଗ ଗାଲାକ୍ସି ଅନ ମାକ୍ସ ₹1,000 କମି ₹15,900ରେ ବିକ୍ରି ହେଉଛି । ଏହି ଫୋନକୁ ICICI କ୍ରେଡିଟ କାର୍ଡରେ କିଣିଲେ ଗ୍ରାହକ ମାନେ ଅତିରିକ୍ତ 5% ରିହାତି ବା କ୍ୟାଶବ୍ୟାକ ପାଇପାରିବେ । ଏହଛଡା ଉପରେ ବର୍ଣ୍ଣିତ ସମସ୍ତ ସ୍ମାର୍ଟଫୋନରେ ସ୍କ୍ରିନ ଖରାପ ହେଲେ କମ୍ପାନୀ ତରଫରୁ ଥରେ ମାଗଣାରେ ବଦଳେଇବାର ବ୍ୟବସ୍ଥା ଅଛି ।

କମ ରେଞ୍ଜରେ ଫୋନ ଭିତରେ ଗାଲାକ୍ସି On5, On5 ପ୍ରୋ, On7 ତଥା On7 ପ୍ରୋ ଇତ୍ୟାଦି ଯଥାକ୍ରମେ ₹1,500, ₹2,000 , ₹2,400 ଓ ₹2,400 ରିହାତି ରେ ବିକ୍ରି ହେଉଛି ।
ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଭିତରେ ସାମସଙ୍ଗ ସ୍ମାର୍ଟଘଡି ଗିୟର ଦର ₹5,000 କମି ₹15,900 ହେଇଥିବା ବେଳେ , ଏହାର ତାର ବିହୀନ ଇୟର କର୍ଡ଼ ଏବେ ₹7,990 ରେ ମିଳୁଛି , ଯାହା ଆଗରୁ ₹13,400 ଥିଲା ।
ସାମସଙ୍ଗ ଏହାର ଟିଭିରେ ମଧ୍ୟ ବହୁତ ଡ଼ିସକାଉଣ୍ଟ ଓ ଅନେକ ଉପହାର ଦେବାର ଘୋଷଣା କରିଛି । ଏହାଛଡା ବିଭିନ୍ନ ଇଲେକ୍ଟ୍ରୋନିକ ସାମଗ୍ରୀ କିଣିଲେ ମାଗଣାରେ ଘରେ ପହଞ୍ଚାଇବାର ପ୍ରତିଶ୍ରୁତି ଦେଉଥିବା ବେଳେ, ଗ୍ରାହକମାନଙ୍କୁ ବିନା ସୁଧରେ ମାସିକ କିସ୍ତି ବ୍ୟବସ୍ଥା କରାଇ ଦିଆଯିବ ବୋଲି କମ୍ପାନୀ କହିଛି।
ଏହି ସବୁ ଅଫର ଓ ସୁବିଧା କେବଳ ବଛାବଛା ଜିନିଷ ଉପରେ ଓ କେବଳ କମ୍ପାନୀର ନିଜସ୍ୱ ଷ୍ଟୋର ଓ ୱେବସାଇଟରୁ କିଣିଲେ ମିଳିବ ବୋଲି ସାମସଙ୍ଗ କହିଛି ।

#tech #shopping

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon