• ବେତାର ବ୍ୟୁରୋ

ଅଭଦ୍ର ବ୍ୟବହାର ପାଇଁ କ୍ରିକେଟରମାନେ ପଡିଆରୁ ବିଦା ହେବେ : ଆଇସିସି


ଆସନ୍ତା ସେପ୍ଟେମ୍ବର 28 ତାରିଖ (ଗୁରୁବାର) ଠାରୁ ଆନ୍ତର୍ଜାତୀୟ କ୍ରିକେଟ ସଂଘ (ଆଇସିସି) କ୍ରିକେଟ ଖେଳର ନିୟମରେ କିଛିଟା ପରିବର୍ତ୍ତନ କରିବାକୁ ଯାଉଛି । ଅଷ୍ଟ୍ରେଲିଆର ବିଖ୍ୟାତ ମେଲବୋର୍ଣ୍ଣ କ୍ରିକେଟ କ୍ଲବ ଦ୍ଵାରା ବଦଳାଯାଇଥିବା କିଛି ନିୟମକୁ ଆଧାର କରାଯାଇ କ୍ରିକେଟର କ୍ୟାଚ ଆଉଟ, ରନ ଆଉଟ , ବ୍ୟାଟର ଆକାର ଓ ଅମ୍ପାୟାର ଡିଶିସନ ରିଭ୍ୟୁରେ ଅନେକାଂଶ ପରିବର୍ତ୍ତନ ହେଇଛି ବୋଲି କ୍ରିକେଟର ଏହି ବିଶ୍ଵସ୍ତରୀୟ ସଂଗଠନ କହିଛି । ଆସନ୍ତୁ ଜାଣିବା କଣ ରହିଛି ସେହିସବୁ ପରିବର୍ତ୍ତନ ।

ଖେଳାଳି ବହିଷ୍କାର : ସେପ୍ଟେମ୍ନର 28 ତାରିଖରୁ ଲାଗୁ ହେବାକୁ ଥିବା ନିୟମ ଅନୁସାରେ ଉଚ୍ଛୃଙ୍ଖଳିତ ବ୍ୟବହାର ପାଇଁ ଏଣିକି ଖେଳାଳିମାନଙ୍କୁ ଅମ୍ପାୟାରମାନେ ପଡିଆରୁ ବହିଷ୍କାର କରିପାରିବେ । ତେବେ କେବଳ ସାଂଘାତିକ ଅପରାଧ , ଯେପରିକି ଅମ୍ପାୟାର ଓ ସାଥି ଖେଳାଳିଙ୍କୁ ଅଭଦ୍ର ଭାଷା କହିବା ଓ ଶାରୀରିକ ଆଘାତ ପାଇଁ ଏହି ନିୟମ ଲାଗୁହେବ । ଅମ୍ପାୟାରମାନେ ଖେଳାଳିଙ୍କୁ ପୁରା ଖେଳ ସାରିବା ଯାଏଁ ବା ଅଳ୍ପ ସମୟ ପାଇଁ ନିଲମ୍ବିତ କରିପାରିବେ ଓ ଏଥିପାଇଁ ବିରୋଧୀ ଦଳକୁ ପେନାଲ୍ଟି ରନ ଦେବାର ଘୋଷଣା ମଧ୍ୟ କରିପାରିବେ ବୋଲି ଆଇସିସି କହିଛି ।

ରନ ଆଉଟ : କ୍ରିକେଟ ଖେଳର ନିୟମାନୁସାରେ ରନ ନେବାକୁ ଦଉଡୁଥିବାବେଳେ ଯଦି ବ୍ୟାଟସମ୍ୟାନ ହାତରୁ ବ୍ୟାଟ ଖସିପଡେ ଓ ସେ କ୍ରିଜର ଭୂମି ଛୁଇଁବା ଆଗରୁ ୱିକେଟ ଭାଙ୍ଗିଯାଏ , ତେବେ ସେ ରନଆଉଟ ଘୋଷିତ ହୁଏ । ଗୁରୁବାର ଠାରୁ ଲାଗୁ ହେବାକୁ ଥିବା ନିୟମାନୁସାରେ ଏବେଠାରୁ ଏପରି ପରିସ୍ଥିତିରେ ବ୍ୟଟ୍ସମ୍ୟାନକୁ ଆଉଟ ଘୋଷଣା କରାଯାଇପାରିବ ନାହିଁ । ଅର୍ଥାତ, ବ୍ୟାଟ ପଡିଗଲେ ମଧ୍ୟ ଯଦି ବ୍ୟାଟ୍ସମ୍ୟାନ କ୍ରିଜ ଭୂମି ସୀମାରେ ପ୍ରବେଶ କରିଛି ଓ ଭୂମି ସ୍ପର୍ଶ ନ କରି ବାୟୁରେ ରହିଛି, ତେବେ ୱିକେଟ ଭାଙ୍ଗିଲେ ମଧ୍ୟ ସେ ରନଆଉଟ ଘୋଷିତ ହେଇପାରିବ ନାହିଁ ।

ବ୍ୟାଟ ଆକାର : ବୋଲର ଓ ବ୍ୟଟ୍ସମ୍ୟାନଙ୍କ ଭିତରେ ବ୍ୟରସାମ୍ୟ ରକ୍ଷା କରିବାକୁ ଆଇସିସି ବ୍ୟାଟର ଆକାର ସମ୍ବନ୍ଧୀୟ କେତେକ ପରିବର୍ତ୍ତନ କରିଛନ୍ତି । ବ୍ୟାଟର ଦୈର୍ଘ୍ୟ/ଲମ୍ବ ସମ୍ବନ୍ଧୀୟ ନିୟମ ଅପରିବର୍ତ୍ତିତ ଥିଲାବେଳେ ଏହାର ମୋଟେଇର ଆକାର 40 ମିଲିମିଟରରୁ ଅଧିକ ହେଇପାରିବ ନାହିଁ ବୋଲି ଆଇସିସି କହିଛି । ଏତଦବ୍ୟତୀତ ବ୍ୟାଟର ଉପରିଭାଗରେ ଥିବା ତ୍ରିକୋଣ ଅଂଶ ଓ ବ୍ୟାଟର ସମାନପଟର ଦୂରତା 67 ମିଲିମିଟରରୁ ହେଇପାରିବ ନାହିଁ ବୋଲି ନୂତନ ନିୟମାବଳୀରେ ଉଲ୍ଲେଖ ଅଛି ।

କ୍ୟାଚ ଆଉଟ : ନୂଆ ନିୟମ ଅନୁସାରେ ଖେଳାଳିମାନେ ବାଉଣ୍ଡାରୀ ଉପରେ କ୍ୟାଚ ଧରିଲେ, ବଲକୁ ବଉଣ୍ଡାରୀର ବାୟୁସୀମା ଭିତରେ ଧରିବାକୁ ହେବ, ଅନ୍ୟଥା ଏହାକୁ 4 ବା 6 ଘୋଷଣା କରାଯିବ ।

ଡିଶିସନ ରିଭ୍ୟୁ : ପ୍ରଚଳିତ ନିୟମ ଅନୁସାରେ ଦିନିକିଆ ଖେଳରେ ଗୋଟିଏ ଟିମର ଡିଶିସନ ରିଭ୍ୟୁ ପାଇଁ ଆବେଦନକୁ ମ୍ୟାଚ ରେଫରି ଏକ ଥର ନାକଚ କରିପାରିବେ ଓ ଟେଷ୍ଟ ମ୍ୟାଚରେ ଦୁଇଥର ନାକଚ କରିପାରିବେ। ଆଗକୁ ଲାଗୁହେବାକୁ ଥିବା ପରିବର୍ତ୍ତିତ ନିୟମରେ ଏଣିକି ରେଫରି ଆଉ କୌଣସି ଟିମର ରିଭ୍ୟୁ ଆବେଦନ ନାକଚ କରିପାରିବେ ନାହିଁ । ଏହାଛଡା, ରିଭ୍ୟୁ ଆବେଦନ ଏବେଠାରୁ T20 ଆନ୍ତର୍ଜାତିକ ମ୍ୟାଚରେ ଲାଗୁ ହେବ ବୋଲି କୁହାଯାଇଛି ।

#sports #cricket

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon