• ବେତାର ବ୍ୟୁରୋ

5G ଟେକ୍ନୋଲୋଜି ସ୍ଥାପନ କଲା ଏୟାରଟେଲ


ଭାରତର ବୃହତ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀ ଏୟାରଟେଲ ପକ୍ଷରୁ ଦେଶରେ ପ୍ରଥମ ମଲ୍ଟିପୁଲ ଇନପୁଟ ମଲ୍ଟିପୁଲ ଆଉଟପୁଟ (MIMO) ଜ୍ଞାନକୌଶଳ ନିୟୋଜନ କରିବା ପାଇଁ ଘୋଷଣା କରାଯାଇଛି । ଏହି ଜ୍ଞାନକୌଶଳ ୫ଜି ନେଟୱାର୍କକୁ ସମ୍ପୂର୍ଣ୍ଣଭାବରେ ସମର୍ଥନ କରିବ । ପ୍ରଥମ ପର୍ଯ୍ୟାୟରେ ଏହା ବାଙ୍ଗାଲୋର

ଭାରତର ଡାଟା କ୍ରାନ୍ତିର ଡାଟାର ଚାହିଦା ପୂରଣ କରିବାରେ ସହାୟକ ହେବ । ଉପଭୋକ୍ତାମାନେ କୌଣସି ଅପଡେଟଏବଂ ଯୋଜନା ଏବଂ କୋଲକାତାରେ ଆରମ୍ଭ କରାଯିବାର ଲକ୍ଷ୍ୟ ରଖାଯାଇଥିବାବେଳେ, ଭାରତର ଅନ୍ୟସ୍ଥାନରେ ଶୀଘ୍ର ଆରମ୍ଭ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

ଏହି ଟେକ୍ନୋଲୋଜି ସ୍ଥାପନ ଫଳରେ ଏୟାରଟେଲ ଏହାର ପ୍ରୋଜେକ୍ଟ ଲିପ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ପୁରାତନ ନେଟୱାର୍କର କ୍ଷମତାକୁ ୫ରୁ ୭ଗୁଣ ବୃଦ୍ଧି କରିପାରିବ । ଫଳରେ ଉପଭୋକ୍ତାମାନେ ଜନଗହଳି ଏବଂ ଉଚ୍ଚ ସ୍ଥାନମାନଙ୍କରେ ୨ରୁ ୩ଗୁଣ ଅଧିକ ବେଗରେ ନିଜର 4G ନେଟୱାର୍କକୁ ବ୍ୟବହାର କରିପାରିବେ ।

ଏହା 5Gର ପୂର୍ବ ଜ୍ଞାନକୌଶଳ ହୋଇଥିବାବେଳେ, ଭବିଷ୍ୟତରେ ପରିବର୍ତ୍ତନ ନକରି ଏହାର ସୁବିଧା ପାଇପାରିବେ ।

ଭାରତୀ ଏୟାରଟେଲର ନେଟୱାର୍କ ନିଦ୍ଦେର୍ଶକ ଅଭୟ ସଭରଗାଓଁକର କହିଛନ୍ତିଯେ, “ଭାରତରେ ଆଶାତିତ ଭାବେ ମୋବାଇଲ ଇଣ୍ଟରନେଟ (ଡାଟା) ବ୍ୟବହାର ବୃଦ୍ଧି ପାଇଥିବାବେଳେ, ଆମର ଏହି ନିୟୋଜନ ଡାଟାର ଚାହିଦା ପୂରଣ କରିବାରେ ସହାୟକ ହେବା ସହିତ ଭବିଷ୍ୟତରେ ନୂତନ ନେଟୱାର୍କ ପ୍ରସ୍ତୁତ କରିବା ପାଇଁ ପ୍ରୋତ୍ସାହିତ କରିବ ।”

ଏହା ଉଭୟ ଭୂଲମ୍ବ ଏବଂ ଭୂସମାନ୍ତରରେ ୩ଡି ବିମ୍ ପ୍ରସ୍ତୁତ କରୁଥିବାବେଳେ, କଭରେଜ ବୃଦ୍ଧି କରିବା ସହିତ ଏବଂ ଉପଭୋକ୍ତା ଓ ବିମ୍ ମଧ୍ୟରେ ଇଣ୍ଟରଫେସକୁ ହ୍ରାସ କରିଥାଏ। ନିକଟରେ କୋରିଆର ଶ୍ରେଷ୍ଠ ଦୂରସଂଚାର କମ୍ପାନୀ ତଥା ବିଶ୍ୱର ଅତ୍ୟାଧୁନିକ ନେଟୱାର୍କ ନିର୍ମାତା ଏସକେ ଟେଲିକମ ସହିତ ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ଘୋଷଣା କରଥିବାବେଳେ, ଏହି ୨ କମ୍ପାନୀ 5G ଷ୍ଟାଣ୍ଡାର୍ଡର ବିକାଶ ତଥା ଆଇଓଟି ପାଇଁ କାର୍ଯ୍ୟ କରିବେ ବୋଲି ଏୟାରଟେଲ କହିଛି ।

#tech #mobile #network

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon