• ବେତାର ଷ୍ଟାଫ ଲେଖକ

ହଜମ ଶକ୍ତି ବଢେଇବା ପାଇଁ 5ଟି ଖାଦ୍ୟ


ଜଣେ ପୁରୁଷ ବା ମହିଳା ନିଜର ହଜମ ଶକ୍ତି ପ୍ରଭାବରେ ମୋଟା ବା ପତଳା ହେଇଥାନ୍ତି । ହଜମ ଶକ୍ତି ଠିକ ନ ରହିଲେ ଆପଣ ରୋଗୀ ନ ହୋଇ ମଧ୍ୟ ରୋଗୀ ଭଳି ଦିଶନ୍ତି । ଏହାଛଡା ଠିକ ସେ ହଜମ ହେଉ ନ ଥିବା ବ୍ୟକ୍ତିମାନେ ବଦହଜମି, ଆମ୍ବିଳା ହାକୁଟି ଆସିବା ଓ ଅତ୍ୟଧିକ ବାୟୁ ଦୋଷର ଶିକାର ହେଇଥାନ୍ତି । ଏହି ସବୁ ସମସ୍ୟାର ନିରାକାରଣ ପାଇଁ ରାତିରେ ଏହି 5ଟି ଜିନିଷ ଖାଇଲେ ହଜମ ଶକ୍ତି ବଢିବା ସହିତ, ଅନେକ ରୋଗରୁ ରକ୍ଷା ମିଳିଥାଏ ।

୧) ଅଦା : ଅଦାରେ ଅନେକ ଔଷଧୀୟ ତତ୍ତ୍ଵ ରହିଛି, ଯାହାକି ମନୁଷ୍ୟ ଶରୀରର ପାଚନ ତନ୍ତ୍ର ପାଇଁ ଅନେକ ଉପକାରୀ । ସେଥିପାଇଁ ଆପଣଙ୍କ ଖାଦ୍ୟରେ ଅଦାର ଆବଶ୍ୟକତା ବହୁତ ଅଧିକ । ରାତି ଖାଇବାରେ ଆପଣ ଅଦାର ଆଚାର ବା ସାଲାଡ ବା ଅନ୍ୟ ଯେ କୌଣସି ଉପାୟରେ ବ୍ୟବହାର କରିପାରିବେ ଓ ହଜମ ଶକ୍ତି ବଢାଇପାରିବେ ।

୨) ମହୁ : ମନୁଷ୍ୟ ଶରୀରରେ ହଜମ ପ୍ରକ୍ରିୟା, ଯାହାକୁ ମେଟାବୋଲିଜିମ କୁହାଯାଏ, ସେହି ପ୍ରକ୍ରିୟାକୁ କ୍ରିୟାଶୀଳ କରେଇବାରେ ପ୍ରାକୃତିକ ମହୁ ଉପଯୋଗୀ । ଯଦି ରାତିରେ ଡିନର ଖାଇବା ପରେ ଆପଣଙ୍କ କ୍ଷୀର ପିଇବାର ଅଭ୍ୟାସ ଅଛି , ତେବେ ସେଥିରେ ଚିନି ନ ମିଶାଇ , ମହୁ ମିଶାଇ ପିଅନ୍ତୁ। ନଚେତ ଖାଲିରେ ଏକ ଚାମଚ ମଧ୍ୟ ନେଇ ପାରିବେ , ଓ ଆପଣଙ୍କ ମେଟାବୋଲିଜିମ ପ୍ରକ୍ରିୟାକୁ ସୁଦୃଢ କରିପାରିବେ ।

୩) ସବୁଜ ପରିବା : ସବୁଜ ପତ୍ରଯୁକ୍ତ ପରିବା ଯେପରିକି ବନ୍ଧାକୋବି, ଶାଗ ଇତ୍ୟାଦିରେ ଅନେକ ପରିମାଣରେ ତନ୍ତୁ ବା ଫାଇବାର ଥାଏ , ଯାହା ଫଳରେ ମନୁଷ୍ୟ ଶରୀରରେ ପାଚନ ତନ୍ତ୍ର ଠିକ ଭାବେ କାମ କରିଥାଏ । ଖାସ କରି ଆମିଷ ଖାଇବା ଦିନ ସବୁଜ ପତ୍ର ଯୁକ୍ତ ପରିବା ତରକାରୀ ବା ଭଜା ଖାଇଲେ ଏହା ହଜମ ଶକ୍ତିକୁ ଅଧିକ କ୍ରିଯାଶୀଳ କରେଇଥାଏ ।

୪) ଗୋଲମରିଚ : ଗୋଲମରିଚରେ ଥିବା ପାପିରାଇନ ନାମକ ରସାୟନ ପାକସ୍ଥଳୀକୁ କ୍ରିୟାଶୀଳ କରେଇ ଏଥିରୁ ପାଚକ ରସ ଝରେଇବାରେ ସାହାଯ୍ୟ କରିଥାଏ । ଫଳରେ ଏହା ଅନେକ ପ୍ରକାରର ଆମିଷ ଖାଦ୍ୟ , ପନୀର, ମଟର ଓ ଚଣା ଜାତୀୟ ଖାଦ୍ୟ ହଜମ କରେଇବା ରେ ସାହାଯ୍ୟ କରିଥାଏ । ଏଣୁ ରାତିରେ ଗୋଲମରୀଚ ଗୁଣ୍ଡ ସାଲାଡରେ ପକେଇ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ ।

୫) ଘୋଳ ଦହି : ରାତିରେ ଦହି ଖାଇବାକୁ ଅନେକ ଶାସ୍ତ୍ରରେ ବାରଣ କରାଯାଇଛି କାରଣ ଏହା ଫଳରେ କଫ ହେଇଥାଏ ବୋଲି କୁହାଯାଏ । ହେଲେ ଘୋଳଦହି /ବଟର ମିଲ୍କ ଇତ୍ୟାଦିରେ ଅଧିକାଂଶ ମାତ୍ରାରେ ପାଣି ଥାଏ । ଘୋଳଦହିରେ ସୈଂଧବ ଲବଣ/ କଳା ଲୁଣ ମିଶେଇ ପିଇଲେ କଫଦୋଷ ନାଶ ହେବା ସହିତ ,ପେଟ ଭିତରର ତାପମାତ୍ରା ଠିକ ରହିଥାଏ ଓ ହଜମ ପ୍ରକ୍ରିୟା ସୂଚାରୁ ରୂପେ ସମ୍ପାଦିତ ହେଇଥାଏ ।

#health #food

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon